ETV Bharat / bharat

Hijab Issue: ଅଲଗା ଶ୍ରେଣୀଗୃହରେ ବସିଲେ ହିଜାବ ପିନ୍ଧା ଛାତ୍ରୀ, ଏପରି ଟ୍ବିଟ୍ କଲେ ଶିକ୍ଷାମନ୍ତ୍ରୀ

ଦିନକୁ ଦିନ ଘନେଇବାରେ ଲାଗିଛି କର୍ଣ୍ଣାଟକର ହିଜାବ ବିବାଦ । ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ୍‌ରେ ଅଲଗା କ୍ଲାସରୁମର ବସା ଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

Hijab Issue: ଅଲଗା ଶ୍ରେଣୀଗୃହରେ ବସିଲେ ହିଜାବ ପିନ୍ଧା ଛାତ୍ରୀ, ଏପରି ଟ୍ବିଟ୍ କଲେ ଶିକ୍ଷାମନ୍ତ୍ରୀ
Hijab Issue: ଅଲଗା ଶ୍ରେଣୀଗୃହରେ ବସିଲେ ହିଜାବ ପିନ୍ଧା ଛାତ୍ରୀ, ଏପରି ଟ୍ବିଟ୍ କଲେ ଶିକ୍ଷାମନ୍ତ୍ରୀ
author img

By

Published : Feb 8, 2022, 2:16 PM IST

ବେଙ୍ଗାଲୁରୁ: ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି କର୍ଣ୍ଣାଟକର ହିଜାବ ବିବାଦ । ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେବାରେ ଲାଗିଛି ଏହି ଘଟଣା । ଇତିମଧ୍ୟରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କୁଣ୍ଡାପୁରର ଏକ ସରକାରୀ ପିୟୁ କଲେଜ( Junior PU college in Kundapur)ରେ ଅଲଗା ଶ୍ରେଣୀଗୃହରେ ବସାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ଖଣ୍ଡନ କରି ଟ୍ବିଟ୍ ଯୋଗେ ସ୍ପଷ୍ଟୀକରଣ ରଖିଛନ୍ତି କର୍ଣ୍ଣାଟକର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାମନ୍ତ୍ରୀ ବିସି ନାଗେଶ । ଆନ୍ଦୋଳନରତ ଛାତ୍ରୀମାନଙ୍କୁ ଭିନ୍ନ ଶ୍ରେଣୀଗୃହରେ ବସା ଯାଇନି ବରଂ ସେମାନେ ସ୍ବଇଚ୍ଛାରେ ବସିଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।

  • This is not correct fact.

    Students protesting outside campus were allowed inside campus as a courtesy. They were asked to wear uniform & attend classes.

    They however chose to sit in separate room & continue protest.

    Students must adhere to dress code to attend classes. https://t.co/lFGGPTjPqS

    — B.C Nagesh (@BCNagesh_bjp) February 7, 2022 " class="align-text-top noRightClick twitterSection" data=" ">

ଆନ୍ଦୋଳନରତ ଛାତ୍ରୀଙ୍କୁ କଲେଜ୍ ୟୁନିଫର୍ମ ପିନ୍ଧି କ୍ଲାସ କରିବାକୁ କୁହାଯାଇଥିଲା । ହେଲେ ସେମାନେ ଅଲଗା କ୍ଲାସରୁମରେ ବସି ଆନ୍ଦୋଳନ କରିଥିଲେ । ଶ୍ରେଣୀଗୃହରେ ବସି ପାଠ ପଢିବାକୁ ଚାହୁଁଥିଲେ ୟୁନିଫର୍ମ ପିନ୍ଧିବାକୁ ପଡିବ କହିଛନ୍ତି ମନ୍ତ୍ରୀ । ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍(JDS) ସଭାପତି ଏଚଡି ଦେବଗୌଡା କହିଛନ୍ତି, ୨୦୨୩ ବିଧାନସଭା ନିର୍ବାଚନ ଲାଗି କର୍ଣ୍ଣାଟକର ରାଜନୈତିକ ଦଳଗୁଡିକ ଏହି ହିଜାବ ବିବାଦରୁ ଫାଇଦା ଉଠାଉଛନ୍ତି । ସେମାନେ ଛାତ୍ରଛାତ୍ରୀଙ୍କୁ ଉସକାଉ ନିଜ ସ୍ବାର୍ଥରେ ବ୍ୟବହାର କରୁଛନ୍ତି । ସରକାର ଏହାକୁ ତୁରନ୍ତ ବନ୍ଦ କରିବା ଦରକାର । ନଚେତ୍ ଏହିଭଳି ବିବାଦ ଦେଶକୁ ଭାଗ ଭାଗ କରିଦେବ ।

ଉଲ୍ଲେଖଯୋଗ୍ୟ, ଗତ ୪ ତାରିଖ ଦିନ ୟୁଡିପି ଜିଲ୍ଲାରେ ଥିବା ଏକ ସରକାରୀ ବାଳିକା ପିୟୁ କଲେଜରେ ପ୍ରଥମ ହିଜାବ ବିବାଦର ସୂତ୍ରପାତ ହୋଇଥିଲା । ଏଠାରେ ହିଜାବ ପିନ୍ଧିଥିବା କିଛି ଛାତ୍ରୀଙ୍କୁ କ୍ଲାସରୁମ୍ ବାରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.