ETV Bharat / bharat

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅବମାନନା ପଡିଲା ମହଙ୍ଗା, ଟ୍ବିଟରକୁ 50ଲକ୍ଷ ଟଙ୍କା ଜରିମାନା - a fine of rs fifty lakh was imposed to twitter

କେନ୍ଦ୍ର ବିରୋଧରେ ଟ୍ବିଟର କରିଥିବା ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କେନ୍ଦ୍ର ସରକାରଙ୍କ ଆଦେଶ ଅବମାନନା ଅଭିଯୋଗରେ ଟ୍ବିଟର ଉପରେ 50 ଲକ୍ଷ ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ଟ୍ବିଟରକୁ 50ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ
ଟ୍ବିଟରକୁ 50ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ
author img

By

Published : Jun 30, 2023, 6:18 PM IST

ବାଙ୍ଗଲୋର: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ଲାଗିଛି ଶକ୍ତ ଝଟକା। କେନ୍ଦ୍ର ବିରୋଧରେ ଟ୍ବିଟର ତରଫରୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କେନ୍ଦ୍ର ସରକାରଙ୍କ ଆଦେଶ ଅବମାନନା ଅଭିଯୋଗରେ ଟ୍ବିଟର ଉପରେ 50 ଲକ୍ଷ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟ । ସୂଚନା ଅନୁସାରେ, କେତେକ ଲୋକଙ୍କ ଆକାଉଣ୍ଟ, URL ଓ ଟ୍ବିଟରକୁ ବ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ବହୁ ଚର୍ଚ୍ଚିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର କେନ୍ଦ୍ର ସରକାରଙ୍କ ଆଦେଶକୁ ଅବମାନନା କରିଥିବା ଅଭିଯୋଗରେ ଟ୍ବିଟରକୁ ଦଣ୍ଡିତ କରିଛନ୍ତି କୋର୍ଟ ।

ସୂଚନା ଅନୁସାରେ, 2021 ଫେବ୍ରୁଆରୀରୁ 2022 ମଧ୍ୟରେ କୃଷକ ଆନ୍ଦୋଳନ ଓ କୋରୋନା ସଂକ୍ରମଣ ସହିତ ଜଡିତ କେତେକ ଟ୍ବିଟ୍, ଆକାଉଣ୍ଟ ଓ ପାଖାପାଖି 175ଟି URL ବ୍ଲକ କରିବାକୁ ଟ୍ବିଟରକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଏକ ନୋଟିସ ଜାରି ହୋଇଥିଲା । କେନ୍ଦ୍ରର ଏହି ନିର୍ଦ୍ଦେଶକୁ ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ନୋଟିସ ଜରିଆରେ ଚେତାବନୀ ଦିଆଯାଇଥିଲା ।

ତେବେ କେନ୍ଦ୍ର ସରକାରଙ୍କ ତରଫରୁ ନୋଟିସ ପାଇବା ପରେ ସରକାରଙ୍କ ଆଦେଶ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ଚାଲେଞ୍ଜ କରିଥିଲା ଟ୍ବିଟର । କେନ୍ଦ୍ର ତରଫରୁ 175ଟି URL, 1,474ଟି ଆକାଉଣ୍ଟ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ସେଥି ମଧ୍ୟରୁ 39ଟି URL ବ୍ଲକ କରିବାକୁ ଆପତ୍ତି କରିଥିଲା ଟ୍ବିଟର । କେନ୍ଦ୍ର ସରକାର ପର୍ଯ୍ୟାପ୍ତ କାରଣ ଦର୍ଶାଇ ନଥିବାରୁ ଏହି 39ଟି URL କରାଯାଇନଥିବା ନେଇ ପିଟିସନରେ ଟ୍ବିଟର ତରଫରୁ ଉଲ୍ଲେଖ କରାଯାଇଥିଲା ।

ମାମଲାର ପ୍ରଥମ ଶୁଣାଣି 26 ଜୁଲାଇ 2022ରେ ହୋଇଥିବାବେଳେ ଦ୍ବିତୀୟ ଶୁଣାଣି ଏପ୍ରିଲ 21ତାରିଖରେ କରାଯାଇ ରାୟ ସଂରକ୍ଷିତ ରଖାଯାଇଥିଲା । ଶେଷରେ ଆଜି ଜଷ୍ଟିସ କ୍ରିଷ୍ଣା ଦିକ୍ଷୀତଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ଅବମାନନା ଅଭିଯୋଗରେ ଟ୍ବିଟର ଉପରେ 50ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ତେବେ 45 ଦିନ ମଧ୍ୟରେ ଜରିମାନା ରାଶି ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଜମା ନକଲେ ଦିନକ ପିଛା 5 ହଜାର ଜରିମାନା ଅଧିକ ଦେବାକୁ ପଡ଼ିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ତେବେ ପୂର୍ବରୁ ମଧ୍ୟ ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସିଙ୍କ ବୟାନକୁ ନେଇ ରାଜନୀତି ତେଜିଥିଲା । କେନ୍ଦ୍ର ବିରୋଧୀ ପୋଷ୍ଟ କରାଯାଇଥିବା ଅନେକ ଆକାଉଣ୍ଟ ବ୍ଲକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ଆଣିଥିଲେ ଜ୍ୟାକ ଡୋର୍ସି । ଏହାକୁ ନମାନିଲେ ଟ୍ବିଟର କର୍ମଚାରୀଙ୍କ ଘରେ ରେଡ୍ କରିବାକୁ ଧମକ ଦିଆଯାଇଥିବା ଭଳି ବିସ୍ଫୋରକ ବୟାନ ଦେଇଥିଲେ ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.