ETV Bharat / bharat

ଅଭିଯୋଗ ନେଇ ଆସିଥିଲେ ମହିଳା, ଧମକ ଦେଲେ ବିଧାୟକ - କର୍ଣ୍ଣାଟକ ବିଜେପି

ଅଭିଯୋଗ ନେଇ ଆସିଥିବା ମହିଳାଙ୍କୁ ବିଧାୟକ ଦେଲେ ଧମକ (Karnataka BJP MLA abuses woman) । ଅପଶବ୍ଦ କହିବା ସହ ଛଡାଇ ଆଣିଲେ ଅଭିଯୋଗପତ୍ର । ବିଧାୟକଙ୍କ ନିର୍ଦ୍ଦେଶରେ ମହିଳାଙ୍କୁ ଥାନାକୁ ଟେକି ନେଲା ପୋଲିସ । ଅଧିକ ପଢନ୍ତୁ ଓ ଦେଖନ୍ତୁ ଭିଡିଓ

ଅଭିଯୋଗ ନେଇ ଆସିଥିଲେ ମହିଳା, ବିଧାୟକ କଲେ ଦୁର୍ବ୍ୟବହାର

author img

By

Published : Sep 3, 2022, 5:05 PM IST

ବେଙ୍ଗାଲୁର: ଜନ ପ୍ରତିନିଧିଙ୍କୁ ପାଖରେ ପାଇଲେ ସାଧାରଣ ଜନତା କିଛି ଅଭିଯୋଗ କରିବା ପ୍ରାୟତଃ ସବୁଠି ଦେଖାଯାଏ । କିନ୍ତୁ ଅଭିଯୋଗ ଶୁଣି ଉତ୍ତେଜିତ ହୋଇଉଠିଲେ ବିଧାୟକ । ମହିଳାଙ୍କୁ କଲେ ଦୁର୍ବ୍ୟବହାର । ମହିଳାଙ୍କୁ ହାତରୁ ଅଭିଯୋଗ ପତ୍ର ଟାଣି ଆଣିଲେ । ଅପଶବ୍ଦ ମଧ୍ୟ ବ୍ୟବହାର କଲେ । ପୋଲିସ ଲଗାଇ ଗିରଫ କରିବାକୁ ଧମକ ମଧ୍ୟ ଦେଲେ । ପରେ ବିଧାୟକଙ୍କ ନିର୍ଦ୍ଦେଶରେ ପୋଲିସ ମଧ୍ୟ ଅଭିଯୋଗକାରିଣୀଙ୍କୁ ଥାନାକୁ ଟେକି ନେଲା । ଏପରି କିଛି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଏପରି କାଣ୍ଡ ଭିଆଇ ଏବେ ବିବାଦ ପରିସରକୁ ଆସିଛନ୍ତି ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବାଲି (BJP MLA Aravind Limbavali) ।

ଧମକ ଦେଲେ ବିଧାୟକ

ସୂଚନା ଅନୁସାରେ, ମହିଳାଜଣଙ୍କ ବେଙ୍ଗାଲୁରୁର ଭର୍ଥୁର ଅଞ୍ଚଳର ବାସିନ୍ଦା । ପୌରପାଳିକା ତାଙ୍କ ଘରର କାନ୍ଥ ଭାଙ୍ଗିଦେବା ସମ୍ପର୍କିତ ଏକ ଅଭିଯୋଗ ନେଇ ସେ ବିଧାୟକ (BJP MLA Aravind Limbavali) ଅରବିନ୍ଦ ଲିମ୍ବାବାଲିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏଥିରେ ବିଧାୟକ ଅରବିନ୍ଦ ହଠାତ ଉତ୍ତେଜିତ ହୋଇ ଉଠିବା ସହ ତାଙ୍କ ହାତରୁ ଅଭିଯୋଗ ପତ୍ର ଛଡାଇ ଆଣିଥିଲେ । ପରେ ସେ ମହିଳାଙ୍କୁ ଗିରଫ କରିବା ପାଇଁ ମଧ୍ୟ ପୋଲିସକୁ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ନିକଟରେ ଉପସ୍ଥିତ ଥିବା ପୋଲିସ ମଧ୍ୟ ମହିଳାଙ୍କୁ ଥାନାକୁ ମଧ୍ୟ ନେଇ ଯାଇଥିଲା ।

ତେବେ ମହିଳାଜଣଙ୍କ ଚିତ୍କାର କରୁଥିବା ବେଳେ ବିଧାୟକ (Karnataka BJP MLA abuses woman)ଙ୍କ ନିର୍ଦ୍ଦେଶରେ ପୋଲିସ ତାଙ୍କୁ ଟାଣି ଟାଣି ପୋଲିସ ଭ୍ୟାନରେ ବସାଇଥିଲା । ପରେ ତାଙ୍କୁ ଥାନାରେ କିଛି ସମୟ ରଖାଯିବା ସହ ପଚରା ଉଚରା କରାଯାଇଛି । କିଛି ଘଣ୍ଟା ପରେ ମହିଳାଙ୍କୁ ପୋଲିସ ଛାଡି ଦେଇଥିବା ମଧ୍ୟ ଜଣାପଡିଛି । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସବୁଠି ବିଧାୟକଙ୍କ ପରି ଜଣେ ଜନ ପ୍ରତିନିଧିଙ୍କର ଜଣେ ମହିଳାଙ୍କ ପ୍ରତି ଏପରି ବ୍ୟବହାରକୁ ନାପସନ୍ଦ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.