ETV Bharat / bharat

କେନ୍ଦ୍ର ଅଧ୍ୟାଦେଶ ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଲେ ଉଦ୍ଧବ

author img

By

Published : May 24, 2023, 5:32 PM IST

କେନ୍ଦ୍ର ଅଧ୍ୟାଦେଶ ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଘୋଷଣା କଲେ ଉଦ୍ଧବ ଠାକରେ । ମୁମ୍ବାଇରେ ଉଭୟଙ୍କ ମଧ୍ୟରେ ହେଲା ଆଲୋଚନା । ଆସନ୍ତାକାଲି ଶରଦ ପାଓ୍ବାରଙ୍କୁ ଭେଟିବେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ଉଦ୍ଧବଙ୍କୁ ଭେଟିଲେ କେଜ୍ରିଓ୍ବାଲ, ଉଦ୍ଧବ ଦେବେ ସମର୍ଥନ

ମୁମ୍ବାଇ: ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳ ଓ ପୋଷ୍ଟିଂ ପ୍ରସଙ୍ଗରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି ରାଜନୈତିକ ସମର୍ଥନ ଯୋଗାଡ଼ କରିବାରେ ଲାଗିଛି । ଏହି ଅଧ୍ୟାଦେଶ କିପରି ରାଜ୍ୟସଭାରେ କାଟ ଖାଇବ, ସେନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ବିଭିନ୍ନ ବିଜେପି ବିରୋଧୀ ଦଳର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଆଜି କେଜ୍ରିଓ୍ବାଲ ମୁମ୍ବାଇରେ ପହଞ୍ଚିଛନ୍ତି । ଶିବସେନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କେଜ୍ରିଓ୍ବାଲ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିଛନ୍ତି । ଉଦ୍ଧବ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇଛନ୍ତି । ଆଜି ସାକ୍ଷାତକାରରେ କେଜ୍ରିଓ୍ବାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବଓ୍ବନ୍ତ ମାନଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଦଳୀୟ ନେତା ମଧ୍ୟ ଉପସ୍ଥିତ ଥିଲେ ।

ଆଜି ଉଭୟ ନେତାଙ୍କ ମଧ୍ୟରେ ମୁମ୍ବାଇ ସ୍ଥିତ ଉଦ୍ଧବଙ୍କ ବାସଭବନ ମାତୋଶ୍ରୀରେ ସାକ୍ଷାତ ହୋଇଥିଲା । କେଜ୍ରିଓ୍ବାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ, ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଓ ରାଘବ ଚଢା ଓ ଦିଲ୍ଲୀ ମନ୍ତ୍ରୀ ଅତିଶି ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ କେଜ୍ରିଓ୍ବାଲ କହିଥିଲେ, "ଏହି ପ୍ରସଙ୍ଗରେ ଉଦ୍ଧବଙ୍କ ସହ ଆଲୋଚନା ହେଲା । ସେ ଆମକୁ ଏହି ସଂସଦରେ ସମର୍ଥନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ।" ଉଦ୍ଧବ ମଧ୍ୟ କହିଛନ୍ତି,"ଆମେ ଦେଶ ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏକାଠି ଲଢେଇ କରୁଛୁ । ଆମେ ବିରୋଧୀ ପଦବାଚ୍ୟ ନୋହୁଁ ବରଂ ସେମାନେ(ବିଜେପି) ଗଣତନ୍ତ୍ର ଓ ସମ୍ବିଧାନ ବିରୋଧରେ କାର୍ଯ୍ୟ କରୁଛନ୍ତି, ତେଣୁ ସେମାନଙ୍କୁ ହିଁ ବିରୋଧୀ ବୋଲି ସମ୍ବୋଧିତ କରାଯିବା ଉଚିତ ।

କେଜ୍ରିଓ୍ବାଲ ନିଜ ଟିମ ଧରି ଆଜିଠାରୁ ଦୁଇ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି । ସେ ଆଜି ଗସ୍ତର ପ୍ରଥମ ଦିନରେ ଉଦ୍ଧବ ଠାକରେଙ୍କୁ ଭେଟିଥିବା ବେଳେ ଆସନ୍ତାକାଲି ଏନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବେ । ଆଜି ଉଦ୍ଧବଙ୍କ ଠାରୁ ସମର୍ଥନ ପାଇସାରିଥିବା କେଜ୍ରିଓ୍ବାଲ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଠାରୁ ମଧ୍ୟ ସମର୍ଥନ ହାସଲ କରିସାରିଛନ୍ତି । ଏହି ବିଲ୍‌(ଅଧ୍ୟାଦେଶ) ସଂସଦରେ ପାରିତ ହେବା ବେଳେ ବିରୋଧୀ ଦଳଙ୍କ ସାହାଯ୍ୟରେ ଏହାକୁ ରାଜ୍ୟସଭାରେ ପାରିତ କରାଇ ନଦେବା ପାଇଁ କେଜ୍ରିଓ୍ବାଲ ପ୍ରାଣ ପ୍ରାଣେ ଉଦ୍ୟମ ଜାରି ରଖିଛନ୍ତି ।

ପୂର୍ବରୁ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସମେତ ତମାମ ଆମ ଆଦମୀ ପାର୍ଟି ନେତା ବିରୋଧ କରିସାରିଛନ୍ତି । ଏହା ଦିଲ୍ଲୀବାସୀଙ୍କ ଅଧିକାରର କ୍ଷୂର୍ଣ୍ଣ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆସନ୍ତା ମାସ 11 ତାରିଖରେ ଦଳ ରାମଲୀଳା ମୈଦାନରେ ଏକ ପ୍ରତିବାଦ ସଭା ମଧ୍ୟ କରିବାକୁ ଯାଉଛି । ଏହା ବ୍ୟତୀତ ସଂସଦରେ ଉକ୍ତ ବିଲ୍‌କୁ ପାରିତ କରିବାରେ ରୋକିବା ପାଇଁ ସମସ୍ତ ବିରୋଧୀ ଦଳର ନେତାଙ୍କୁ ସାକ୍ଷାତ କରିବେ ବୋଲି ମଧ୍ୟ କେଜ୍ରିଓ୍ବାଲ ସ୍ପଷ୍ଟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.