ETV Bharat / bharat

ଆଖି ବୁଜିଲେ ସୌମ୍ୟାଙ୍କ ବାପା: 2 ସପ୍ତାହ ତଳେ ଝିଅ ହତ୍ୟାକାଣ୍ଡରେ ଦୋଷୀଙ୍କୁ ମିଳିଥିଲା ଦଣ୍ଡ - ସାମ୍ବାଦିକା ସୌମ୍ୟା ବିଶ୍ବନାଥନ

late Journalist Soumya Vishwanathan's father dies: ଆଖିବୁଜିଲେ ହତ୍ୟାର ଶିକାର ହୋଇଥିବା ସାମ୍ବାଦିକା ସୌମ୍ୟା ବିଶ୍ବନାଥଙ୍କ ପିତା । 15 ବର୍ଷର ନ୍ୟାୟିକ ଲଢେଇ ପରେ 2 ସପ୍ତାହ ପୂର୍ବରୁ ଦୋଷୀଙ୍କୁ ମିଳିଥିଲା ଦଣ୍ଡ । ଅଧିକ ପଢ଼ନ୍ତୁ

ଆଖିବୁଜିଲେ ସୌମ୍ୟାଙ୍କ ପିତା: ସପ୍ତାହେ ତଳେ ଝିଅ ହତ୍ୟାକାଣ୍ଡରେ ଦୋଷୀଙ୍କୁ ମିଳିଥିଲା ଦଣ୍ଡ

author img

By ETV Bharat Odisha Team

Published : Dec 10, 2023, 7:01 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ 2008 ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କ ହତ୍ୟା ମାମଲାରେ ଦୁଇ ସପ୍ତାହ ତଳେ ଦୋଷୀଙ୍କୁ ଦଣ୍ଡିତ କରିଥିଲେ ଦିଲ୍ଲୀର ସାକେତ କୋର୍ଟ । ଦୀର୍ଘ 15 ବର୍ଷ ପରେ ଝିଅ ହତ୍ୟାକାଣ୍ଡ ରାୟ ପ୍ରକାଶର ମାତ୍ର 2 ସପ୍ତାହ ପରେ ଆଜି ଆଖି ବୁଜିଛନ୍ତି ସୌମ୍ୟାଙ୍କ ବାପା । ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ଦୀର୍ଘ ବର୍ଷର ନ୍ୟାୟିକ ଲଢେଇ ଲଢିଥିବା ସୌମ୍ୟାଙ୍କ ବାପା ଏମ.କେ ବିଶ୍ବନାଥଙ୍କର ଆଜି ଦେହାନ୍ତ ହୋଇଛି । ସେ ଅସୁସ୍ଥତା କାରଣରୁ ଆସିୟୁରେ ଥିଲେ । ଗତକାଲି ସୌମ୍ୟାଙ୍କ 41ତମ ଜନ୍ମଦିନ ମଧ୍ୟ ଥିଲା । ଆଜି 82 ବର୍ଷୀୟ ବିଶ୍ବନାଥଙ୍କର ଦେହାନ୍ତ ହୋଇଛି ।

2008 ରେ ସୌମ୍ୟା ଦିଲ୍ଲୀର ଏକ ନ୍ୟୁଜ ଚ୍ୟାନେଲରେ କାର୍ଯ୍ୟରତ ଥିବା ବେଳେ ହତ୍ୟାର ଶିକାର ହୋଇଥିଲା । ଦୀର୍ଘ 15 ବର୍ଷର ନ୍ୟାୟିକ ଲଢ଼େଇ ପରେ ଗତମାସ (ନଭେମ୍ବର) 25 ତାରିଖରେ ଦିଲ୍ଲୀର ସାକେତ କୋର୍ଟ ହତ୍ୟାରେ ସମ୍ପୃକ୍ତ 4 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତିନି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଓ ଜଣଙ୍କୁ 3 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସୌମ୍ୟାଙ୍କ ବାପା ଏହି ସମୟରେ ଆସିୟୁରେ ଥିବା ବେଳେ ମା’ ମାଧବୀ କୋର୍ଟଙ୍କ ରାୟକୁ ସ୍ବାଗତ କରିଥିଲେ । ଝିଅର ହତ୍ୟାକାଣ୍ଡର 15 ବର୍ଷ ପରେ ଦୋଷୀଙ୍କୁ କୋର୍ଟ ଦଣ୍ଡ ଶୁଣାଇଥିବା ବେଳେ ତାର ମାତ୍ର 2 ସପ୍ତାହ ପରେ ସୌମ୍ୟାଙ୍କ ବାପାଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା: 4 ଦୋଷୀଙ୍କୁ ଆଜୀବନ, ଜଣଙ୍କୁ 3 ବର୍ଷ ଜେଲ

କେବେ ଘଟିଥିଲା ହତ୍ୟାକାଣ୍ଡ:

ପୋଲିସ ସୂଚନା ଅନୁସାରେ, 2008 ଡିସେମ୍ବର 30 ତାରିଖ ରାତିରେ ସୌମ୍ୟା ତାଙ୍କ ଅଫିସରୁ ଘରକୁ ଫେରିବା ବେଳେ ଅପରାଧୀମାନେ ଏକ କାର୍‌ରେ ତାଙ୍କ କାର୍‌କୁ ଫଲୋ କରିଥିଲେ । ସୌମ୍ୟା ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ କାରର ବେଗ ବଢ଼ାଇଥିଲେ । ଅପରାଧୀମାନେ ତାଙ୍କ କାର୍‌କୁ ରୋକିବା ସହ ତାଙ୍କୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ କାର ଭିତରେ ସୌମ୍ୟାଙ୍କ ମୃତ୍ୟୁ ହୋଇଥିଲା ।

ବର୍ଷକ ମଧ୍ୟରେ ପର୍ଯ୍ୟାୟକ୍ରମେ 5 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 2010ରେ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଥିଲା ପୋଲିସ । ଦୀର୍ଘ 15 ବର୍ଷର ଶୁଣାଣି ପ୍ରକ୍ରିୟା ପରେ ଅକ୍ଟୋବର 18 ତାରିଖରେ ଦିଲ୍ଲୀ ସାକେତ କୋର୍ଟ ସମସ୍ତ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଗତମାସ 25 ତାରିଖରେ ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ଆଜୀବନ ଓ ଜଣେ ଦୋଷୀକୁ 3 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.