ETV Bharat / bharat

ବଦଳିବ ଟିପୁ ସୁଲତାନ ଅମଳର ନାଁ, ସଲାମ ଆଳତୀ ପରିବର୍ତ୍ତେ କୁହାଯିବ ଆଳତୀ ନମସ୍କାର

ମନ୍ଦିରରେ ସଲାମ ଆଳତୀର ନାମ ବଦଳାଇବେ କର୍ଣ୍ଣାଟକ ସରକାର । ଏଣିକି ସଲାମ ଆଳତୀ ନୁହେଁ କୁହାଯିବ ଆଳତୀ ନମସ୍କାର ।

author img

By

Published : Dec 11, 2022, 9:04 AM IST

Updated : Dec 11, 2022, 9:14 AM IST

ମନ୍ଦିରରେ ସଲାମ ଆଳତୀର ନାମ ବଦଳାଇବେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକର ମନ୍ଦିରଗୁଡିକରେ ବିଭିନ୍ନ ପୂଜାବିଧିର ନାମ ବଦଳାଇବା ପାଇଁ ଏକ ସର୍କୁଲାର ଜାରି ହୋଇଛି । ମନ୍ଦିରରେ ସକାଳ, ଅପରାହ୍ନ ଓ ସନ୍ଧ୍ୟା ସମୟରେ ଦେବାଦେବୀଙ୍କ ନିକଟରେ ହେଉଥିବା ସଲାମ ଆଳତୀ, ଦେବାତିଗେ ସଲାମ୍(Deevatige Salam) ଓ ସଲାମ ମଙ୍ଗଳ ଆଳତୀ(Salam Mangalarati) ରୀତିନୀତିର ନାମ ପରିବର୍ତ୍ତନ କରାଯିବ । କର୍ଣ୍ଣାଟକର ମୁଜରାଇ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଗତକାଲି(ଶନିବାର) ବିଭାଗୀୟ ମନ୍ତ୍ରୀ ଶଶୀକଳା ଜୋଲେ(Mujarai Minister Sasikala Jolle) ଏକ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ।

ରାଜ୍ୟର ଚାଲୁଭା ନାରାୟଣସ୍ବାମୀ ମନ୍ଦିର, କୁକ୍କେ ସୁବ୍ରମଣ୍ୟ ମନ୍ଦିର, ମୂକାମ୍ବିକା ମନ୍ଦିର, ମହାଲିଙ୍ଗେଶ୍ବର ଇତ୍ୟାଦି ପ୍ରମୁଖ ମନ୍ଦିରଗୁଡିକରେ ଏହି ଆଳତୀ କରାଯାଏ । ଏହି ଆଳତୀ ନୀତିର ନାମ ପରିବର୍ତ୍ତନ ପାଇଁ ମୁଜରାଇ ବିଭାଗ ପ୍ରଥମେ କର୍ଣ୍ଣାଟକ ଧାର୍ମିକ ପରିଷଦ ସହିତ ଆଲୋଚନା କରିଥିଲା(Karnataka Govt to rename ritual Salaam Aarti) । ଶ୍ରଦ୍ଧାଳୁମାନେ ମଧ୍ୟ ଏହି ପରିବର୍ତ୍ତନ ଚାହୁଁଥିବା ପରିଷଦର ସଦସ୍ୟ ଜଣାଇଥିଲେ । ଏହାପରେ ଉପରୋକ୍ତ ପୂଜାବିଧି ଗୁଡିକର ନାମ ସ୍ଥାନୀୟ ଶବ୍ଦରେ ରଖାଯାଇଛି । ସର୍କୁଲାର ଅନୁଯାୟୀ, ସଲାମ ଆଳତୀକୁ ଏଣିକି ଆଳତୀ ନମସ୍କାର, ଦେବାତିଗେ ସଲାମ୍‌କୁ ଦେବାତିଗେ ନମସ୍କାର ଏବଂ ସଲାମ ମଙ୍ଗଳଆଳତୀକୁ ମଙ୍ଗଳଆଳତୀ ନମସ୍କାର ବୋଲି କୁହାଯିବ ।

ଏହାମଧ୍ୟ ପଢନ୍ତୁ: କଳା ବରକୁ ଦେଖି ବେଦୀରୁ ଉଠିଗଲେ କନ୍ୟା

ପ୍ରକାଶଥାଉ କି, ମହୀଶୂର ଶାସକ ଟିପୁ ସୁଲତାନଙ୍କ ଅମଳରେ ଏହି ସଲାମ୍ ଆଳତୀ ରୀତିନୀତି ଆରମ୍ଭ ହୋଇଥିଲା । ଟିପୁ ସୁଲତାନ ମହୀଶୂର ରାଜ୍ୟର କଲ୍ୟାଣ ପାଇଁ ପୂଜାର୍ଚ୍ଚନା କରୁଥିଲେ । ବ୍ରିଟିଶଙ୍କ ସହ ଲଢେଇରେ ତାଙ୍କର ମୃତ୍ୟୁ ହେବା ପରେ ମଧ୍ୟ ରାଜ୍ୟର ଅନେକ ହିନ୍ଦୁ ମନ୍ଦିରରେ ଏହି ନୀତି ଜାରି ରହିଥିଲା ।

Last Updated : Dec 11, 2022, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.