ETV Bharat / bharat

କର୍ଣ୍ଣାଟକରେ ସ୍କୁଲ ଓ କଲେଜରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ

author img

By

Published : Aug 18, 2022, 4:31 PM IST

Updated : Aug 18, 2022, 10:56 PM IST

କର୍ଣ୍ଣାଟକରେ ପ୍ରତ୍ୟେକ ସ୍କୁଲ ଓ ପ୍ରି-ୟୁନିଭରସିଟି କଲେଜରେ ଜାତୀୟ ସଙ୍ଗୀତ ଗାନ ହେଲା ବାଧ୍ୟତାମୂଳକ । ନିୟମ ଜାରି କଲେ ବୋମ୍ମାଇ ସରକାର । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ସ୍କୁଲ କଲେଜରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କଲେ ସରକାର

ବେଙ୍ଗାଲୁର: କର୍ଣ୍ଣାଟକରେ ପ୍ରତ୍ୟେକ ସ୍କୁଲ ଓ ପ୍ରି-ୟୁନିଭରସିଟି କଲେଜରେ ବାଧ୍ୟତାମୂଳକ ହେଲା ଜାତୀୟ ସଙ୍ଗୀତ ଗାନ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରତ୍ୟହ ପୂର୍ବାହ୍ନରେ କ୍ଲାସ ଆରମ୍ଭରେ ହେଉଥିବା ସମୂହ ପ୍ରାର୍ଥନାରେ ଜାତୀୟ ସଙ୍ଗୀତ ଗାନ ହେବ । ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଏବଂ ପ୍ରି-ୟୁନିଭରସିଟିି କଲେଜରେ ଏହି ନିୟମ ଲାଗୁ କରିବା ପାଇଁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।

କର୍ଣ୍ଣାଟକ ଶିକ୍ଷା ଅଧିନିୟମ (Karnataka Education Act) ଧାରା-133(2) ଅନୁସାରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯଦି ସ୍କୁଲ କ୍ୟାମ୍ପସରେ ସମୂହ ପ୍ରାର୍ଥାନା ସଭା ଆୟୋଜନ ପାଇଁ ଯଥେଷ୍ଟ ସ୍ଥାନ ନଥାଏ, ତେବେ ଶ୍ରେଣୀ ଗୃହରେ ମଧ୍ୟ କ୍ଲାସ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଇ ପାରିବ ବୋଲି ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ।

ଏପରି କରିବା ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟତା ଭାବନା ସୃଷ୍ଟି ହେବ । ରାଜ୍ୟର କିଛି ବିଦ୍ୟାଳୟରେ ସମୂହ ପ୍ରାର୍ଥନା ସଭା ଆୟୋଜନ କରାଯାଉନଥିବା ମଧ୍ୟ ଅଭିଯୋଗ ଆସୁଥିଲା । ସ୍କୁଲ କଲେଜରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ କରିବା ନେଇ ମଧ୍ୟ ବିଭିନ୍ନ ସମୟରେ ପ୍ରସ୍ତାବ ମଧ୍ୟ ରଖାଯାଇଥିଲା ।

Last Updated : Aug 18, 2022, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.