ETV Bharat / bharat

President Poll: ଦ୍ରୌପଦୀ ମୁର୍ମୁଙ୍କ ନାମରେ ECଙ୍କ ନିକଟରେ ଫେରାଦ ହେଲା କର୍ଣ୍ଣାଟକ କଂଗ୍ରେସ - ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ନିର୍ବାଚନ ଭୋଟିଂରେ କର୍ଣ୍ଣାଟକରେ ସ୍ୱଚ୍ଛତା ଅବଲମ୍ଭନ କରାଯାଇନଥିବା ଅଭିଯୋଗ କଲା ପ୍ରଦେଶ କଂଗ୍ରେସ କମିଟି । NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ । ଅଧିକ ପଢନ୍ତୁ

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲା କର୍ଣ୍ଣାଟକ କଂଗ୍ରେସ

author img

By

Published : Jul 19, 2022, 11:01 PM IST

ବେଙ୍ଗାଲୁରୁ: ବିଜେପି ନେତୃତ୍ବାଧୀନ NDA ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲା କର୍ଣ୍ଣାଟକ କଂଗ୍ରେସ । ରାଷ୍ଟ୍ରପତି ନିର୍ବାଚନ ନିୟମାବଳୀ ଉଲ୍ଲଙ୍ଘନ କରାଯାଇଥିବା ଦର୍ଶାଇ ମୁର୍ମୁ ଓ ଅନ୍ୟମାନଙ୍କ ବିରୋଧରେ ଏହି ମାମଲା ଦାଏର କରିଛି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟରେ ହୋଇଥିବା ମତଦାନରେ ଦ୍ରୌପଦୀଙ୍କ ସପକ୍ଷରେ ପଡିଥିବା ସମସ୍ତ ଭୋଟକୁ ଅବୈଧ ଘୋଷଣା କରିବାକୁ ମଧ୍ୟ ଦଳ ଆୟୋଗ ନିକଟରେ ଦାବି କରିଛି ।

ରାଜ୍ୟ ବିଧାନସୌଧରେ ଏହି ନିର୍ବାଚନ ପାଇଁ ମତଦାନ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ମତଦାନ ପ୍ରକ୍ରିୟା ସଠିକ ତଥା ସଚ୍ଛ୍ବ ଭାବେ ହୋଇନଥିବା ଦର୍ଶାଇଛି ଦଳ । ଦଳ ଦାବି କରିଛି, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, ବିଜେପି ରାଜ୍ୟ ସଭାପତି ନଳୀନ କୁମାର କୌଟିଲ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦିରୁପ୍ପା, ବିଜେପି ମୁଖ୍ୟ ସଚେତକ ସତୀଶ ରେଡ୍ଡୀ,ଦଳର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଏକାଠି ହୋଇ ଦଳର ସମସ୍ତ ବିଧାୟକଙ୍କୁ ଦ୍ରୌପଦୀଙ୍କ ଭୋଟ ଦେବା ପାଇଁ ବାଧ୍ୟ କରିଥିବା ଅଭିଯୋଗ କରିଛି ଦଳ ।

କଂଗ୍ରେସ ନିଜ ଅଭିଯୋଗରେ ଦର୍ଶାଯାଇଛି ଯେ, ଜୁଲାଇ 17 ରେ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ସମସ୍ତ ବିଜେପି ବିଧାୟକଙ୍କୁ ରଖିବାର ବ୍ୟବସ୍ଥା କରାଯାଇଥିଲା । ବିଳାସପୂର୍ଣ୍ଣ କୋଠରୀ, ଖାଦ୍ୟ, ମଦ୍ୟପାନ ଓ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଇଥିଲା ଦଳ । ଭୋଟିଂ ଦିନ ମଧ୍ୟ ସମସ୍ତ ବିଧାୟକ ଓ ମନ୍ତ୍ରୀ ବସରେ ବିଧାନସୌଧ ଆସିଥିବା କହିଛ କଂଗ୍ରେସ । ତେଣୁ ଏହି ନିର୍ବାଚନରେ ସ୍ୱଚ୍ଛତା ଅବଲମ୍ବନ କରାଯାଇନଥିବା ଦଳ ଅଭିଯୋଗରେ ଦର୍ଶାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.