ETV Bharat / bharat

Karantaka Poll: ସାମ୍ନାକୁ ଆସିଲା ବିଜେପି ଫାଟ, ଟିକେଟ ନପାଇ କଂଗ୍ରେସରେ ମିଶିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

author img

By

Published : Apr 14, 2023, 9:04 PM IST

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲାଗି ଟିକେଟ ନ ମିଳିବାରୁ ଚାଲିଛି ଦଳ ଅଦଳବଦଳ । ପୂର୍ବତନ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ହେଲେ ସାମିଲ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲାଗି ବିଜେପି ଦ୍ବିତୀୟ ପ୍ରାର୍ଥୀ ତାଲିକା ମଧ୍ୟ ଜାରି କରିସାରିଛି । ଏଥିରେ କିଛି ପୁରୁଖୁ ନେତାଙ୍କୁ ଟିକେଟ ନ ମିଳିବାରୁ ପଦ୍ମ ଛାଡି କଂଗ୍ରେସ ସହ ହାତ ମିଳାଇଛନ୍ତି । ପୂର୍ବତନ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ବିଜେପି ଉପରେ ଅସନ୍ତୋଷ ବ୍ୟକ୍ତ କରି ସେ ଦଳରୁ ଇସ୍ତଫା ଦେଇ ଶୁକ୍ରବାର କଂଗ୍ରେସରେ ଯୋଗଦେଇଛନ୍ତି । ଏହାପରେ କେପିସିସି ସଭାପତି ଡିକେ ଶିବକୁମାର, ବିରୋଧୀ ଦଳ ନେତା ସିଦ୍ଧରମୈୟା ଓ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପାର୍ଟି ଇନଚାର୍ଜ ରଣଦୀପ ସିଂ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ କଂଗ୍ରେସରେ ଯୋଗଦେବା ପୂର୍ବରୁ ଶୁକ୍ରବାର ଅପରାହ୍ନରେ ବିଜେପିରୁ ଇସ୍ତଫା ଦେଇଥିଲେ । ସାବଦୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବିଜେପି ବେଲାଗଭି ଜିଲ୍ଲାର ଅଥାନି ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ବିଧାୟକ ମହେଶ କୁମାଥାଲ୍ଲୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସେପଟେ ଅଥାନିରୁ ୩ଥର ସାବଦୀ ନିର୍ବାଚନୀ ଲଢି ବିଧାୟକ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି । ହେଲେ ସେ ୨୦୧୮ ନିର୍ବାଚନରେ କୁମାଥାଲ୍ଲିଙ୍କଠାରୁ ହାର ମାନିଥିଲେ । କୁମାଥାଲ୍ଲି ସେତେବେଳେ କଂଗ୍ରେସରୁ ନିର୍ବାଚନ ଲଢିଥିଲେ ।

ଏହା ବି ପଢନ୍ତୁ- Karnataka Assembly Polls: ମିଳିଲାନି ଟିକେଟ, ବିଜେପିକୁ ବାଏ ବାଏ କହିଲେ ପୂର୍ବତନ ବିଧାୟକ

୨୦୧୯ରେ ଉପନିର୍ବାଚନ ସମୟରେ ସେ ପୁଣି ଅଥାନିରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । କଂଗ୍ରେସ-ଜେଡି(ଏସ) ମିଳିତ ମେଣ୍ଟ ସରକାରକୁ ଭାଙ୍ଗିବାରେ କୁମାଥାଲ୍ଲି ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏହି ସରକାରରେ ସେ କଂଗ୍ରେସ ବିଧାୟକ ଭାବେ ଅଥାନିରୁ ନିର୍ବାଚନ ଲଢିଥିଲେ । ମାତ୍ର ପରବର୍ତ୍ତୀ ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ । ଏହାପରେ ଅଥାନିରେ ଉପନିର୍ବାଚନ ହୋଇଥିଲା ଏବଂ କୁମାଥାଲ୍ଲି ପୁଣି ବିଜେପିରୁ ଟିକେଟ ପାଇ ନିର୍ବାଚନ ଲଢି ପୁନର୍ବାର ନିଜ ଆସନ ହାତେଇଥିଲେ ।

ଏହା ବି ପଢନ୍ତୁ- Karnataka Assembly Polls: ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, କଟିଲା 7 ବିଧାୟକଙ୍କ ଟିକେଟ୍‌

ସୂଚନା ଥାଉ କି ଗତକାଲି ପୂର୍ବତନ ବିଜେପି ବିଧାୟକ ଡୋଡୋପାଗୌଡା ପାଟିଲ ନରିବୋଲା ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ଜ୍ବେର୍ଗି ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ବିଜେପି ତାଙ୍କ ବଦଳରେ କାଲାବୁରାଗି ବିଜେପି ଜିଲ୍ଲା ସଭାପତି ଶିବରାଜ ପାଟିଲ ରାଡବେଦାଗିଙ୍କୁ ଟିକେଟ ଦେଇଛି । ଟିକେଟ ନ ମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ଶେଷରେ ଦଳ ଛାଡ଼ିଛନ୍ତି ପାଟିଲ । ଦଳ ଛାଡ଼ିବା ପରେ ଅନ୍ୟ ଦଳରୁ କିମ୍ବା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ସେ ସ୍ପଷ୍ଟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.