ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ଧରି ଜେଲ୍ ରହିବା ପରେ ଜାମିନ ପାଇଲେ ବହୁ ଚର୍ଚ୍ଚିତ ସାମ୍ବାଦିକ ସିଦ୍ଦିକି କପ୍ପାନ । ଉତ୍ତର ପ୍ରଦେଶର ହାଥରସ ୧୯ ବର୍ଷୀୟ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସାମ୍ବାଦିକ ଜଣକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ UAPA ନିୟମରେ ତାଙ୍କୁ ଗିରଫ କରିଥିଲା ଉତ୍ତର ପ୍ରଦେଶ ପୋଲିସ । ତେବେ ତାଙ୍କୁ ଆଜି ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।
ଜାମିନ ପାଇବା ପରେ ମଧ୍ୟ ସିଦ୍ଦିକିଙ୍କୁ ୬ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ନିକଟରେ ରିପୋର୍ଟ କରିବାକୁ ହେବ । ଏହାପରେ ସେ କେରଳ ପୋଲିସକୁ ରିପୋର୍ଟ କରିବେ । ତିନି ମଧ୍ୟରେ ସେ କୋର୍ଟରେ ଟ୍ରାଏଲ୍ ପାଇଁ ହାଜର ହେବେ । ସେଠାରେ ତାଙ୍କ ନିଜ ପାସ୍ପୋର୍ଟ ଦାଖଲ କରିବାକୁ ହେବ ।
ମାଲାୟଲାମ ଖବର ପୋର୍ଟାଲ ଅଝିମୁଖମରେ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି ସିଦ୍ଦିକି କପ୍ପାନ । ସେ ଉତ୍ତର ପ୍ରଦଶରେ ଆଇନ ଶୃଙ୍ଖଳା ବିଗାଡ଼ିବାକୁ ସାମ୍ବାଦିକ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ଏଥିସହ ସେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI) ସହ ଜଡ଼ିତ ଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିବାବେଳେ, ମିଥ୍ୟା ଆରୋପରେ ଫସାଯାଉଛି ବୋଲି କହିଥିଲେ ସାମ୍ବାଦିକ । ପ୍ରାୟ ଦୁଇ ବର୍ଷ ଧରି ସେ ଜେଲ୍ରେ ରହିବାପରେ ତାଙ୍କୁ ଆଜି ତାଙ୍କୁ ଜାମିନ ମିଳିଛି ।
ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ସେହି ସମୟରେ ଅନେକ ଉତ୍ତର ପ୍ରଦେଶରେ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇଥିଲା । ହାଥରସରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ପରେ ମୃତ୍ୟୁ ହୋଇଥିଲା । ଏହାପରେ ପୋଲିସ ପରିବାର ଅନୁପସ୍ଥିତିରେ ପୀଡ଼ିତାଙ୍କ ଶେଷକୃତ୍ୟ କରିଥିଲା । ଏହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।
ସିଦ୍ଦିକିଙ୍କୁ ଜାମିନ ଶୁଣାଣି ବେଳେ ଜଷ୍ଟିସ୍ ୟୁୟୁ ଲଳିତ କହିଥିଲେ, "କେଉଁ ଆଧାରରେ ସିଦ୍ଦିକିଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ କିଛି ବିସ୍ଫୋରକ, କିମ୍ବା କିଛି ହଥିଆର ବା ସେଭଳି କିଛି ସାମଗ୍ରୀ ଜବତ ହୋଇଥିଲା କି ? ତାଙ୍କ ନିକଟରୁ ମିଳିଥିବା ଦସ୍ତାବିଜ୍ରୁ ରାଜ୍ୟରେ କୌଣସି ଉତ୍ତେଜନା ସ୍ଥିତି ଉତ୍ପନ୍ନ ହେଲାଭଳି ଲେଖା ଥିଲା କି ?"
ସୁପ୍ରିମକୋର୍ଟଙ୍କ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଉତ୍ତର ପ୍ରଦେଶ ସରକାର ପକ୍ଷ । ଶେଷ ତାଙ୍କୁ ଦୁଇ ବର୍ଷ ପରେ ଜାମିନ ମିଳିଛି । ଉତ୍ତର ପ୍ରଦେଶ ସରକାର କହିଥିଲେ, "ସିଦ୍ଦିକି କପ୍ପାନ ଟୁଲକିଟ୍ ସହ ଜଡ଼ିତ ଅଛନ୍ତି । ଏହା ଏଭଳି ଏକ ଶବ୍ଦ ଯାହା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରାଜ୍ୟରେ ହିଂସା, ଉତ୍ତେଜନା ବୃଦ୍ଧି କରିବାରେ ବ୍ୟବହାର କରି ଆସୁଛନ୍ତି ।"