ETV Bharat / bharat

ବେତନ ବୃଦ୍ଧି ନେଇ ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ, ଓହରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

author img

By

Published : May 27, 2021, 11:27 AM IST

ବେତନ ବୃଦ୍ଧି ନେଇ ତେଲେଙ୍ଗାନାରେ ଜୁନିୟର ଓ ସିନିୟର ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ । ଧର୍ମଘଟ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଅଧିକ ପଢନ୍ତୁ...

ବେତନ ବୃଦ୍ଧି ନେଇ ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ, ଧର୍ମଘଟ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜୁନିୟର ଓ ସିନିୟର ଡାକ୍ତରଙ୍କ ବେତନ ବୃଦ୍ଧି ,ପେ ସ୍କଲ ବୃଦ୍ଧି ଆଦି ଦାବି ନେଇ ବୁଧବାର ଦିନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଡାକ୍ତରମାନଙ୍କୁ ସେମାନଙ୍କ ଧର୍ମଘଟ ବନ୍ଦ କରିବାକୁ ଏବଂ କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି।

ଏହି ଦାବି ନେଇ ତେଲେଙ୍ଗାନା ଜୁନିୟର ଡାକ୍ତର ସଂଘ ତେଲେଙ୍ଗାନା ମେଡିକାଲର ଶିକ୍ଷା ନିର୍ଦ୍ଦେଶକ ରମେଶ ରେଡ୍ଡୀଙ୍କ ସହ ଆଲୋଚନା କରିଥିଲେ । ତେବେ ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାରଙ୍କ ତରଫରୁ ଲିଖିକ ଆକାରରରେ ପ୍ରତିଶୃତି ପାଇନାହାନ୍ତି ସେ ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜୁନିୟର ଡାକ୍ତର ସଂଘ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନିୟର ଡାକ୍ତରଙ୍କ ପ୍ରତି ସରକାର କେବେ ବି ଭେଦଭାବ କରିନାହାଁନ୍ତି ଏବଂ ଅତୀତରେ ସେମାନଙ୍କ ସମସ୍ୟାର ସମାଧାନ ହୋଇସାରିଛି ଏବଂ ସରକାର ବର୍ତ୍ତମାନ ସେମାନଙ୍କର ଠିକ୍ ଦାବି ସମାଧାନ କରିବାକୁ ପ୍ରସ୍ତୁତ ଅଛନ୍ତି।

ସେହିପରି ବରିଷ୍ଠ ଡାକ୍ତର ମାନଙ୍କର ପେସ୍କେଲ 15 ପ୍ରତିଶତ ବୃଦ୍ଧି କରିବାକୁ ଏବଂ କୋଭିଡ ଡ୍ୟୁଟିରେ ନିୟୋଜିତ ଥିବା ଡାକ୍ତରି ଛାତ୍ରଙ୍କୁ ପୋଷ୍ଟିଂ ଦେବାକୁ କେସିଆର ସରକାର ନିଷ୍ପତ୍ତି ନେଇଛନ୍ତି । ସମ୍ପୃକ୍ତ ଅଧିକାରୀଙ୍କୁ ଏନେଇ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.