ETV Bharat / bharat

କେନ୍ଦ୍ର ବିରୁଦ୍ଧରେ ଏକଜୁଟ ହେବେ ଅଣ-ବିଜେପି ମୁଖ୍ୟମନ୍ତ୍ରୀ

author img

By

Published : Apr 29, 2022, 2:05 PM IST

କେସିଆରଙ୍କୁ ସାକ୍ଷାତ କଲେ ହେମନ୍ତ ସୋରେନ । କେନ୍ଦ୍ରର ନୀତି ବିରୁଦ୍ଧରେ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକଜୁଟ କରିବାକୁ ନେଲେ ନିଷ୍ପତ୍ତି । ଅଧିକ ପଢନ୍ତୁ

BJP ବିରୁଦ୍ଧରେ ଅଣ-ବିଜେପି ମୁଖ୍ୟମନ୍ତ୍ରୀଙ୍କ ମୋର୍ଚ୍ଚା

ହାଇଦ୍ରାବାଦ: କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ଏକଜୁଟ ହେବେ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ନୀତି ବିରୁଦ୍ଧରେ ଲଢେଇ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଝାଡଖଣ୍ଡ ମୁଖିଆ ହେମନ୍ତ ସୋରେନ ସମସ୍ତ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଖୁବଶୀଘ୍ର ଏକ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ ରାଜ୍ୟ ମୁଖିଆଙ୍କ ଅଭିଯୋଗ ଯେ, କେନ୍ଦ୍ର ବିଜେପି ଶାସିତ ରାଜ୍ୟଗୁଡିକୁ ପ୍ରାଥମିକତା ଦେଉଛି । ବିଭିନ୍ନ କ୍ଷେତ୍ରରେ ଅଣ-ବିଜେପି ଶାସିତ ରାଜ୍ୟଗୁଡିକ କେନ୍ଦ୍ର ଅବହେଳାର ଶିକାର ହେଉଛନ୍ତି । ତେଣୁ ଏହି ରାଜ୍ୟମାନେ ଏକାଠି ହୋଇ କେନ୍ଦ୍ରର ପାତରଅନ୍ତର ନୀତିକୁ ବିରୋଧ କରିବାକୁ ସେମାନେ ଆହ୍ବାନ କରିଛନ୍ତି । ସୂତ୍ରରୁ ଏହାମଧ୍ୟ ସୂଚନା ମିଳିଛି ଯେ, ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଆଞ୍ଚଳିକ ଦଳରୁ ପ୍ରାର୍ଥୀ ଦେବା ପାଇଁ ସେମାନେ ଆଲୋଚନା କରୁଛନ୍ତି ।

କେନ୍ଦ୍ର ବିରୁଦ୍ଧରେ ଏକଜୁଟ ହେବେ ଅଣ-ବିଜେପି ମୁଖ୍ୟମନ୍ତ୍ରୀ

ଗୁରୁବାର ନିଜ ସପରିବାର ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହାଇଦ୍ରାବାଦ ସ୍ଥିତ କେସିଆରଙ୍କ ପ୍ରଗତି ଭବନ ପହଞ୍ଚିଥିଲେ ଏବଂ ତାଙ୍କ ସହ ସାକ୍ଷାତ କରିଥିଲେ । ଟିଆରଏସ(TRS) କାର୍ଯ୍ୟକାରୀ ଅଧ୍ୟକ୍ଷ, ମନ୍ତ୍ରୀ କେଟିଆର ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ପ୍ରାୟ ୩ ଘଣ୍ଟା ଧରି ଦୁଇ ରାଜ୍ୟ ମୁଖିଆ ଜାତୀୟ ରାଜନୀତି, କେନ୍ଦ୍ରର କାର୍ଯ୍ୟକଳାପ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରିଥିଲେ । କହିରଖୁଛି କି, ଗତମାସ ୪ ତାରିଖରେ କେସିଆର ହେମନ୍ତ ସୋରେନଙ୍କୁ ରାଞ୍ଚି ଠାରେ ସାକ୍ଷାତ କରିଥିଲେ ।

ଦୁଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଏକତରଫା କାମ କରୁଛନ୍ତି । ବିଭିନ୍ନ ପ୍ରକଳ୍ପ ଏବଂ ଅନୁଦାନ କ୍ଷେତ୍ରରେ ଅଣବିଜେପି ଶାସିତ ରାଜ୍ୟକୁ ଅବହେଳା କରୁଛନ୍ତି । ଏପରିକି ଇତିହାସରେ ଏହା ପ୍ରଥମ ଥର, ଯେତେବେଳେ କୌଣସି ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟାଦା ଭୁଲି ଅନ୍ୟ ରାଜ୍ୟକୁ ବଦନାମ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । କେସିଆର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରି କହିଛନ୍ତି, ଉପକର(Cess) ଭାବେ ଲୋକଙ୍କୁ ଉପରେ ଅଧିକ ବୋଝ ଲଦା ଯାଇଛି । ୟୁପି ସମେତ ୫ ରାଜ୍ୟରେ ନିର୍ବାଚନ ସମୟରେ ତେଲ ଦର କାହିଁକି ବଢିନଥିଲା ତାହା ମୋଦି ଦେଶକୁ ଜବାବ ଦିଅନ୍ତୁ ।

ଏହି ସମୟରେ ସୋରେନ କହିଥିଲେ ଯେ, ମୋଦି ସେବା ନୁହେଁ, କେବଳ ସତ୍ତା ଲୋଭୀ ଅଟନ୍ତି । ଏଭଳି ପ୍ରଧାନମନ୍ତ୍ରୀ ଦେଶ ପାଇଁ ଭଲ ନୁହେଁ । କେନ୍ଦ୍ର ସମର୍ଥନ ଯୋଗୁଁ ବିଜେପି ଶାସିତ ରାଜ୍ୟରେ ଧାର୍ମିକ ମତଭେଦ ସୃଷ୍ଟି ହେଉଛି । ରାଜ୍ୟଗୁଡିକୁ କ୍ଷତି ପହଞ୍ଚାଇବା ଦିଗରେ କେନ୍ଦ୍ର ଆଭିମୁଖ୍ୟର ମୁକାବିଲା ପାଇଁ ବ୍ୟାପକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଦୁଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.