ETV Bharat / bharat

କାଶ୍ମୀରରେ ଆତଙ୍କୀଙ୍କ ଗୁଳିମାଡ, ପୋଲିସ ଅଧିକାରୀ ଓ ଭାଇ ମୃତ

author img

By

Published : Mar 27, 2022, 10:01 PM IST

କାଶ୍ମୀରରେ ପୋଲିସ ଅଧିକାରୀଙ୍କ ପରିବାରକୁ ଆତଙ୍କୀଙ୍କ ଗୁଳିମାଡ । ଭାଇ ସମେତ ପୋଲିସ ଅଧିକାରୀ ମୃତ । ଗତକାଲି ରାତିରେ ଘଟିଛି ଘଟଣା । ଅଧିକ ପଢନ୍ତୁ

କାଶ୍ମୀରରେ ଆତଙ୍କୀଙ୍କ ଗୁଳିମାଡ, ପୋଲିସ ଅଧିକାରୀ ଓ ଭାଇ ମୃତ
କାଶ୍ମୀରରେ ଆତଙ୍କୀଙ୍କ ଗୁଳିମାଡ, ପୋଲିସ ଅଧିକାରୀ ଓ ଭାଇ ମୃତ

ଶ୍ରୀନଗର: କାଶ୍ମୀରରେ ପୋଲିସ ଅଧିକାରୀଙ୍କ ପରିବାରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ବୁଧଗାମ ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣରେ ସ୍ଥାନୀୟ ଜଣେ SPO ପାହ୍ୟାର ପୋଲିସ ଅଧିକାରୀ ଓ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିସ ଅଧିକାରୀଙ୍କ ନାମ ଇସ୍ପାକ ଅହମ୍ମଦ ଓ ତାଙ୍କ ଭାଇଙ୍କ ନାମ ଉମର ଜାନ ବୋଲି ଜଣାପଡିଛି । ଉମାର ଜଣେ ଛାତ୍ର ଥିଲେ ।

  • SPO Ishfaq Ahmad and his brother Umar Jan (a student) were fired upon by terrorists at their residence in village Chadbugh area of Budgam. However Ishfaq Ahmad sccumbed to his injuries & attained martyrdom. Area cordoned off, search operation in progress. Further details follow.

    — Kashmir Zone Police (@KashmirPolice) March 26, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ରେ ଏହି କାଣ୍ଡ ଭିଆଇଛନ୍ତି ଆତଙ୍କୀ । ଘରେ ପଶି ଉଭୟଙ୍କ ଉପରେ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ପୋଲିସ ଅଧିକାରୀ ଇସ୍ପାକ ଅହମ୍ମଦଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଉମର ଜାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗମ୍ଭୀର ଥିବା ଉମର ମଧ୍ୟ ହସ୍ପିଟାଲରେ ଆଖି ବୁଜିଥିଲେ ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ଖେଳିଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଉଭୟଙ୍କ ଅନ୍ତିମ ସଂସ୍କାର ମଧ୍ୟ ଶେଷ ହୋଇଛି । ଶତାଧିକ ସ୍ଥାନୀୟ ବାସିନ୍ଦା ଶେଷକୃତ୍ୟରେ ସାମିଲ ହୋଇଥିଲେ । ପୋଲିସ ଓ ପାରା ମିଲିଟାରୀ ଫୋର୍ସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.