ବେଙ୍ଗାଲୁରୁ: କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେଶକରଙ୍କ ଦେହାନ୍ତରେ ସାରା ଦେଶ ଶୋକ ପ୍ରକାଶ କରିଛି । କେନ୍ଦ୍ର ସରକାର ଦେଶବ୍ୟାପୀ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । କର୍ଣ୍ଣାଟକ ସରକାର ମଧ୍ୟ ଲତାଙ୍କ ବିୟୋଗରେ ୨ ଦିନ ରାଜ୍ୟସ୍ତରୀୟ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ଏକ ବିବୃତ୍ତିରେ କହିଛନ୍ତି, ୨ ଦିନ ରାଜ୍ୟରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଥିବା ବେଳେ ତ୍ରିରଙ୍ଗା ପତାକା ଅର୍ଧନମିତ ହୋଇ ରହିବ । ସେହିପରି ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ ରଖାଯିବା ସହ ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ