ETV Bharat / bharat

କାନପୁର କୋର୍ଟର ଐତିହାସିକ ରାୟ, ଦୁଇ ବାଲାଂଦେଶୀଙ୍କୁ 10 ବର୍ଷ ଜେଲ

author img

By

Published : Mar 2, 2021, 10:57 PM IST

କାନପୁର କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛି । ଏଥିରେ ଅଭିଯୁ୍କ୍ତ ଏବଂ ପୀଡିତ ଦୁହେଁ ବିଦେଶୀ । ପୀଡିତା ବାଂଲାଦେଶୀ ଯୁବତୀଙ୍କ ଅଭିଯୋଗ କ୍ରମ ମାମଲା ଗ୍ରହଣ କରାଯାଇଛି । ମଙ୍ଗଳବାର କାନପୁର କୋର୍ଟ ଏହି ଦୁଇ ଯୁବକଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଧିକ ପଢନ୍ତୁ...

kanpur
କାନପୁର କୋର୍ଟର ଐତିହାସିକ ରାୟ, ଦୁଇ ବାଲାଂଦେଶୀଙ୍କୁ 10 ବର୍ଷ ଦଣ୍ଡାଦେଶ

ଲକ୍ଷ୍ନୌ: ଭାରତର ନ୍ୟାୟିକ ଇତିହାସରେ ମଙ୍ଗଳବାର କାନପୁର କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛି । ଏଥିରେ ଅଭିଯୁ୍କ୍ତ ଏବଂ ପୀଡିତ ଦୁହେଁ ବିଦେଶୀ । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି । ପୀଡିତା ବାଂଲାଦେଶୀ ଯୁବତୀଙ୍କ ଅଭିଯୋଗ କ୍ରମ ମାମଲା ଗ୍ରହଣ କରାଯାଇଛି । ଦୁଇ ଅଭିଯୁକ୍ତ ଯୁବକ ମଧ୍ୟ ବାଂଲାଦେଶୀ ରହିଛନ୍ତି ।

ବାଂଲାଦେଶର ଦୁଇ ଯୁବକ ଦୁଇ ବାଂଲାଦେଶୀ ଯୁବତୀଙ୍କୁ ଅପହରଣ କରି ଆଣିଥିଲେ । ସେମାନଙ୍କୁ ଟ୍ରେନରେ ଜିଆରପି ପୋଲିସ ଗିରଫ କରିଥିଲା । ପୋଲିସ ଦୁଇ ଯୁବତୀଙ୍କ ଅଭିଯୋଗକ୍ରମେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହା ପରେ କାନପୁର କୋର୍ଟରେ ଏହି ମାମଲାରେ ଚାଲିରହିଥିଲା । ଗତ 2 ବର୍ଷ ଧରି କାନପୁର କୋର୍ଟରେ ଏହି ଶୁଣାଣି ଚାଲିଥିଲା। ମଙ୍ଗଳବାର କାନପୁର କୋର୍ଟ ଏହି ଦୁଇ ଯୁବକଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଂଲାଦେଶୀ ଯୁବତୀଙ୍କ ସାକ୍ଷ୍ୟ ଉପରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟ ଅବଦୁଲ ରଜାକ ଏବଂ ମହମ୍ମଦ ଆୟାଜଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଡିଜିସି ଜିତେନ୍ଦ୍ର ପାଣ୍ଡେ କହିଛନ୍ତି ଯେ ଦେଶରେ ଏହା ହେଉଛି ପ୍ରଥମ ମାମଲା ଯେଉଁଥିରେ ଉଭୟ ପୀଡିତା ଏବଂ ଅଭିଯୁକ୍ତ ବିଦେଶୀ ଅଟନ୍ତି।

ସୂଚନାଥାଉକି 2019 ରେ ଦୁଇଜଣ ବାଂଲାଦେଶ ଯୁବକ ଦୁଇ ବାଂଲାଦେଶୀ ଯୁବତୀଙ୍କୁ ଅପହରଣ କରି ଆଣିଥିଲେ । ସେମାନଙ୍କୁ ଟ୍ରେନରେ ଜିଆରପି ପୋଲିସ ଗିରଫ କରିଥିଲା । ପୋଲିସ ଦୁଇ ଯୁବତୀଙ୍କ ଅଭିଯୋଗକ୍ରମେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହା ପରେ କାନପୁର କୋର୍ଟରେ ଏହି ମାମଲାରେ ଚାଲିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.