ETV Bharat / bharat

Karnataka Assembly Polls: ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, କଟିଲା 7 ବିଧାୟକଙ୍କ ଟିକେଟ୍‌ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ତାଲିକାରେ ନାହିଁ 7 ବିଧାୟକଙ୍କ ନାମ । ଅଧିକ ପଢନ୍ତୁ

Karnataka Assembly Polls
Karnataka Assembly Polls
author img

By

Published : Apr 13, 2023, 7:34 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି ଦଳ । ପ୍ରଥମ ପ୍ରାର୍ଥୀ ତାଲିକା ପରେ ଏବେ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଦ୍ବିତୀୟ ପ୍ରାର୍ଥୀ ତାଲିକାରେ 23 ଜଣ ପ୍ରାର୍ଥୀଙ୍କ ନାମ ରହିଥିବା ବେଳେ 7 ବିଧାୟକଙ୍କ ନାମ ଏଥିରେ ସ୍ଥାନ ପାଇନଥିବା ଜଣାପଡିଛି । ଏନେଇ ଟ୍ବିଟ କରି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ଟ୍ବିଟରେ ଉଲ୍ଲେଖ ରହିଛି ଯେ,'' ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକାରେ 23 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । 7ଜଣ ବିଧାୟକକଙ୍କ ନାମ ଏହି ତାଲିକାରେ ସ୍ଥାନ ଦିଆଯାଇନାହିଁ । ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନାଗରାଜ ଚାବୀଙ୍କୁ କଲଘାଟୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ଟିକେଟ ଦେଇଥିବା ବେଳେ ପୂର୍ବତନ ବିଧାୟକ ୟାଇ ସାମ୍ପାଙ୍ଗୀଙ୍କ ଝିଅ ଅଶ୍ୱିନୀ ସାମ୍ପାଙ୍ଗୀ କୋଲାର ଗୋଲ୍ଡ ଫିଲ୍ଡରୁ (କେଜିଏଫ)ରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିକେଟ ଦେଇଛି ଦଳ ।''

ସେହିପରି ଆର୍ସିକେର ନିର୍ବାଚନମଣ୍ଡଳୀରୁ ଜି.ଭି ବସଭରାଜୁ, ମୁଦିଗେରେ ନିର୍ବାଚନମଣ୍ଡଳୀରୁ ଦୀପକ ଡୋଡାୟ, ବେନ୍ଦୁର ନିର୍ବାଚନ ମଣ୍ଡଳୀରୁ ଗୁରୁରାଜ ଗାଣ୍ଟିଲୋ, ଚନ୍ନାଗିରି ନିର୍ବାଚନମଣ୍ଡଳୀରୁ ଶିବକୁମାର ବିଧାନସଭା ନିର୍ବାଚନ ଲଢିବା ନେଇ ତାଲିକାରେ ପ୍ରକାଶ ପାଇଛି । ତେବେ ଆଉ 12ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ବାକି ରହିଛି । ଯେଉଁଥିରେ ହୁବଲି ଧରୱାଡ ସେଣ୍ଟ୍ରାଲ, କୃଷ୍ଣରାଜ, ଶିବମୋଗା, ମହାଦେବପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ।

ଗତ ଏପ୍ରିଲ 11 ତାରିଖରେ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ଦଳ । ପ୍ରଥମ ତାଲିକାରେ ମୋଟ 189 ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଯେଉଁଥିରେ 52 ନୂଆ ମୁହଁଙ୍କୁ ସୁଯୋଗ ଦେଇଥିଲା ଦଳ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ସମେତ ରାଜ୍ୟର ଏକାଧିକ ମନ୍ତ୍ରୀ ଓ କିଛି ଚର୍ଚ୍ଚିତ ନେତାଙ୍କ ନାମ ରହିଥିଲା ।

କର୍ଣ୍ଣାଟକରେ ମୋଟ 224ଟି ବିଧାନସଭା ଆସନରେ ଆସନ୍ତା ମାସ ମେ’ 10 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । 13 ତାରିଖ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଗତ ମାର୍ଚ୍ଚ 29ରେ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଥିଲେ । ତେବେ ଗତ ଏପ୍ରିଲ 6 ତାରିଖରେ କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଯେଉଁଥିରେ ମୋଟ 41 ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.