ETV Bharat / bharat

ଟ୍ବିଟର ଏମଡିଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଆଶ୍ବସ୍ତି, ଗାଜିଆବାଦ ପୋଲିସକୁ ନିର୍ଦ୍ଦେଶ - ଟ୍ବିଟର ଏମଡି

ଗାଜିଆବାଦ ଭାଇରାଲ ଭିଡିଓ ମାମଲାରେ ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମାହେଶ୍ବରୀଙ୍କୁ ଅନ୍ତରୀଣ ଛାଡ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଅଧିକ ପଢନ୍ତୁ...

ଟ୍ବିଟର ଏମଡିଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଆଶ୍ବସ୍ତି, ଗାଜିଆବାଦ ପୋଲିସକୁ ନିର୍ଦ୍ଦେଶ

author img

By

Published : Jun 24, 2021, 8:55 PM IST

ବେଙ୍ଗାଲୁରୁ: ଗାଜିଆବାଦ ଭାଇରାଲ ଭିଡିଓ ମାମଲାରେ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ପଠାଯାଇଥିବା ନୋଟିସକୁ ନେଇ କର୍ଣ୍ଣାଟକ ହାଇକୋର୍ଟରୁ ଟ୍ବିଟରକୁ ମିଳିଛି ବଡ ଆଶ୍ବସ୍ତି । କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି ଗୁରୁବାର ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମାହେଶ୍ବରୀଙ୍କୁ ଅନ୍ତରୀଣ ଛାଡ ପ୍ରଦାନ କରିଛନ୍ତି ।

ଟ୍ବିଟର ବିରୋଧରେ କଡା ପଦକ୍ଷେପ ନ ଉଠାଇବାକୁ ଗାଜିଆବାଦ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଜଣେ ବୃଦ୍ଧଙ୍କୁ ମାରପିଟର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ଭିଡିଓକୁ ନେଇ ଟ୍ବିଟର ଇଣ୍ଡିଆ ନୋଟିସ ପଠାଇଥିଲା ଗାଜିଆବାଦ ପୋଲିସ ।

ଏହାପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟରେ ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମାହେଶ୍ବରୀଙ୍କ ଆବେଦନ ଉପରେ ସିଆରପିସି ଧାରା 41A ଅନୁଯାୟୀ ୟୁପିର ଗାଜିଆବାଦ ପୋଲିସ ପଠାଇଥିବା ନୋଟିସ ବିରୋଧରେ ଏହି ଶୁଣାଣି ହୋଇଥିଲା। ଏହି ସମୟରେ ମନୀଷ ମାହେଶ୍ବରୀଙ୍କ ଆଇନଜୀବୀ ହାଇକୋର୍ଟଙ୍କୁ କହିଥିଲେ ଯେ ସେ ଅନୁଷ୍ଠାନର ଜଣେ କର୍ମଚାରୀ ଏବଂ ଏହି ଅପରାଧ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କ ଆଇନଜୀବୀ କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ ତାଙ୍କ କ୍ଲାଏଣ୍ଟ ବେଙ୍ଗାଲୁରୁରେ ରୁହନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବିବୃତ୍ତି ରେକର୍ଡ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ କହିଥିବା ମାହେଶ୍ବରୀଙ୍କ ଆଇନଜୀବୀ ପକ୍ଷ ରଖିଛନ୍ତି । ହେଲେ ଗାଜିଆବାଦ ପୋଲିସ ଟ୍ବିଟର ଇଣ୍ଡିଆର ଏମଡିଙ୍କ ସିଧାସଳଖ କୋର୍ଟରେ ଉପସ୍ଥିତି ଚାହୁଁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.