ETV Bharat / bharat

କର୍ଣ୍ଣାଟକରେ 50 ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ - 50 pc seating capacity

କୋରୋନାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଏପ୍ରିଲ 7ତାରିଖରୁ ଏହି ନିୟମ ଲାଗୁ ହେବ । ଅଧିକ ପଢନ୍ତୁ...

50 ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ
50 ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ
author img

By

Published : Apr 4, 2021, 10:49 AM IST

ବେଙ୍ଗାଲୁରୁ: ଦେଶରେ ପୁଣି ବିଗୁଡୁଛି କୋରୋନା ସ୍ଥିତ । କୋରୋନାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଏପ୍ରିଲ 7ତାରିଖରୁ ଏହି ନିୟମ ଲାଗୁ ହେବ ।

କାନାଡା ଫିଲ୍ମ ଇଣ୍ଡଷ୍ଟ୍ରିର ଅନୁରୋଧ କ୍ରମେ କର୍ଣ୍ଣାଟକ ସରକାର ଗତକାଲି ଏହି ଘୋଷଣା କରିଛନ୍ତି । ବର୍ତ୍ତମାନ 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବ ବୋଲି ସୂଚନା ମିଳିଛି । ଆସନ୍ତା ଏପ୍ରିଲ 7ତାରିଖରୁ ଏହି ନିୟମ ଲାଗୁ ହେବ ।

କର୍ଣ୍ଣାଟକ ଫିଲ୍ମ ଚାମ୍ବର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ସିନେମା ହଲ ଚଲାଇବାକୁ ଅନୁମତି ମାଗିଥିଲେ । ଫିଲ୍ମ ଦେଖିବାକୁ ହେଲେ ଦର୍ଶକଙ୍କୁ ଅନଲାଇନରେ ଟିକେଟ କାଟିବାକୁ ପଡିବ । ସିନେମା ହଲରେ କୋରୋନା ନିୟମକୁ କଡାକଡି ପାଳନ କରାଯିବ । କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ପରେ ବେଙ୍ଗାଲୁରୁର ବୀରେଶ ସିନେମା ହଲରେ ଦର୍ଶକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.