ETV Bharat / bharat

ପୂର୍ବତନ NC ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତ୍ୟୁ - Kashmiri leader

ଜମ୍ମୁ କାଶ୍ମୀର ବିଧାନ ପରିଷଦ ତଥା ଏନସିର ପୂର୍ବତନ ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତ୍ୟୁ ହୋଇଛି । ପଶ୍ଚିମ ଦିଲ୍ଲୀର ବସାଇ ଦାରୁପୁରସ୍ଥିତ ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ପୂର୍ବତନ ଏନସି ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତ୍ୟୁ

author img

By

Published : Sep 9, 2021, 8:45 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବିଧାନ ପରିଷଦ ତଥା ନ୍ୟାସନାଲ କନଫରେନ୍ସ (ଏନସି)ର ପୂର୍ବତନ ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତ୍ୟୁ ହୋଇଛି । ପଶ୍ଚିମ ଦିଲ୍ଲୀର ବସାଇ ଦାରୁପୁରସ୍ଥିତ ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା ।

ପ୍ରାଥମିକ ରିପୋର୍ଟ ଅନୁସାରେ, ତ୍ରିଲୋଚନ ସିଂଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ତ୍ରିଲୋଚନ ସିଂ ଅଚାନକ ମୃତ୍ୟୁ ସମସ୍ତଙ୍କ ସ୍ତବ୍ଧ କରିଛି । ସେପ୍ଟେମ୍ବର 2ରେ ଜମ୍ମୁ କାଶ୍ମୀରରୁ ଦିଲ୍ଲୀ ଆସିଥିଲେ ତ୍ରିଲୋଚନ । ତାଙ୍କର କାନାଡା ଯିବାର ଥିଲା । ମୃତ୍ୟୁ ସମ୍ପର୍କରେ ପୋଲିସ ସୂଚନା ପାଇ ତ୍ରିଲୋଚନ ସିଂଙ୍କ ଫ୍ଲାଟରେ ପହଞ୍ଚିଥିଲା। ତାଙ୍କ ଶରୀର ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ଥିଲା । ଏହା ପରେ ଜମ୍ମୁ ନିବାସୀ ତ୍ରିଲୋଚନଙ୍କ ଜଣେ ପରିଚିତ ତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ।

ଉଭୟ ପୋଲିସ ଏବଂ ଏଫଏସଏଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ତ୍ରିଲୋଚନଙ୍କ ବିୟୋଗରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ବିଟ କରି କହିଛନ୍ତି ମୋର ସହଯୋଗୀ ତ୍ରିଲୋଚନ ସିଂ ମୃତ୍ୟୁ ମୋତେ ସ୍ତବ୍ଧ କରିଛି । କିଛି ଦିନ ପୂର୍ବରୁ ଆମେ ଦେଖା ହୋଇଥିଲୁ । ଏକାଠି ବସିଥିଲୁ । ବିଶ୍ବାସ କରିପାରୁନାହିଁ ତାହା ଆମ ଶେଷ ଦେଖା ଥିଲା ବୋଲି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଓମାର ଅବଦୁଲ୍ଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.