ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍ କୋ ଫାଉଣ୍ଡର ତଥା ସାମ୍ବାଦିକ ମହମ୍ମଦ ଜୁବେର୍ଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଟ୍ବିଟରରେ କିଛି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଜୁବେର ।
ଏହାକୁ ନେଇ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ମହମ୍ମଦ ଜୁବେର୍ଙ୍କୁ ପୋଲିସ ଗିରଫ କରିଛି । ଜୁବେର ନିର୍ଦ୍ଦିଷ୍ଟ ଦୁଇଟି ସମୁଦାୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ସେମାନଙ୍କ ଜାତି, ଭାଷା, ବାସସ୍ଥଳୀ, ଜୀବନ ଶୈଳୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାଦ୍ବାରା ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାର ସମ୍ଭାବନା ରହିଛି । କାରଣ ମନ୍ତବ୍ୟ ଦେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି ।
ସବୁବେଳେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ଅଲ୍ଟ ନ୍ୟଜ୍ କୋ ଫାଉଣ୍ଡର ତଥା ସାମ୍ବାଦିକ ମହମ୍ମଦ ଜୁବେର୍ । ଏହାକୁ ନେଇ ତାଙ୍କ ବିରୋଧରେ ୧୫୩ଏ' ଧାରାରେ ମାମଲା ରୁଜୁ କରାଯାଇଛି । ଏହାପୂର୍ବରୁ ମଧ୍ୟ ବିବାଦୀୟ ମନ୍ତବ୍ୟ ପାଇଁ ଦିଲ୍ଲୀ ପୋଲିସ ନିକଟରେ ୨୦୨୦ରେ ଜୁବେରେଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଗିରଫ ହେବାପୂର୍ବରୁ ସେ ହାଇକୋର୍ଟରୁ ଜାମିନ ପାଇଥିଲେ ।