ETV Bharat / bharat

ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ଶପଥ ନେଲେ 7 କ୍ୟାବିନେଟ ମନ୍ତ୍ରୀ - ୟେଦୁରାପ୍ପାଙ୍କ ସରକାରରେ ଶପଥ ନେବେ 7 ନୂଆ କ୍ୟାବିନେଟ ମନ୍ତ୍ରୀ

କର୍ଣ୍ଣାଟକ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ 7 ନୂଆ କ୍ୟାବିନେଟ ମନ୍ତ୍ରୀ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ଅଧିକ ପଢନ୍ତୁ...

Karnataka Cabinet expansion
ୟେଦୁରାପ୍ପାଙ୍କ ସରକାରରେ ଶପଥ ନେଲେ 7 ନୂଆ କ୍ୟାବିନେଟ ମନ୍ତ୍ରୀ
author img

By

Published : Jan 13, 2021, 5:47 PM IST

ବାଙ୍ଗାଲୋର: କର୍ଣ୍ଣାଟକରେ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ । ସାମିଲ ହେଲେ 7 ନୂଆ ମନ୍ତ୍ରୀ । ବାଙ୍ଗାଲୋର ରାଜଭବନରେ ଏହି 7 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏନେଇ ବାଙ୍ଗାଲୋର ରାଜଭବନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ।

ନୂଆ ସଦସ୍ୟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ତିନି ଜଣ ବିଧାନପରିଷଦ ସଦସ୍ୟ ଓ 4 ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ବିଧାୟକ ଓ ବିଧାନପରିଷଦ ସଦସ୍ୟମାନେ ହେଲେ ଉମେଶ କାଟ୍ଟି, ଅରବିନ୍ଦ ଲିମ୍ବାଭାଲି,ମୁରୁଗେଶ ନିରାନୀ, ଆର ଶଭଙ୍କର,ସିପି ଯୋଗେଶ୍ବର,ଅଙ୍ଗର ଓ ଏମଟିବି ନାଗାରାଜ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

ସୂଚନାଥାଉକି ଦକ୍ଷିଣ ଭାରତରେ କର୍ଣ୍ଣାଟକ ଏକମାତ୍ର ବିଜେପି ଶାସିତ ରାଜ୍ୟଭାବରେ ରହିଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ଏହାପରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କ୍ୟାବିନେଟ ସମ୍ପ୍ରସାରଣ ନେଇ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କର୍ଣ୍ଣାଟକ ବିଜେପି ପ୍ରଭାରୀଙ୍କୁ ଭେଟିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.