ETV Bharat / bharat

ଦଳିତଙ୍କ ପାଇଁ KCRଙ୍କ ଉପହାର, ଆରମ୍ଭ ହେବ ଦଳିତ ବନ୍ଧୁ ଯୋଜନା

ଦଳିତ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ଅଣ୍ଟା ଭିଡିଛନ୍ତି । ଏନେଇ ଏକ ଦଳିତ ସଶକ୍ତିକରଣ ଯୋଜନା ଘୋଷଣା କରିଛନ୍ତି । ଯାହାର ନାମ ରହିଛି ତେଲେଙ୍ଗାନା ଦଳିତ ବନ୍ଧୁ ଯୋଜନା । ଅଧିକ ପଢନ୍ତୁ...

KCR announces launch of Telangana Dalit Bandhu in poll-bound Huzurabad
ତେଲେଙ୍ଗାନା ଦଳିତା ବନ୍ଧୁ ଯୋଜନାକୁ ହୁଜୁରାବାଦରୁ ଶୁଭାରମ୍ଭ କରିବେ KCR
author img

By

Published : Jul 19, 2021, 11:25 AM IST

Updated : Jul 19, 2021, 11:40 AM IST

ହାଇଦ୍ରାବାଦ: ଦଳିତ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ଅଣ୍ଟା ଭିଡିଛନ୍ତି । ଏନେଇ ଏକ ଦଳିତ ସଶକ୍ତିକରଣ ଯୋଜନା ଘୋଷଣା କରିଛନ୍ତି । ଯାହାର ନାମ ରହିଛି ତେଲେଙ୍ଗାନା ଦଳିତ ବନ୍ଧୁ ଯୋଜନା । ଏହି ଯୋଜନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର.ଶେଖର ରାଓ ନିଜ ନିର୍ବାଚନ ମଣ୍ତଳୀ ହୁଜୁରାବାଦରୁ ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ଏହା ହେଉଛି ଏକ ପାଇଲଟ ପ୍ରୋଜେକ୍ଟ । ହୁଜୁରାବାଦ ନିର୍ବାଚନମଣ୍ଡଳୀରେ ଏହି ଯୋଜନାରେ ପ୍ରାୟ 21,000 ପରିବାର ଉପକୃତ ହେବେ।

ଏହି ଯୋଜନା ଅଧୀନରେ ସରକାର ପ୍ରତ୍ୟେକ ଦଳିତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ 10 ଲକ୍ଷ ଟଙ୍କା ଯିବ। ରାଜ୍ୟରେ ଥିବା ପ୍ରଗତି ଭବନରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ହୁଜୁରାବାଦରେ ଏହି ଯୋଜନା ଆରମ୍ଭ କରିବାର କାରଣ ମଧ୍ଯ ମୁଖ୍ୟମନ୍ତ୍ରୀ କହିଛନ୍ତି । କରିମନଗର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ହୃଦୟରେ ରହିଛି ସ୍ବତନ୍ତ୍ର ସ୍ଥାନ । କୃଷକ ବୀମା ଯୋଜନା, ରାଇତୁ ବୀମା ଯୋଜନା ମଧ୍ୟ ସେଠାରୁ ହିଁ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

2018ରେ ହୁଜୁରାବାଦରୁ ରିଭଲ୍ୟୁସନାରୀ ରାଇତୁ ବନ୍ଧୁ ଯୋଜନା ଆରମ୍ଭ କରାଯାଇଥିଲା । ସେ ହୁଜୁରାବାଦରୁ ଦଳିତ ବନ୍ଧୁ ଯୋଜନାକୁ ମଧ୍ୟ ଶୁଭାରମ୍ଭ କରିବେ । ଖୁବଶୀଘ୍ର ତେଲେଙ୍ଗାନା ଦଳିତ ବନ୍ଧୁଙ୍କ ଯୋଜନାର ଶୁଭାରମ୍ଭ ତାରିଖ ଘୋଷଣା କରିବେ । ଏହି ଯୋଜନା ପାଇଁ ହୁଜୁରାବାଦ ନିର୍ବାଚନମଣ୍ଡଳୀରେ 20,929 ଦଳିତ ପରିବାରକୁ ଚୟନ କରାଯାଇଛି । ଏଥିମଧ୍ୟରୁ ହୁଜୁରାବାଦ ମଣ୍ଡଳରୁ 5,323 ହିତାଧିକାରୀ ସାମିଲ ହୋଇଥିବା ବେଳେ କମଲାପୁର ମଣ୍ଡଳରୁ 4,346 ହିତାଧିକାରୀ ସାମିଲ ହୋଇଛନ୍ତି । ଭେନାଭଙ୍କା ମଣ୍ଡଳରୁ 3,678, ଜାମିକୁନ୍ତା ମଣ୍ଡଳରୁ 4,996 ଏବଂ ଇଲାଣ୍ଟାକାନ୍ତ ମଣ୍ଡଳରୁ 2586 ରହିଛନ୍ତି ହିତାଧିକାରୀ ।

ପ୍ରତ୍ୟେକ ଦଳିତ ପରିବାରକୁ 10 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ବ୍ୟତୀତ ସରକାର ଏବଂ ହିତାଧିକାରୀଙ୍କ ସହଭାଗିତାରେ ଏକ ସ୍ୱତନ୍ତ୍ର ସୁରକ୍ଷା ପାଣ୍ଠି ଗଠନ କରାଯିବ । ଯଦି ହିତାଧିକାରୀ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିମ୍ବା ଅନ୍ୟାନ୍ୟ ସମସ୍ୟା ଉପୁଜେ ସରକାର ଏହି ନିରାପତ୍ତା ଠାରୁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ସିଏମ୍ କହିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦଳିତ ପରିବାରକୁ ସାମାଜିକ ତଥା ଆର୍ଥିକ ସ୍ତରରେ ଉଚ୍ଚ ସ୍ତରକୁ ନେବା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 19, 2021, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.