ETV Bharat / bharat

ଅଳ୍ପକେ ବର୍ତ୍ତିଲେ ଡି.କେ ଶିବକୁମାର, ବାର୍ଡହିଟ୍‌ ପରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର - କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଶିବକୁମାର

କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବ କୁମାରଙ୍କ ହେଲିକପ୍ଟରେ ବାର୍ଡହିଟ । ସମ୍ମୁଖ ଭାଗ କାଚ ସମ୍ପୂର୍ଣ୍ଣ ଚୁରମାର । ଜରୁରୀ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ଅଧିକ ପଢନ୍ତୁ

ଅଳ୍ପକେ ବର୍ତ୍ତିଲେ ଡି.କେ ଶିବକୁମାର, ବାର୍ଡହିଟ୍‌ ପରେ ଏମରଜେନ୍ସି ଲ୍ୟାଣ୍ଡି କଲା ହେଲିକପ୍ଟର

author img

By

Published : May 2, 2023, 3:59 PM IST

ବେଙ୍ଗାଲୁରୁ: ହେଲିକପ୍ଟର କ୍ରାସରୁ ବର୍ତ୍ତିଯାଇଛନ୍ତି କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର । ବାର୍ଡହିଟ ପରେ ତାଙ୍କ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡି କରିଛି । ହେଲିକପ୍ଟରର ସମ୍ମୁଖ ଭାଗ କାଚ (ଫ୍ରଣ୍ଟ ଓ୍ବିଣ୍ଡ ସିଲ୍ଡ) ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ବେଙ୍ଗାଲୁରୁ ନିକଟବର୍ତ୍ତୀ ଜକୁର ବିମାନ ବନ୍ଦରରୁ ହେଲିକପ୍ଟରରେ ଶିବକୁମାର ଓ ଅନ୍ୟ କିଛି ସହଯୋଗୀ ଉଡାଣ ଭରିଥିଲା । ତାର ମାତ୍ର କିଛି ସମୟ ମଧ୍ୟରେ ହେଲିକପ୍ଟରଟି ହସ୍କୋଟେ ଆକାଶରେ ଉଡୁଥିବା ବେଳେ ବାର୍ଡହିଟର ଶିକାର ହୋଇଥିଲା । ହସ୍କୋଟେରେ ହିଁ ହେଲିକପ୍ଟରଟି ସୁରକ୍ଷିତ ଏମୋରଜେନ୍ସି ଲ୍ୟାଣ୍ଡିଂ କରିଛି ।

  • Karnataka Congress president DK Shivakumar's helicopter was hit by an eagle near Hosakote. He was on his way to Mulabagilu for an election rally. His camera person received minor injuries during the incident. pic.twitter.com/U6MEfu5ek9

    — ANI (@ANI) May 2, 2023 " class="align-text-top noRightClick twitterSection" data=" ">

କୋଲାର ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ଅଂଶଗ୍ରହଣ କରିବା ପାଇଁ ବାହାରିଥିଲେ ଶିବକୁମାର । ବାର୍ଡହିଟ ପରେ ତାଙ୍କ ହେଲିକପ୍ଟର ହସ୍କୋଟେରେ ଜରୁରୀ ଅବତରଣ କରିବା ପରେ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚିଥିଲେ । ପରେ ସେ ସେଠାରୁ ସଡକ ପଥରେ ସଭାସ୍ଥଳକୁ ଯାଇଥିଲେ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରରେ ଜଣେ ପାଇଲଟ ଓ ଜଣେ ସାମ୍ବାଦିକଙ୍କ ସହ ଶିବକୁମାର ଓ ତାଙ୍କର 4 ସହଯୋଗୀଙ୍କୁ ମିଶାଇ ମୋଟ 7ଜଣ ଥିଲେ । ସମସ୍ତେ ସୁରକ୍ଷିତ ରହିଛନ୍ତି । ଉଡାଣ ଭରିବାର ମାତ୍ର ଅଳ୍ପ ସମୟ ମଧ୍ୟରେ ବାର୍ଡହିଟ ହେବାରୁ ଏହାକୁ ସୁରକ୍ଷିତ ଅବତରଣ କରିବା ସମ୍ଭବପର ହୋଇଥିଲା । ହେଲିକପ୍ଟରର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା କାରଣରୁ କୌଣସି ବଡ ଧରଣ କ୍ରାସର ଯଥେଷ୍ଟ ଆଶଙ୍କା ରହିଥିଲା । ହେଲେ ହେଲିକପ୍ଟରଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଛି ।

ଚଳିତ ବିଧାନସଭା ନିର୍ବାଚନ କଂଗ୍ରେସ ଡି.କେ ଶିବକୁମାରଙ୍କ ନେତୃତ୍ବରେ ଲଢୁଛି । ଦଳ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ କୌଣସି ବିଧିବଦ୍ଧ ଘୋଷଣା କରିନଥିବା ସୁଦ୍ଧା କଂଗ୍ରେସର ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ମଧ୍ୟରେ ଶିବକୁମାରଙ୍କ ନାମ ମଧ୍ୟ ରହିଛନ୍ତି । ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୈଦାନରେ ଥିବା ବେଳେ ଦଳ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ବର୍ତ୍ତମାନର କର୍ଣ୍ଣାଟକ ପିସିସି ସଭାପତି ଶିବକୁମାର ମଧ୍ୟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିର୍ବାଚନକୁ ଆଉ ଏକ ସପ୍ତାହରୁ କମ ସମୟ ଥିବା ବେଳେ ଶିବକୁମାର ରାଜ୍ୟର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ଦଳର କେନ୍ଦ୍ରୀୟ ନେତୃତ୍ବ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମଧ୍ୟ ଶିବକୁମାରଙ୍କୁ ଏକାଧିକ ସଭାମଞ୍ଚରେ ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.