ETV Bharat / bharat

Karnataka Poll: ଲିଙ୍ଗାୟତ ସମ୍ପ୍ରଦାୟ ଭୋଟ ପୁଲର ହେବେ ଜଗଦୀଶ ! କଂଗ୍ରେସ କହିଲା ସରକାର କରିବୁ - କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର

କର୍ଣ୍ଣାଟକରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟରଙ୍କୁ ନେଇ ଚର୍ଚ୍ଚା । ପ୍ରଭାବଶାଳୀ ଲିଙ୍ଗାୟତ ସମ୍ପ୍ରଦାୟରୁ ହୋଇଥିବା କାରଣରୁ କଂଗ୍ରେସକୁ ମିଳିପାରେ ଲାଭ । ଅଧିକ ପଢନ୍ତୁ

Karnataka electionsKarnataka elections: ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ ପୁଲର ହେବେ ଜଗଦୀଶ ଶେଟ୍ଟର ! କଂଗ୍ରେସ କହିଲା ସରକାର କରିବୁ
KarnatakKarnataka elections: ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ ପୁଲର ହେବେ ଜଗଦୀଶ ଶେଟ୍ଟର ! କଂଗ୍ରେସ କହିଲା ସରକାର କରିବୁa elections
author img

By

Published : Apr 17, 2023, 10:16 PM IST

ବେଙ୍ଗାଲୁରୁ: ଟିକେଟ କନ୍ଦଳ ଯୋଗୁ ବିଜେପି ଛାଡି କଂଗ୍ରେସ କ୍ୟାମ୍ପରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜଗଦୀଶ ଶେଟ୍ଟରଙ୍କୁ ନେଇ ଚର୍ଚ୍ଚା । ତାଙ୍କର କଂଗ୍ରେସ କ୍ୟାମ୍ପରେ ଏଣ୍ଟ୍ରି ପରେ କଂଗ୍ରେସ ଶିବିର ଏବେ ଉତ୍ସାହିତ । ରାଜ୍ୟରେ ବିଜେପି କାର୍ଡ ପରି ଖସିବାରେ ଲାଗିଛି । ଜଣେ ପରେ ଜଣେ ବଜେପି ନେତା ଦଳ ଛାଡିବାରେ ଲାଗିଛନ୍ତି । ବିଜେପି ଏଥର ସରକାର ଗଠନ କରିପାରିବ ନାହିଁ । ଦଳ ସଷ୍ଟ ବହୁମତରେ ସରକାର ଗଠନ କରିବ ବୋଲି କଂଗ୍ରେସ ଦାବି କରିଛି । ଗତକାଲି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିବା ଶେଟ୍ଟର ଆଜି (ସୋମବାର) ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ଜଗଦୀଶଙ୍କ ଏପରି ଏଣ୍ଟ୍ରିକୁ ନେଇ କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖାଯାଇଛି । ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ଜାତୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ, କର୍ଣ୍ଣାଟକ ବିରୋଧୀ ଦଳ ନେତା ସିଦ୍ଧରମୈୟା, ପ୍ରଦେଶ କଂଗ୍ରେସ ମୁଖ୍ୟ ଡି.କେ ଶିବ କୁମାରଙ୍କ ସମେତ ଅନ୍ୟ ନେତାଙ୍କ ଗହଣରେ ସେ ଆଜି ହାତ ଧରିଛନ୍ତି । ତାଙ୍କ ଯୋଗଦାନ କଂଗ୍ରେସକୁ ସୁଦୃଢ କରିବା ନେଇ ବିଭିନ୍ନ ଦଳୀୟ ନେତା ମତ ପ୍ରକାଶ କରିଥିଲେ ।

ଶେଟ୍ଟରଙ୍କ କଂଗ୍ରେସ ମିଶ୍ରଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୟାଦ୍ଦିରୋପ୍ପା କହିଥିଲେ, ଜଗଦୀଶ ଯଦି ନିଷ୍ପତ୍ତିରେ ପରିବର୍ତ୍ତନ କରି ଫେରିଆସନ୍ତି, ତେବେ ତାଙ୍କୁ ସ୍ବାଗତ କରାଯିବ । ହେଲେ ଗତକାଲି ଦଳ ଛାଡି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ଅନୁମାନ କରାଯାଉଥିବା ଜଗଦୀଶ ଆଜି କଂଗ୍ରେସରେ ସାମିଲ ହୋଇଥିଲେ । ସେ ସାମିଲ ହେବା ପରେ ବିଜେପି ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ:-କର୍ଣ୍ଣାଟକ ବିଜେପିରେ ବିଦ୍ରୋହର ଆଭାଷ: ଟିକେଟ ନମିଳିଲେ ଦଳ ବିରୋଧରେ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ଅନ୍ୟପଟେ ଅନ୍ୟତମ ବରିଷ୍ଠ ବିଜେପି ନେତା କେ.ଏସ ଇଶ୍ବରପ୍ପା ମଧ୍ୟ ଜଗଦୀଶଙ୍କୁ ଚିଠି ଲେଖିଛନ୍ତି । କହିଛନ୍ତି, ‘‘ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସେ ତେବେ ସେମାନେ ବିଜେପି ସରକାର ପାରିତ କରିଥିବା ଗୋ-ହତ୍ୟା ନିଷେଧ ଆଇନକୁ ପ୍ରତ୍ୟାହାର କରିବା କର୍ଯ୍ୟ କରିବେ । ସେତେବେଳେ ଆପଣଙ୍କ କଥାକୁ କି’ଏ ସମର୍ଥନ କରିବ ।’’

ଲିଙ୍ଗାୟତ ସମ୍ପ୍ରଦାୟରୁ ଆସନ୍ତି ସେଟ୍ଟର:-

ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଟ୍ଟରଙ୍କ ଦଳ ବଦଳକୁ ଏତେ ଗମ୍ଭୀରତାର ସହ ବିଚାର କରାଯାଉଥିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ସେ ଲିଙ୍ଗାୟତ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରନ୍ତି । ଏହି ଲିଙ୍ଗାୟତ ସମ୍ପ୍ରଦାୟ ରାଜ୍ୟ ରାଜନୀତିରେ ଏକାଧିକ ଥର ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ସମଗ୍ର କର୍ଣ୍ଣାଟକରେ ପ୍ରାୟ 120 ଆସନରେ ଏହି ସମ୍ପ୍ରଦାୟର ରାଜନୈତିକ ପ୍ରଭାବ ରହିଛି । ତେଣୁ ଏହାର ଲାଭ ଉଠାଇବା ପାଇଁ କଂଗ୍ରେସ ଅଣ୍ଟା ଭିଡୁଥିବା ବେଳେ ବିଜେପି ସମପରିମାଣରେ କ୍ଷତି ସହ୍ୟ କରିବାକୁ ଯାଉଥିବା ଅନୁମାନ କାରଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.