ETV Bharat / bharat

Rajasthan Politics: 'ନୂଆ ଦଳ ଗଠନ କରିବେନି ପାଇଲଟ, ଆମେ ଏକାଠି ଲଢିବୁ'

ନିଜସ୍ବ ଦଳ ଗଠନ କରିବେ ନାହିଁ ସଚିନ ପାଇଲଟ । ଆଗାମୀ ବିଧାନସଭା ନିର୍ବାଚନ ଆମେ ମିଶିକି ଲଢିବୁ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 9, 2023, 10:18 PM IST

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ନିଜ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ନୂଆ ଦଳ ଗଠନ କରିବେ କଂଗ୍ରେସ ନେତା ସଚିନ ପାଇଲଟ । ବହୁ ଦିନ ଧରି ଅସନ୍ତୁଷ୍ଟ ଥିବା ପାଇଲଟ ନିଜସ୍ବ ଦଳ ଗଠନ ନେଇ ହେଉଥିବା ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ । ସଚିନ କୌଣସି ଅଲଗା ଦଳ ଗଠନ କରୁନାହାନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ଆମେ ସମସ୍ତେ ମିଶିକି ଲଢିବୁ ବୋଲି କହିଛନ୍ତି ବେଣୁଗୋପାଳ । ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ବେଣୁଗୋପାଳ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କଠୁ ଖପ୍ପା ଥିବା ପାଇଲଟ ଆସନ୍ତା ୧୧ତାରିଖ ପିତା ରାଜେଶ ପାଇଲଟଙ୍କ ଶ୍ରାଦ୍ଧ ବାର୍ଷିକୀରେ ନିଜସ୍ବ ଦଳ ଗଠନ ନେଇ ଚର୍ଚ୍ଚା ହେଉଥିଲା । ହେଲେ ବେଣୁଗୋପାଳ ଏହାକୁ ଗୁଜବ ବୋଲି କହିଛନ୍ତି । ଏନେଇ ସେ କହିଛନ୍ତି, "ମୁଁ ସେପରି ଭାବୁ ନାହିଁ । ଏହି ଖବର ସମ୍ପୂର୍ଣ୍ଣ ଗୁଜବ । ରାଜସ୍ଥାନରେ ରାଜନୀତିରେ ଏପରି କୌଣସି ବଡ଼ ଘଟଣା ଘଟିବ ନାହିଁ । ଆମେ ଏନେଇ ସଚିନଙ୍କ ସହିତ ୨ରୁ ୩ଥର ଆଲୋଚନା କରିଛୁ । ଆମେ ସମସ୍ତେ ଦଳ ପାଇଁ ଏକାଠି ଲଢିବୁ ।" ଅନ୍ୟପଟେ ପାଇଲଟ ନୂଆ ଦଳ ଗଠନ କରିପାରନ୍ତି ବୋଲି ଆଶଙ୍କା କରିଥିଲେ ରାଜସ୍ଥାନର ଜେନେରାଲ ସେକ୍ରେଟାରୀ ଇନଚାର୍ଜ ସୁଖୱିନ୍ଦର ସିଂ ରନ୍ଧୱା ।

ଏହା ବି ପଢନ୍ତୁ- Rajasthan Politics: ନିଜସ୍ବ ଦଳ ଗଠନ କରିବେ ସଚିନ ପାଇଲଟ, 11ରେ ଘୋଷଣା !

ଅନ୍ୟପଟେ ଗତ ମାସରେ ଗେହଲଟ ଓ ପାଇଲଟଙ୍କ କଳିର ସମାଧାନ ହୋଇଥିଲା ବୋଲି ସୂଚନା ମିଳିଥିଲା । ଉଭୟ ପ୍ରତିଦ୍ବନ୍ଦୀ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ । ରାହୁଲଙ୍କ ଅପିଲ୍‌ରେ ଉଭୟ ନେତା କଂଗ୍ରେସ ପାଇଁ ଏକାଠି କାମ କରିବେ ବୋଲି ସମ୍ମତି ପ୍ରକାଶ କରିଥିଲେ ବୋଲି ସୂଚନା ମିଳିଥିଲା । ହେଲେ ପାଇଲଟ ନିଜ ଦାବି ପୂରଣ ଉପରେ ଜୋର ଦେଇଥିଲେ । ଆଉ ଏହି ଦାବିଗୁଡ଼ିକୁ ଦଳ ପୂରଣ କରିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲା । ରାହୁଲଙ୍କ ଭାବବିହ୍ବଳ ଅପିଲ କାମ ଦେଇଥିଲା ବୋଲି ଚର୍ଚ୍ଚା ହେଉଥିଲା ।

ଏହା ବି ପଢନ୍ତୁ- Rajasthan Politics: ରାହୁଲଙ୍କ ଇମୋସନାଲ ଅପିଲ, ଗେହଲଟ-ପାଇଲଟ କଳିରେ ଲାଗିଲା ବିରାମ !

ଅନ୍ୟପଟେ ଶୁକ୍ରବାର ବିଜେପି ନେତା ତଥା ରାଜସ୍ଥାନ ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋଡ ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି କହିଥିଲେ, " ସଚିନ ପାଇଲଟଙ୍କ ପ୍ଲେନ୍‌ ଏବେ ଅଟୋ ମୋଡ୍‌ରେ ରହିଛି । ସମୟ କହିବ ଆସନ୍ତା ୧୧ ତାରିଖରେ ଏହା କେଉଁଠି ଅବତରଣ କରିବ ।" ସେ ଆହୁରି କହିଥିଲେ ଯେ ସଚିନ ପାଇଲଟଙ୍କ ଦାବି ପୂରଣ ହେଉନାହିଁ । ସରକାର ତାଙ୍କ ଦାବି ପୂରଣ କରୁନଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି । ହୁଏତ କଂଗ୍ରେସଠୁ ପାଇଟ ଅଲଗା ହୋଇ ନୂଆ ଦଳ ଗଠନ କରିପାରନ୍ତି ବୋଲେ କହିଛନ୍ତି ରାଜେନ୍ଦ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.