ETV Bharat / bharat

ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ, ମୋଦିଙ୍କ ନାମ ନେଇ ଭୋଟ ମାଗିଲେ ଚପଲରେ ପିଟନ୍ତୁ - ବିଜେପିକୁ ଟାର୍ଗେଟ କଲେ ଶ୍ରୀରାମ ସେନା ମୁଖ୍ୟ

ବିଜେପି ନେତାଙ୍କୁ ଟାର୍ଗେଟ କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକର ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ । ମୋଦିଙ୍କ ନାମ ନେଇ ଭୋଟ ମାଗିଲେ ଚପଲରେ ପିଟନ୍ତୁ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

karnataka assembly election 202
karnataka assembly election 202
author img

By

Published : Mar 4, 2023, 12:42 PM IST

ବେଙ୍ଗାଲୁରୁ: ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଯାହାକୁ ନେଇ ଏବେଠୁ ରାଜନୀତି ଜୋର ଧରିବା ଆରମ୍ଭ କରିଛି । କର୍ଣ୍ଣାଟକର ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ବିଜେପିକୁ ଟାର୍ଗେଟ କରି ଶାଣିତ ସ୍ବରରେ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ବିଜେପି ଭୋଟ ମାଗୁଥିବା ପ୍ରମୋଦ ମୁଥାଲିକ କହିଛନ୍ତି । ନିର୍ବାଚନ ସମୟରେ ରାଜ୍ୟର ବିଜେପି ନେତା ଯଦି ମୋଦିଙ୍କ ନାମ ବ୍ୟବହାର କରି ଭୋଟ ମାଗନ୍ତି, ତେବେ ସେମାନଙ୍କୁ ଚପଲରେ ପିଟିବା ଉଚିତ ବୋଲି ପ୍ରମୋଦ ମୁଥାଲିକ କହିଛନ୍ତି ।

ଗତ ଜାନୁଆରୀ ୨୩ ତାରିଖରେ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ସ୍ବାଧୀନତା ପ୍ରାର୍ଥୀ ଭାବେ କରକଲା ବିଧାନସଭାରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମୋଦ ମୁଥାଲିକ କହିଛନ୍ତି, "ଏହି ଅପଦାର୍ଥ ଲୋକମାନେ କେବଳ ମୋଦିଙ୍କ ନାମ ନେଇ ଜାଣିଛନ୍ତି । ମାତ୍ର ନିଜ କର୍ମକର୍ତ୍ତାଙ୍କ ସମସ୍ୟା ବୁଝି ପାରୁନାହାନ୍ତି ।" ତେଣୁ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିମ୍ବା ନାମ ବ୍ୟବହାର ନକରି ଭୋଟ ମାଗିବାକୁ ବିଜେପି ନେତାଙ୍କୁ ଆହ୍ବାନ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ଏଥର ବିଧାନସଭା ନିର୍ବାଚନରେ ମୋଦିଙ୍କ ନାମ ବ୍ୟବହାର କରନାହିଁ । କୌଣସି ପାମ୍ପଲେଟ ଏବଂ ବ୍ୟାନରରେ ମୋଦିଙ୍କ ଫଟୋ ରଖନ୍ତୁ ନାହିଁ । ଭୋଟରଙ୍କୁ ଯାଇ କୁହନ୍ତୁ ମୁଁ ଅଞ୍ଚଳର ବିକାଶ କରିବି । ଗୋବଂଶର ସୁରକ୍ଷା କରିବା ସହ ହିନ୍ଦୁତ୍ବ ପାଇଁ କାମ କରିଛି । ଛାତି ବାଡେଇ ଗର୍ବର ସହ କୁହନ୍ତୁ ଆମେ ଏହି କାମ କରିଛୁ । କିନ୍ତୁ ସେ ତାହା କରିବେ ନାହିଁ । ସେ ପୁଣି ଆପଣଙ୍କ ଘରକୁ ଆସିବେ ଏବଂ କହିବେ ଦୟାକରି ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦିଅନ୍ତୁ । ଯଦି ଭୋଟ ମାଗିବା ସମୟରେ ସେମାନେ ମୋଦିଙ୍କ ନାମ ନିଅନ୍ତି, ସେମାନଙ୍କୁ ଚପଲରେ ମାରନ୍ତୁ ।"

ଆସନ୍ତା ମେ ମାସରେ ବାଜିପାରେ କର୍ଣ୍ଣାଟକ ନିର୍ବାଚନ ପାଇଁ ବିଗୁଲ । ୨୨୪ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଏବେଠାରୁ ରଣନୀତି ଆରମ୍ଭ କରିଦେଲଣି ବିଭିନ୍ନ ରାଜନୈତିକ ଦଳ । କିଛିଦିନ ପୂର୍ବେ କଂଗ୍ରେସ କର୍ଣ୍ଣାଟକରେ ବିଜୟ ହୋଇ ସରକାର ଗଢିଲେ ପ୍ରତି ଗରୀବ ଲୋକଙ୍କୁ ୧୦ କେଜି ମାଗଣା ଚାଉଳ ଯୋଗାଇ ଦେବ ବୋଲି ଘୋଷଣା କରିଥିଲା । ଏହାସହିତ ପ୍ରତି ପରିବାରକୁ ୨୦୦ ୟୁନିଟ୍ ବିଜୁଳି ମାଗଣାରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.