ETV Bharat / bharat

ନବମ ଥର ପାଇଁ KCR ଟିଆରଏସ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ

author img

By

Published : Oct 26, 2021, 8:53 AM IST

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପୁଣି ଟିଆରଏସ୍ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

କେସିଆର ନବମ ଥର ପାଇଁ ଟିଆରଏସ୍ ଅଧ୍ୟକ୍ଷ ନିର୍ବାଚିତ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପୁଣି ଟିଆରଏସ୍ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ସୋମବାର ନିର୍ଦ୍ବନ୍ଦ୍ବରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚନ ହୋଇଛନ୍ତି ।

କ୍ରମାଗତ ନବମ ଥର ପାଇଁ ଏହି ପଦରୁ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ଟିଆରଏସ୍ ସାଧାରଣ ସମ୍ପାଦକ ଏମ୍. ଶ୍ରୀନିବାସ ରେଡ୍ଡୀ ଘୋଷଣା କରିଛନ୍ତି । ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ରାଜ୍ୟରୁ ଦଳର ୬,୦୦୦ ପ୍ରତିନିଧି ଯୋଗ ଦେଇଥିଲେ । କେସିଆରଙ୍କ ବିରୋଧରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ । ଫଳରେ ନିର୍ଦ୍ବନ୍ଦ୍ବରେ ଟିଆରଏସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ଫଳାଫଳ ଘୋଷଣା ହେବା ପରେ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି କେସିଆର । ଫଳାଫଳ ଘୋଷଣା ସମୟରେ ଟିଆରଏସ କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ, ଦଳର ସାଧାରଣ ସମ୍ପାଦକ କେ କେଶଭା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.