ETV Bharat / bharat

Opposition Meeting: ଆଜିଠୁ ବେଙ୍ଗାଲୁରୁରେ ବିରୋଧୀ ଦଳର ମହାବୈଠକ, 24 ଦଳ ହେବେ ସାମିଲ - ମିଳିତ ବିରୋଧୀ ଦଳ ବୈଠକ

ଆଜି ବେଙ୍ଗାଲୁରୁରେ ପ୍ରସ୍ତାବିତ ବିରୋଧୀ ଏକତା ବୈଠକ ବସିବ । ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ସହ ମୁକାବିଲା କରିବାକୁ କଂଗ୍ରେସ ଆହ୍ବାନରେ ବେଙ୍ଗାଲୁରୁରେ ଦୁଇ ଦିନିଆ ବିରୋଧୀ ଦଳ ବୈଠକ ବସିବ । ଅଧିକ ପଢନ୍ତୁ

joint meeting of Opposition parties in Bengaluru
ବିରୋଧୀ ଦଳ ବୈଠକ
author img

By

Published : Jul 17, 2023, 8:10 AM IST

Updated : Jul 17, 2023, 11:09 AM IST

ବେଙ୍ଗାଲୁରୁ: 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବଳ ଗୋଟାଇଲେଣି ବିରୋଧୀ । ଲୋକସଭା ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ବିଦା କରିବାକୁ ସଜବାଜ ଆରମ୍ଭ କରି ଦେଇଛନ୍ତି ବିରୋଧୀ । ଆଜି ବେଙ୍ଗାଲୁରୁରେ କଂଗ୍ରେସ ଆହ୍ବାନରେ ଦୁଇଦିନିଆ ବିରୋଧୀ ଦଳ ବୈଠକ ବସିବ । ପାଟନା ପରେ ବେଙ୍ଗାଲୁରୁରେ ଏହା ଦ୍ବିତୀୟ ବିରୋଧୀ ଦଳ ବୈଠକ । ଏଥିରେ 24 ବିରୋଧୀ ଦଳ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଦୁଇ ଦିନିଆ ବିରୋଧୀ ଦଳ ବୈଠକରେ ବିରୋଧୀ ମାନସ ମନ୍ଥନ କରିବେ । କେନ୍ଦ୍ରରୁ ବିଜେପିକୁ ଆଉଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ । ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ବିଜେପି ବିରୋଧରେ ମିଳିତ ଲଢେଇ କରିବା । ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି ତେଣୁ ସମସ୍ତଙ୍କ ନଜର ରହିଛି ।

24 ବିରୋଧୀ ଦଳ ନେତା ଏହି ଦୁଇ ଦିନିଆ ବିରୋଧୀ ଦଳ ବୈଠରେ ସାମିଲ ହେବାର ସମ୍ଭାବନା ରହିଛି । ଦେଶରେ କିଭଳି ବିଜେପିର ବିଜୟ ରଥ ଅଟକାଇ ହେବ, କଣ ରଣନୀତି କଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିହେବ ସେନେଇ ବିରୋଧୀ ଏକାଠି ହେବେ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବୈଠକର ପ୍ରସ୍ତୁତି ତଦାରଖ କରିଛନ୍ତି । ସମସ୍ତ ବିରୋଧୀ ଦଳ ନେତାଙ୍କ ରହିବା ବ୍ୟବସ୍ଥା ପଞ୍ଚ ତାରକା ହୋଟେଲରେ କରାଯାଇଛି । ପୂର୍ବାହ୍ନ 11ଟାରେ କଂଗ୍ରେସ ସାଧାରଣ ସମ୍ପାଦକ କମ୍ୟୁନିକେସନ ଇନଚାର୍ଜ ଜୟୀରାମ ରମେଶ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ ସାମ୍ବାଦିକ ସମ୍ମିଳନୀ କରିବେ । ଅପରାହ୍ନରେ ବୈଠକ ଆରମ୍ଭ ହେବ । ବିରୋଧୀ ଦଳ ମୁଖ୍ୟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ଆମ ଆଦମୀ ପାର୍ଟି ବୈଠକରେ ସାମିଲ ହେବେ ।

ଏହା ବି ପଢନ୍ତ...ମହାରାଷ୍ଟ୍ର ମହାଡ୍ରାମା; ମିଳିତ ବିରୋଧୀ କ୍ୟାମ୍ପରେ କମ୍ପନ, ବେଙ୍ଗାଲୁରୁ ଏକତା ବୈଠକ ସ୍ଥଗିତ

ଏହା ବି ପଢନ୍ତୁ...Opposition Meeting Patna:ନୀତିଶଙ୍କୁ କଂଗ୍ରେସ ଝଟକା, ବୈଠକ ବାତିଲ

ମିଡିଆ ରିପୋର୍ଟ ଅନୁସାରେ ଏହି ବୈଠକରେ ଏଜେଣ୍ଡା ପ୍ରସ୍ତୁତ ସରିଛି । ବିଜେପି ବିରୋଧରେ ଆଗାମୀ ଲୋକସଭା ନିର୍ବାଚନରେ ମୁକାବିଲା କରିବା ଦିଗରେ ଏଜେଣ୍ଡା ପ୍ରସ୍ତୁତ ହୋଇଛି । ରାଜନୈତିକ ଘଟଣା କ୍ରମକୁ ନଜରରେ ରଖି ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ମହାରାଷ୍ଟ୍ର ରାଜନୀତିରେ ବଡ ପରିବର୍ତ୍ତନ ହୋଇଛି । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଜଣେ ବଡ ବିରୋଧୀ ଦଳ ନେତା ରୂପରେ ଦେଖିବାକୁ ମିଳିଥିଲା ମାତ୍ର ତାଙ୍କ ଦଳରେ ଫାଟ ଦେଖାଦେଇଛି । ଅଜିତ ପାୱାର ତଥା ଶରଦ ପାୱାରଙ୍କ ପୁତୁରା ସିନ୍ଦେ ସରକାରରେ ମିଶିବା ପରେ ଏନସିପି ଦୁଇଫାଳ ହୋଇଛି । ବେଙ୍ଗାଲୁରୁରେ ପ୍ରସ୍ତାବିତ ବୈଠକ ଗତ ଜୁଲାଇ 13 ଓ 14 ତାରିଖରେ ହେବାକୁ ଥିବା । ମହାରାଷ୍ଟ୍ର ମହାଡ୍ରାମା ପାଇଁ ଏହାକୁ ସ୍ଥଗିତ କରାଯାଇ ଜୁଲାଇ 17 ଓ 18 ତାରିଖକୁ ରଖାଯାଇଥିଲା ।

ପ୍ରକାଶଥାଉ ଜୁନ 23 ତାରିଖରେ ପାଟନାରେ ଏକାଠୀ ହୋଇଥିଲେ ବିରୋଧୀ ଦଳ । କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ପ୍ରଥମ ମିଳିତ ବୈଠକରେ ରଣନୀତି ପ୍ରସ୍ତୁତ କରିଥିଲେ । ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ 17ଟି ବିରୋଧୀ ରାଜନୈତିକ ଦଳର ମୁଖ୍ୟ ଏକାଠି ହୋଇଥିଲେ । 2024ରେ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ବିରୋଧରେ ଗୋଟିଏ ମଞ୍ଚରେ ନିର୍ବାଚନ ଲଢିବା ନେଇ ଆଲୋଚନା କରିଥିଲେ ।

Last Updated : Jul 17, 2023, 11:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.