ETV Bharat / bharat

ଲାଇଭ ମ୍ୟାଚ ଦେଖିବେ ଲୋକେ, ଦର୍ଶକଙ୍କ ପାଇଁ ପ୍ରତି ଜିଲ୍ଲା ଷ୍ଟାଡିୟମରେ ଲାଗିବ ବଡ଼ ସ୍କ୍ରିନ

author img

By ETV Bharat Odisha Team

Published : Nov 19, 2023, 11:02 AM IST

Updated : Nov 19, 2023, 11:11 AM IST

World Cup final: ବିଶ୍ବକପ ପାଇଁ ସାରା ଦେଶରେ ଭରି ରହିଛି ଅଜସ୍ର ଉତ୍ସାହ । ଏହାମଧ୍ୟରେ କର୍ଣ୍ଣାଟକ କ୍ରୀଡା ବିଭାଗ ପକ୍ଷରୁ ଏକ ବଡ ଘୋଣଷା କରାଯାଇଛି । ସମସ୍ତ ଜିଲ୍ଲା ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଲାଇଭ ମ୍ୟାଚ ପାଇଁ ସରକାରଙ୍କ ପକ୍ଷରୁ ବଡ ସ୍କ୍ରିନ ବ୍ୟବସ୍ଥା କରାଯାଇଛି ।ଅଧିକ ପଢନ୍ତୁ

କର୍ଣ୍ଣାଟକ ସରକାରଙ୍କ ଘୋଷଣା
କର୍ଣ୍ଣାଟକ ସରକାରଙ୍କ ଘୋଷଣା

ବାଙ୍ଗାଲୁରୁ: ଆଜି ବିଶ୍ବକପ ଫାଇନାଲ ମ୍ୟାଚ । ତେବେ ଆଜିର ଏହି ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମନରେ ଅଜସ୍ର ଉତ୍ସାହ ଭରି ରହିଛି । ଏହା ମଧ୍ୟରେ କର୍ଣ୍ଣାଟକରେ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାଗୁଡିକର ଷ୍ଟାଡିୟମରେ କ୍ରିକେଟ ମ୍ୟାଚ ପାଇଁ ବଡ ଟିଭି ଲଗାଇବା ପାଇଁ କର୍ଣ୍ଣାଟକ ଯୁବ ସଶକ୍ତିକରଣ ଓ କ୍ରୀଡା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାଫଳରେ ଲୋକମାନେ ଖେଳର ମଜା ନେଇପାରିବେ ।

ସୁପର ସଣ୍ଡେରେ ସୁପର ଫାଇଟ ପାଇଁ ସାରା ଦେଶରେ ଭରିରହିଛି ଉତ୍କଣ୍ଠା । ଏହାମଧ୍ୟରେ କର୍ଣ୍ଣାଟକ କ୍ରୀଡା ବିଭାଗ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଷ୍ଟାଡିୟମଗୁଡିକରେ ଲାଇଭ ଟେଲିକାଷ୍ଟ୍‌ ପାଇଁ ବଡ଼ ସ୍କ୍ରିନ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ କ୍ରିକେଟପ୍ରେମୀ ତଥା ଦର୍ଶକମାନେ ଭଲ ଭାବରେ ଖେଳକୁ ଉପଭୋଗ କରିପାରିବେ । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଏହାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଚାର ମଧ୍ୟ ଜୋରଦାର କରାଯାଉଛି ।

ତେବେ ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଇଣ୍ଡିଆ-ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ 5 ଥର ଓ୍ବାର୍ଲ୍ଡ କପ ଟାଇଟଲ ହାତେଇ ସାରିଥିବା ବେଳେ ଇଣ୍ଡିଆ ବି ପୂର୍ବରୁ 2 ଥର ଚାମ୍ପିୟନ ହୋଇସାରିଛି । ପୁରା ସିରିଜରେ ଗୋଟିଏ ବି ମ୍ୟାଚ୍‌ ହାରିନି ରୋହିତ ଟିମ । ତେବେ ଇଣ୍ଡିଆନ ବ୍ୟାଟର ଓ ବୋଲର ଉଭୟ ଫୁଲ ଫର୍ମରେ ଥିବା ବେଳେ ଅଷ୍ଟ୍ରେଲିଆ ବି ସିରିଜରେ ବେଶ ଭଲ ପ୍ରଦର୍ଶନ କରିଛି ।

ଏହାମଧ୍ୟ ପଢନ୍ତୁ..ବିଶ୍ବକପ ଫାଇନାଲ ପୂର୍ବରୁ ଆଷ୍ଚ୍ରୋଟକ୍‌ ସିଇଓଙ୍କ ବଡ଼ ଘୋଷଣା, ଭାରତ ଜିତିଲେ ବାଣ୍ଟିବେ 100 କୋଟି ଟଙ୍କା

ଅନ୍ୟପଟେ ମ୍ୟାଚ ପାଇଁ ଭାରତୀୟଙ୍କ କ୍ରିକେଟରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ସେମିଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ । ତେବେ ମୁଁ ବି ଭାରତର ବିଜୟୀରେ ସେଲିବ୍ରେସନ କରିବା ପାଇଁ ଅପେକ୍ଷା କରି ରହିଛି । ବୋଲିଂ, ବ୍ୟାଟିଂ ଓ ଫିଲ୍ଡିକୁ ନେଇ ଆମ ମାନଙ୍କ ପାଖରେ ଏକ ଭଲ ଟିମ ରହିଛି । ଯାହାକୁ ଦେଖି ବିଶ୍ବ କପ ଏଥର ଇଣ୍ଡିଆକୁ ଆସିବ ବୋଲି ଆଶା ରହିଛି ।"

ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ଇଣ୍ଡିଆର ବିଜୟୀ ନେଇ ଦୃଢତା ଦେଖାଇଛନ୍ତି । ଆମ ଦେଶ ଚଳିତ ବର୍ଷ ଇତିହାସ ରଚିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2023, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.