ETV Bharat / bharat

ପରାଜୟ ପରେ ପଶ୍ଚିମବଙ୍ଗ ଗସ୍ତରେ ନଡ୍ଡା, ଏହା ରହିଛି କାର୍ଯ୍ୟକ୍ରମ

author img

By

Published : May 4, 2021, 12:44 PM IST

ଏଭଳି ହିଂସାତ୍ମକ ସ୍ଥିତିରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି । ସେହିପରି ଆସନ୍ତାକାଲି ବିଜେପି ଟିଏମସିର ହିଂସା ବିରୋଧରେ ସାରା ଦେଶବ୍ୟାପୀ କୋଭିଡ କଟକଣା ସହ ଧାରଣା ଦେବାକୁ ଘୋଷଣା କରିଛି ଦଳ ।

JP Nadda
JP Nadda

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଛି । ଶାସକ ତୃଣମୂଳ କଂଗ୍ରେସ ପୁଣିଥରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । କ୍ଷମତା ଦଖଲ ସ୍ବପ୍ନ ଦେଖୁଥିବା ବିଜେପି 77 ଟି ଆସନରେ ଅଟକି ଯାଇଛି । ତେବେ ନିର୍ବାଚନ ପୂର୍ବରୁ ହିଂସା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ ବିଜେପି କର୍ମୀଙ୍କୁ ଶାସକ ଟିଏମସି ଆକ୍ରମଣ କରୁଥିବା ଅଭିଯୋଗ କରିଛି ବିଜେପି ।

ଟିଏମସିର ବିଜୟ ପରେ ଦଳର କର୍ମୀ ଏବେ ହିଂସାରେ ମାତିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ହତ୍ୟା, ଦୁଷ୍କର୍ମ ଓ ନିଆଁ ଲଗାଇ ଦେବାଭଳି ସଂଗୀନ ଅଭିଯୋଗ ଆସୁଛି । ବିଜେପି ତଥ୍ୟ ଅନୁସାରେ ଆରାମବାଗ ସ୍ଥିତି ବିଜେପି କାର୍ଯ୍ୟାଳୟକୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । କୁଚବିହାର, କୋଲକାତାରେ ମଧ୍ୟ ବ୍ୟାପକ ହିଂସା ହୋଇଛି । ହିଂସା ପାଇଁ ବିଜେପି ଟିଏମିକୁ ଦାୟୀ କରିଥିବା ବେଳେ ଦଳର 9 ଜଣ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ହୋଇଥିବା ଅଭିଯୋଗ କରିଛି ।

ଜେପି ନଡ୍ଡା ସେହି ସମସ୍ତ ସ୍ଥାନକୁ ଯିବେ ଯେଉଁଠି ନିର୍ବାଚନ ପରେ ଦଳୀୟ କର୍ମୀଙ୍କ ହତ୍ୟା ହୋଇଛି । ଯେଉଁ କର୍ମୀଙ୍କ ହତ୍ୟା ହୋଇଛି ସେମାନଙ୍କ ପରିବାରକୁ ସାକ୍ଷାତ କରିବା ସହ ବିଭିନ୍ନ ମେଡିକାଲ ଯାଇ ଆହତ ଦଳୀୟ କର୍ମୀଙ୍କୁ ସାକ୍ଷତ କରିବେ । ଏହାବାଦ ଯେଉଁ ଦଳୀୟ କାର୍ଯ୍ୟାଳୟକୁ ଟିଏମସି କର୍ମୀ ନିଆଁ ଲଗାଇ ଦେଇଛନ୍ତି ସେହି କାର୍ଯ୍ୟାଳୟ ପରିଦର୍ଶନ କରିବେ । ଏତତ ବ୍ୟତୀତ ଆସନ୍ତାକାଲି ଜେପି ନଡ୍ଡା କୋଲକାତାରେ ରହି ଆନ୍ଦୋଳନରେ ସାମିଲ ହେବେ ।

ଅନ୍ୟପଟେ ବିଜେପି ସାଂସଦ ପ୍ରବେଶ ସିଂ ସାହିବ ଟ୍ବିଟ କରି ଟିଏମସିକୁ ଚେତାବନୀ ଦେଇଛନ୍ତି । ପ୍ରବେଶ ଲେଖିଛନ୍ତି ‘ଟିଏମସି ଗୁଣ୍ଡା ନିର୍ବାଚନ ଜିତିବା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରୁଛନ୍ତି । ବିଜେପି କର୍ମୀଙ୍କ ଗାଡି ପୋଡିବା ସହ ଘରେ ନିଆଁ ଲଗାଉଛନ୍ତି । ମନେ ରଖନ୍ତୁ ଟିଏମସି ସାସଂଦ, ବିଧାୟକଙ୍କୁ ମଧ୍ୟ ଦିଲ୍ଲୀ ଆସିବାକୁ ହେବ । ଏହାକୁ ଚେତାବନୀ ବୁଝନ୍ତୁ । ନିର୍ବାଚନରେ ଜୟ ପରାଜୟ ଲାଗିରହିଥାଏ, ହତ୍ୟା ନୁହେଁ । ’

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.