ଡେରାଡୁନ: ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ପୁଣି ଚର୍ଚ୍ଚାରେ । ରାଜନୀତି ହେଉ କି ଧର୍ମ ସମସ୍ତ ବିଷୟରେ ମନ୍ତବ୍ୟ ଦେଇ ଖବର ଶିରୋନାମାରେ ଥାନ୍ତି ଅଭିନେତ୍ରୀ । ତାଙ୍କର ଆଗାମୀ ଚଳଚ୍ଚିତ୍ର ''ଏମରଜେନ୍ସିଂ'' ନେଇ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି କଙ୍ଗନା । ହରିଦ୍ବାରରେ ଗଙ୍ଗା ଆଳତୀ କରିଛନ୍ତି । ଏହି ସମୟରେ ସେ 2024 ଲୋକସଭା ନିର୍ବାଚନ ଉପରେ ପ୍ରତିକ୍ରିୟା ରଖିଛନ୍ତି । 2014 ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । 2019ରେ ଯାହା ହୋଇଥିଲା 2024ରେ ସମାନ ଘଟଣା ଘଟିବ ବୋଲି କହିଛନ୍ତି କଙ୍ଗନା ।
2024 ଲୋକସଭା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି,''ନିର୍ବାଚନ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିିଛି । 2024ରେ ତାହା ହେବ ଯାହା 2019ରେ ହୋଇଥିଲା । 2024 ଲୋକସଭା ନିର୍ବାଚନରେ ଏନଡିଏ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି 353 ଆସନରେ ଜିତି କ୍ଷମତାକୁ ଆସିବ ।'' ସ୍ବଚ୍ଛ ଗଙ୍ଗା ଅଭିଯାନକୁ ପ୍ରଶଂସା କରିଛନ୍ତି କଙ୍ଗନା । ଏହା ପୂର୍ବରୁ ନିର୍ବାଚନ ଲଢିବା ନେଇ କଙ୍ଗନା ଇସାରା ଦେଇଥିଲେ । ତାମିଲ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଜୟଲଳିତାଙ୍କ ଜବନୀ ଉପରେ ଆଧାରିତ ଫିଲ୍ମ 'ଥାଲାଇବି'ରେ ଜୟଳତିତାଙ୍କ ଭୂମିକା ତୁଲାଇଥିଲେ କଙ୍ଗନା ରାଣାୱତ । ଏହି ଫିଲ୍ମ 2021 ସେପ୍ଟେମ୍ବରରେ ରିଲିଜ ହୋଇଥିଲା । ଏହି ସମୟରେ ରାଜନୀତିରେ ଯୋଗ ଦେବାକୁ ନିଶ୍ଚିନ୍ତ ଚାହିଁବେ ବୋଲି କହିଥିଲେ କଙ୍ଗନା । ଏହା ପରେ କଙ୍ଗନାଙ୍କ ରାଜନୀତିକୁ ଏଣ୍ଟ୍ରି ଅପେକ୍ଷାରେ ରହିଛନ୍ତି କଙ୍ଗନାଙ୍କ ଫ୍ୟାନ୍ସ ।
ଏହା ବି ପଢନ୍ତୁ...The Kerala Story: ଫିଲ୍ମ କାହାଣୀ କେତେ ସତ, ପ୍ରମାଣିତ କଲେ ମିଳିବ ଏକ କୋଟିର ପୁରସ୍କାର
ଏହା ବି ପଢନ୍ତୁ...Karnataka Polls: ବିଜେପିର ନିର୍ବାଚନୀ ଇସ୍ତାହାର, ମାଗଣା କ୍ଷୀର ସହ ଦେବ ଗ୍ୟାସ ସିଲିଣ୍ଡର
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ତିଆରି ହୋଇଥିବା ''ଏମରଜେନ୍ସିଂ'' ଫିଲ୍ମ ପାଇଁ ହରିଦ୍ବାର ଗସ୍ତ କରି ଆର୍ଶୀବାଦ ନେଇଛନ୍ତି । ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର, ମହିମା ଚୌଧୁରୀ, ବିକାଶ ନାୟର ଏବଂ ଶ୍ରେୟସ ତଲପଡେ ପ୍ରମୁଖ ନଜର ଆସିବେ । ଏହାଛଡା ଫିଲ୍ମ 'ତେଜସ'ରେ ମଧ୍ୟ ନଜର ଆସିବେ କଙ୍ଗନା । ସେଥରେ ସେ ଜଣେ ବାୟୁସେନା ପାଇଲଟ ଭୂମିକା ତୁଲାଇଛନ୍ତି । ରିଲିଜ୍ ତାରିଖ ଘୋଷଣା ହୋଇନାହିଁ । ଏହାସହ ହରର କମେଡି ଫିଲ୍ମ ଚନ୍ଦ୍ରମୁଖୀ-2ରେ ମଧ୍ୟ ନଜର ଆସିବେ ।