ETV Bharat / bharat

5 Guarantees of Congress: 'ଚଳିତ ବର୍ଷ ଶେଷ ସୁଦ୍ଧା ୫ ନିର୍ବାଚନୀ ପ୍ରତିଶୃତି ହେବ ପୂରଣ'

author img

By

Published : Jun 2, 2023, 8:48 PM IST

ଚଳିତ ବର୍ଷ ଶେଷ ସୁଦ୍ଧା କର୍ଣ୍ଣାଟକରେ ୫ ନିର୍ବାଚନୀ ପ୍ରତିଶୃତିକୁ ପୂରଣ କରିବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଅଧିକ ପଢନ୍ତୁ

Karnataka CM Siddaramaiah
Karnataka CM Siddaramaiah

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ବଡ଼ ଘୋଷଣା କରିଥିଲା କଂଗ୍ରେସ । ଏଥିରେ ଥିବା ୫ ନିର୍ବାଚନୀ ପ୍ରତିଶୃତିକୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂରଣ ହେବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଆଜି ବିଧାନସୌଦରେ କ୍ୟାବିନେଟ ବୈଠକ ପରେ ସେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ଏହି ସୂଚନା ଦେଇଛନ୍ତି । ଦଳ ଶାସନ କ୍ଷମତାକୁ ଆସିବା ପରେ ଏହି ୫ ମୁଖ୍ୟ ପ୍ରତିଶୃତିକୁ ପୂରଣ କରିବା ଲାଗି ପ୍ରତିଶୃତି ଦେଇଥିଲା ।

କଂଗ୍ରେସର ଏହି ୫ଟି ନିର୍ବାଚନୀ ପ୍ରତିଶୃତି ହେଉଛି ପ୍ରତି ଘର ପିଛା ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି (ଗୃହ ଜ୍ୟୋତି), ପ୍ରତି ପରିବାରର ମହିଳା ମୁଖିଆଙ୍କୁ ୨୦୦୦ ଟଙ୍କା ମାସିକ ସହାୟତା (ଗୃହ ଲକ୍ଷ୍ମୀ), ବିପିଏଲ ପରିବାରକର ପ୍ରତ୍ୟେକ ସଦସ୍ୟ ପିଛା ୧୦ କେଜି ଚାଉଳ (ଅନ୍ନ ଭାଗ୍ୟ), ବେରୋଜଗାର ସ୍ନାତକ ଯୁବକଙ୍କ ଲାଗି ପ୍ରତି ମାସରେ ୩ହଜାର ଟଙ୍କା ଓ ବେରୋଜଗାର ଡିପ୍ଲୋମାଧାରୀ (୧୮-୨୫ ବର୍ଷ)ଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ୧୫୦୦ ଟଙ୍କା (ଯୁବ ନିଧି) ଏବଂ ସାର୍ବଜନିକ ପରିବହନ ବସ (ଉଚିତ ପ୍ରୟାଣ)ରେ ମହିଳାଙ୍କୁ ବିନା ଦେୟରେ ଯାତ୍ରା । ନିର୍ବାଚନୀ ଇସ୍ତାହାରରେ ଏହି ୫ଟି ଗ୍ୟାରେଣ୍ଟି ଲାଗୁ କରିବାକୁ ଦଳ ପ୍ରତିଶୃତି ଦେଇଥିଲା ।

ଏହା ବି ପଢନ୍ତୁ- Delhi Ordinance Row: 'କଂଗ୍ରେସ ନିଷ୍ପତ୍ତି ନେଉ ଦଳ ଗଣତନ୍ତ୍ର ସହ ନା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଛି'

ଶୁକ୍ରବାର କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳିକୁ ଆସନ୍ତା ଜୁଲାଇ ୧ ତାରିଖଠାରୁ ଲାଗୁ କରାଯିବ । ଯେଉଁମାନେ ଏଯାବତ ବକେୟା ବିଜୁଳି ଦେୟ ପୈଠ କରିନାହାନ୍ତି ସେମାନଙ୍କୁ ତୁରନ୍ତ ପୈଠ କରିବା ଲାଗି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଗୃହ ଲକ୍ଷ୍ମୀ ଯୋଜନାକୁ ଆସନ୍ତା ଅଗଷ୍ଟ ୧୫ ତାରିଖଠାରୁ ଲାଗୁ କରାଯିବ । ଏ ନେଇ ଜୁନ ୧୫ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ହିତାଧିକାରୀ ଅନଲାଇନରେ ଆବେଦନ କରିପାରିବେ । ହିତାଧିକାରୀଙ୍କୁ ଆଧାର କାର୍ଡ ଓ ବ୍ୟାଙ୍କ ଖାତା ଜମା କରିବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶିବକୁମାର କେନ୍ଦ୍ରର ଶୀର୍ଷ ନେତୃତ୍ବଙ୍କ ସହିତ ବିଚାର ବିମର୍ଷ କରିବା ପରେ କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଥିଲେ । ମେ ୨୦ ତାରିଖରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ସିଦ୍ଧରମୈୟା କଂଗ୍ରେସ ଦ୍ବାରା ଦିଆଯାଇଥିବା ପ୍ରତିଶୃତିକୁ ଲାଗୁ କରିବା ଲାଗି ଆଦେଶ ଜାରି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.