ଭୋପାଳ: ମହଙ୍ଗା ପଡିଲା ବାପୁଙ୍କୁ ଅପମାନ କରିବା । ବନ୍ଧା ହେଲେ ବାବା କାଳୀଚରଣ । ରାୟପୁର ଧର୍ମ ସଂସଦ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ଦେଶର ପିତା ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଥିବା ନେଇ ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ଏହାପରେ ଛତିଶଗଡରୁ ଫେରାର ହୋଇଯାଇଥିଲେ କାଳୀଚରଣ । ଆଜି ମଧ୍ୟପ୍ରଦେଶ ଖଜୁରାହୋରୁ ତାଙ୍କୁ ଗିରଫ କରିଛି ରାୟପୁର ପୋଲିସ (Kalicharan Maharaj arrested)। କାଳୀଚରଣ ଖଜୁରାହ ଠାରୁ ୨୫ କିଲୋମିଟର ଦୂର ବାଗେଶ୍ୱର ଧାମ ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଭଡାରେ ରହୁଥିଲେ। ଖବର ପାଇ ସେଠାରୁ ପୋଲିସ ତାଙ୍କୁ ଆଜି ଭୋର ୪ଟାରେ ଗିରଫ କରିଛି ।
-
Chattisgarh's Raipur Police arrests Kalicharan Maharaj from Madhya Pradesh's Khajuraho for alleged inflammatory speech derogating Mahatma Gandhi at 'Dharam Sansad'. A case is registered against him in Tikrapara Police Station of Raipur.
— ANI (@ANI) December 30, 2021 " class="align-text-top noRightClick twitterSection" data="
">Chattisgarh's Raipur Police arrests Kalicharan Maharaj from Madhya Pradesh's Khajuraho for alleged inflammatory speech derogating Mahatma Gandhi at 'Dharam Sansad'. A case is registered against him in Tikrapara Police Station of Raipur.
— ANI (@ANI) December 30, 2021Chattisgarh's Raipur Police arrests Kalicharan Maharaj from Madhya Pradesh's Khajuraho for alleged inflammatory speech derogating Mahatma Gandhi at 'Dharam Sansad'. A case is registered against him in Tikrapara Police Station of Raipur.
— ANI (@ANI) December 30, 2021
ରାୟପୁରରେ ଆୟୋଜିତ ଏକ ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନତ ମନ୍ତବ୍ୟ ଦେବା ଓ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିବା ଅଭିଯୋଗରେ ଛତିଶଗଡ ପୋଲିସ ଷ୍ଟେସନରେ କାଳୀଚରଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । କଳୀଚରଣଙ୍କ ଏପରି ବୟାନରେ ସାରା ଦେଶରେ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଣେ ସନ୍ଥଙ୍କ ମୁହଁରୁ ଏପରି ଭାଷା ଶୋଭାପାଉ ନଥିବା ଲୋକ କହିଥିଲେ ।
କାଳୀଚରଣ ଲୋକମାନଙ୍କୁ କହିଥିଲେ ଯେ, ଧର୍ମକୁ ସୁରକ୍ଷା ଦେବା ପାଇଁ ସେମାନେ ଜଣେ ମୁଖ୍ୟ ହିନ୍ଦୁ ନେତାଙ୍କୁ ସରକାରର ମୁଖ୍ୟ ଭାବରେ ବାଛିବା ଉଚିତ୍ । ଲୋକ ଘରୁ ବାହାରି ଭୋଟ ଦେବା ଉଚିତ । ଯେକୌଣସି ଦଳର ହେଲେ ବି ହିନ୍ଦୁତ୍ବବାଦୀ ରାଜାଙ୍କୁ ଚୟନ କରିବା ଉଚିତ । ସାରା ଦେଶରେ ଧର୍ମାନ୍ତରଣ ଚାଲିଛି । ଯାହାକୁ ନେଇ ସେ ବିବାଦୀୟ ହୋଇଥିଲେ । ଏ ଘଟଣା ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଥିଲେ ଗୁଣ୍ଡା ଯଦି ଗେରୁଆ ବସ୍ତ୍ର ପିନ୍ଧିବେ ତାଙ୍କୁ ସନ୍ଥ କୁହାଯିବ ନାହିଁ । କାଳୀଚରଣଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଛତିଶଗଡ ସିଏମ ।
ଏହା ବି ପଢନ୍ତୁ..ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି, କାଳୀଚରଣଙ୍କ ବିରୋଧରେ ମାମଲା
ଏହାପରେ କାଳୀଚରଣଙ୍କ ନାମରେ ଛତିଶଗଡ ପୋଲିସ ଷ୍ଟେସନରେ ଧାରା ୫୦୫(୨) ଧାରା ୨୯୪ ଆଧାରରେ ମାମଲା ରୁଜ୍ଜୁ ହୋଇଥିଲା । ରାୟପୁରର ପୂର୍ବତନ ମେୟର ତଥା କଂଗ୍ରେସ ନେତା ପ୍ରମୋଦ ଦୁବେ ମାମଲା ରୁଜ୍ଜୁ କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ