ETV Bharat / bharat

ପୁଣି ସ୍ପାଇସଜେଟରେ ଯାନ୍ତ୍ରିକ ତ୍ରୁଟି: ମଝି ଆକଶରୁ ମୁମ୍ବାଇ ଫେରିଲା କାଣ୍ଡଲା ଅଭିମୁଖେ ଉଡାଣ ଭରିଥିବା ବିମାନ

author img

By

Published : Feb 18, 2023, 10:47 PM IST

ମଝି ଆକାଶରୁ ମୁମ୍ବାଇ ଫେରିଲା କାଣ୍ଡଲା ଯାଉଥିବା ସ୍ପାଇସଜେଟ ବିମାନ । ବିମାନର କ୍ୟାବିନରେ ପ୍ରେସରାଇଜେସନ୍ ସମ୍ପର୍କିତ ସମସ୍ୟା ଜଣାପଡିବା ପରେ ଜରୁରୀ ଅବତରଣ ଅନୁମତି ମାଗିଥିଲେ ପାଇଲଟ । ଅଧିକ ପଢନ୍ତୁ

ମଝି ଆକଶରୁ ମୁମ୍ବାଇ ଫେରିଲା କାଣ୍ଡଲା ଅଭିମୁଖେ ଉଡାଣ ଭରିଥିବା ବିମାନ

ମୁମ୍ବାଇ: ସ୍ପାଇସଜେଟ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ମୁମ୍ବାଇରରୁ ଗୁଜୁରାଟର କାଣ୍ଡଲା ଅଭିମୁଖେ ଉଡାଣ ଭରିଥିବା ଏକ ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ଏହାକୁ ପୁନର୍ବାର ମୁମ୍ବାଇ ଫେରାଇ ଅଣାଯାଇ ଜରୁରୀ ଅବତରଣ କରାଇବାକୁ ପଡିଛି । ବିମାନର କ୍ୟାବିନରେ ପ୍ରେସରାଇଜେସନ୍ ସମ୍ପର୍କିତ ସମସ୍ୟା ଦେଖାଯିବା ପରେ ଏହାକୁ ମୁମ୍ବାଇରେ ଜରୁରୀ ଅବତରଣ କରିବାକୁ ପଡିଛି । ବିମାନଟି ସୁରକ୍ଷିତ ଅବତରଣ କରିଛି । କୌଣସି ଯାତ୍ରୀଙ୍କ ଠାରେ ସାସ୍ଥ୍ୟଗତ ସମସ୍ୟା ପରିଲକ୍ଷିତ ହୋଇନଥିବା ବିମାନ କମ୍ପାନୀ ସ୍ପଷ୍ଟୀକରଣ ରଖିଛି ।

ବିମାନଟି ସୁରକ୍ଷିତ ଅବତରଣ କରିଛି । ସମସ୍ତ ଯାତ୍ରୀ ଓ କ୍ର୍ୟୁ ସଦସ୍ୟ ସୁରକ୍ଷିତ ରହିଥିବା ମଧ୍ୟ ସୂଚନା ମିଳିଛି । ଏକ ବୈଷୟିକ ଟିମ ବିମାନରେ ଦେଖାଯାଇଥିବା ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛି । ଏନେଇ ସ୍ପାଇସଜେଟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଥିଲେ ସୁଦ୍ଧା ବିମାନରେ କର୍ମଚାରୀଙ୍କ ସମେତ କେତେ ଯାତ୍ରୀ ଯାତ୍ରା କରୁଥିଲେ ସେ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ଅନୁସାରେ, ଆଜି (ଶନିବାର) ସ୍ପାଇସଜେଟ ଏୟାରଲାଇନ୍ସର Q400- SG-2903 ବିମାନ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କାଣ୍ଡଲା ଅଭିମୁଖେ ଉଡାଣ ଭରିଥିଲା । ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ କ୍ୟାବିନରେ ଏକ ପ୍ରେସର ଆଲର୍ଟ ମେସେଜ ପାଇଥିଲେ ପାଇଲଟ । ବାୟୁଚାପ ବା ପ୍ରେସର ଆଲର୍ଟ ସମସ୍ୟା ଜଣାପଡିବା ପରେ ଏହାକୁ କାଣ୍ଡାଲା ଅଭିମୁଖେ ଉଡାଇବା ସମ୍ଭବ ହୋଇ ପାରିନଥିଲା । ଯାହା ଫଳରେ ଏହାକୁ ପୁନର୍ବାର ମୁମ୍ବାଇ ଫେରାଇବାକୁ ପାଇଲଟ ମୁମ୍ବାଇ ବିମାନବନ୍ଦର ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) କୁ ଅନୁମତି ମାଗିଥିଲା । ଅନୁମତି ପାଇଁ ବିମାନଟି ସୁରକ୍ଷିତ ଭାବେ ମୁମ୍ବାଇରେ ପୁଣି ଅବତରଣ କରିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇ ଟର୍ମିନାଲକୁ ପଠାଯାଇଛି । ପରେ ବିମାନକୁ ଏକ ବୈଷୟିକ ଟିମ ଯାଞ୍ଚ କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲା ।

ଏଥିରେ ମୋଟ କେତେ ଯାତ୍ରୀ ଥିଲେ ସେ ନେଇ ବିମାନ ସଂସ୍ଥା ସୂଚନା ଦେଇନଥିଲେ ସୁଦ୍ଧା କୌଣସି ଯାତ୍ରୀଙ୍କ ଠାରେ ଶ୍ବାସକ୍ରିୟା କିମ୍ବା ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ପ୍ରକାଶ ପାଇନଥିବା ଏକ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ଯାତ୍ରୀ ସୁରକ୍ଷା ବିପନ୍ନ ହୋଇଛି । ମଝି ଆକାଶରୁ ବିମାନ ଫେରିବା ସ୍ପାଇସଜେଟ କ୍ଷେତ୍ରରେ ଅନେକ ଥର ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.