ETV Bharat / bharat

Hijab Row, କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : Aug 30, 2022, 7:30 AM IST

ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସ୍କୁଲ କଲେଜରେ ହିଜାବ ନିଷିଦ୍ଧ ମାମଲାକୁ ନେଇ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ କରି ଜବାବ ତଲବ କରିଛନ୍ତି । ଅଧିକ ପଢନ୍ତୁ

କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ହିଜାବ ପିନ୍ଧିବାକୁ ନେଇ ଦେଖାଯାଇଥିବା ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି କରି କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କର୍ଣ୍ଣାଟକ ହାଇକୋର୍ଟ ସରକାରଙ୍କ ଏହି ନିଷ୍ପତ୍ତିକୁ କାଏମ ରଖିଥିଲେ । ଏହାକୁ ସର୍ବୋଚ୍ଚ ନ୍ୟାୟଳାୟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆସନ୍ତା ସେପ୍ଟେମ୍ବର 5ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଶ୍ରେଣୀଗୃହରେ ହିଜାବ ପରିଧାନକୁ ରାଜ୍ୟ ସରକାର ତାଙ୍କ ନିର୍ଦ୍ଦେଶନାମାରେ ନିଷେଧ କରିଥିଲେ । କର୍ଣ୍ଣାଟକ ହାଇକୋର୍ଟ ଏହାକୁ କାଏମ ରଖିଥିଲେ । ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ଜାରି ପାଇଁ ଆବେଦନର ଶୁଣାଣି କରି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଶୁଣାଣି ସମୟରେ କିଛି ଅବେଦନକାରୀ ମାମଲାକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ଉତ୍ସନା କରିଥିଲେ । ଏଭଳି ଅନୁମତି ଦିଆଯିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ ।

କର୍ଣ୍ଣାଟକ ହାଇକୋର୍ଟ ଇଡୁପିର ଏକ କଲେଜର ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ସେମାନେ ହିଜାବ ପିନ୍ଧିବାକୁ ଅନୁମତି ମାଗିଥିଲେ । ହିଜାବ ପିନ୍ଧିବା ଜରୁରୀ ନୁହେଁ ବୋଲି ହାଇକୋର୍ଟ କହିଥିଲେ । ମାର୍ଚ୍ଚ 15 ରେ ହିଜାବ ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଥିଲେ କର୍ଣ୍ଣାଟକ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ହିଜାବ ପିନ୍ଧିବା ଜରୁରୀ ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରାଛାତ୍ରୀ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଶୁଣାଣି କରି ଏହି ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

ଏହା ବି ପଢନ୍ତୁ...ଦେଶରେ 5ଟି ରାଜଧାନୀ ପ୍ରସ୍ତାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପିଥିଲା । କର୍ଣ୍ଣାଟକରେ ହିଂସ୍ର ହାେଇଥିଲା ହିଜାବ ବିବାଦ । ୧୪୪ ଧାରା ଜାରି ଓ ୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲା । ପରେ ମାମଲା ସୁପ୍ରିମକୋର୍ଟକୁ ଯିବା ସହ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିବା ସହ ଉଚିତ ସମୟରେ ହସ୍ତକ୍ଷେପ କରିବେ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.