ETV Bharat / bharat

‘କଳାହାଣ୍ଡିରେ କେବେ ଆରମ୍ଭ ହେବ ELPOW PROJECT କାମ’ - ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କଳାହାଣ୍ଡି ନର୍ଲାରେ ହେବାକୁ ଥିବା ‘ଇଲେକ୍ଟ୍ରିକାଲ ଲୋକୋ ପେରିଓଡିକାଲ ମରାମତି କର୍ମଶାଳା’ କୁ ନେଇ ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନ । କହିଲେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ମଞ୍ଜୁର କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହିଁକି ନିର୍ମାଣ କାମ ଆରମ୍ଭ ହୋଇନାହିଁ । ଅଧିକ ପଢନ୍ତୁ...

Kalahandi Mp
Kalahandi Mp
author img

By

Published : Jul 28, 2021, 1:51 PM IST

ନୂଆଦିଲ୍ଲୀ: କଳାହାଣ୍ଡି ନର୍ଲାରେ ମଞ୍ଜୁରୀପ୍ରାପ୍ତ ‘ଇଲେକ୍ଟ୍ରିକାଲ ଲୋକୋ ପେରିଓଡିକାଲ ମରାମତି କର୍ମଶାଳା’ପ୍ରକଳ୍ପକୁ ନେଇ ଏକାଧିକ ପ୍ରଶ୍ନ ପଚାରିଲେ ସାଂସଦ ବସନ୍ତ ପଣ୍ଡା । ଆଜି ( ବୁଧବାର) ପ୍ରଶ୍ନକାଳରେ ବସନ୍ତ ଏକ ଅଣତାରକା ପ୍ରଶ୍ନ ଜରିଆରେ ରେଳମନ୍ତ୍ରୀଙ୍କୁ ଏହି ପ୍ରକଳ୍ପ ସମ୍ବନ୍ଧୀତ ପ୍ରଶ୍ନ ପଚାରିଛନ୍ତି ।

ELPOW PROJECT; କେବେ ସୁଦ୍ଧା ଆରମ୍ଭ ହେବ ନିର୍ମାଣ କାମ: କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

କଳାହାଣ୍ଡି ନର୍ଲାରେ ହେବାକୁ ଥିବା ‘ଇଲେକ୍ଟ୍ରିକାଲ ଲୋକୋ ପେରିଓଡିକାଲ ମରାମତି କର୍ମଶାଳା’ କୁ ନେଇ ସାଂସଦ ବସନ୍ତ ପଣ୍ଡା ପ୍ରଶ୍ନ କରି କହିଛନ୍ତି କେନ୍ଦ୍ର ସରକାର ଏହି ପ୍ରକଳ୍ପ ମଞ୍ଜୁର କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାମ ଆରମ୍ଭ ହୋଇନାହିଁ । ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୩୨୮ ଏକର ଜମିରୁ ୧୪୧ ଏକର ଜମି ଅର୍ଥାତ ମୋଟ ଜମିର ୪୭ ପ୍ରତିଶତ ଜମି ରାଜ୍ୟ ସରକାର ରେଳବାଇକୁ ହସ୍ତାନ୍ତର କରିଛନ୍ତି । ଏହାସତ୍ବେ କୌଣସି ନିର୍ମାଣ କାମ ଆରମ୍ଭ ହୋଇନାହିଁ । କେବେ ସୁଦ୍ଧା ସମ୍ପୂର୍ଣ୍ଣ ଜମି ମିଳିବ? କେବେ ପ୍ରକଳ୍ପ କାମ ଆରମ୍ଭ ହେବ ? ଏହା ସହ ପ୍ରକଳ୍ପ କାମ ପାଇଁ ରାଜ୍ୟ ସରକାରଙ୍କ ସହ କେତେ ଥର ଆଲୋଚନା ହୋଇଛି ଜାଣିବା ପାଇଁ ଚାହିଁଥିଲେ ।

ସେହିପରି ଆର୍ଥିକ ବର୍ଷ ୨୦୧୭-୧୮ ରେ କଳାହାଣ୍ଡି ଜିଲ୍ଲା ପାଇଁ ମଞ୍ଜୁର ହୋଇଥିବା ବିଭିନ୍ନ ପ୍ରକଳ୍ପର ମଧ୍ୟ କୌଣସି ଅଗ୍ରଗିତ ହୋଇନାହିଁ । କାହିଁକି ହୋଇନାହିଁ କେବେ ସୁଦ୍ଧା ହେବ ବୋଲି ବସନ୍ତ ରେଳମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ଏହାବାଦ ଆବଶ୍ୟକ ହେଉଥିବା ଜମି ଯଥା ସମ୍ଭବ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ।

ଜବାବରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ସାଂସଦ ଭଲ ପ୍ରଶ୍ନ ପଚାରିଛନ୍ତି । କଳାହାଣ୍ଡିରେ ‘ଇଲେକ୍ଟ୍ରିକାଲ ଲୋକୋ ପେରିଓଡିକାଲ ମରାମତି କର୍ମଶାଳା’ ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ବଦ୍ଧପରିକର । କଳାହାଣ୍ଡି ପାଇଁ କେନ୍ଦ୍ର ସରକାର ସମ୍ବେଦନଶୀଳ ଅଛନ୍ତି । ଏହି ପ୍ରକଳ୍ପ ହେଲେ ଜିଲ୍ଲାର ଅଭିବୃଦ୍ଧି ଘଟିବ । ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ବଢିବ । ଏହି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଅଗ୍ରାଧିକାରରେ ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଜମିର ‘ଡିପିଆର’ ପ୍ରସ୍ତୁତ ସରିଛି । କିଛି ଜଙ୍ଗଲ ପରିବେଶ ସମସ୍ୟା ରହିଛି । ଖୁବଶୀଘ୍ର ଏହା ସମାଧାନ ହୋଇଯିବ ଓ ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କୁ ଅବଶିଷ୍ଟ ଜମି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରଶ୍ନରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, କଳାହାଣ୍ଡି ସାଂସଦଙ୍କ ରାଜ୍ୟ ସରକାରଙ୍କ ଉପରେ ବେଶ ପ୍ରଭାବ ରହିଛି । ରେଳ ମନ୍ତ୍ରଣାଳୟତ ସରକାରଙ୍କ ସମ୍ପର୍କରେ ରହିଛି । ସାଂସଦ ମଧ୍ୟ ନିଜ ଆଡୁ ଉଦ୍ୟମ କରନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.