ETV Bharat / bharat

ଆଜି ମୋଦିଙ୍କୁ ଭେଟିବେ ବୋମାଇ

ନୂଆଦିଲ୍ଲୀ ଗସ୍ତରେ କର୍ଣ୍ଣାଟକର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ଆଜି ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ....

author img

By

Published : Jul 30, 2021, 10:03 AM IST

Karnataka CM Bommai to meet PM Modi
ଆଜି ମୋଦିଙ୍କୁ ଭେଟିବେ ବୋମାଇ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ କର୍ଣ୍ଣାଟକର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ଆଜି ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ରର ଅନ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । କର୍ଣ୍ଣାଟକରେ କ୍ୟାବିନେଟର ସମ୍ପ୍ରସାରଣ ସମେତ ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନେଇ ମୋଦିଙ୍କ ସହ ଆଲୋଚନା କରିବେ । କେବଳ ସେତିକି ନୁହେଁ, କୋରୋନା ସ୍ଥିତିକୁ ନେଇ ମଧ୍ୟ ଏକ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ, ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ସିଏମ୍ ମଧ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିବା ଜଗଦୀଶ ଶେଟ୍ଟରଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଜଗଦୀଶଙ୍କ ସହ କଥା ହେବି । ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି । ସେ ଜଣେ ବରିଷ୍ଠ ନେତା । ଖୁବ ଶୀଘ୍ର ତାଙ୍କୁ ସାକ୍ଷାତ କରିବି ବୋଲି ସେ କହିଛନ୍ତି।

ଜୁଲାଇ ୨୮ ତାରିଖରେ କର୍ଣ୍ଣାଟକ ବିଜେପି ବିଧାୟକ ଦଳ ନେତା ବାସବରାଜ ବୋମାଇ ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଜଭବନ ଗ୍ଲାସ ହାଉସ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ ବାସବରାଜ ବୋମାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ବାସବରାଜ ବୋମାଇ ୟେଦିରୁପ୍ପାଙ୍କ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.