ଥିରୁଅନନ୍ତପୁରମ୍: କେରଳକୁ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ, ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ ଏବଂ ରୁଗ୍ଣ ମାନସିକତାରୁ ଉଦ୍ଧାର କରି ପୁଣି ଥରେ ରାଜ୍ୟକୁ ଗୌରବାନ୍ବିତ କରନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି । ରାଷ୍ଟ୍ରପତି ବିଡେନ କ୍ବାଡ୍ ବୈଠକରେ ଏପରି ମତବ୍ୟକ୍ତି କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।
କେରଳ ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ଆଜି(ରବିବାର) ଥ୍ରିସୁରର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା ବାବଦରେ ଆଲୋଚନା କରିଛନ୍ତି । ବିଡେନ କହିଛନ୍ତି ଯେ, ଭାରତ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଅଧିକ ଶକ୍ତିଶାଳୀ ହୋଇଛି । ଏହି ଅବସରରେ ବିଡେନ କେରଳକୁ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ, ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ ଏବଂ ରୁଗ୍ଣ ମାନସିକତାରୁ ଉଦ୍ଧାର କରି ପୁଣି ଥରେ ରାଜ୍ୟକୁ ଗୌରବାନ୍ବିତ କରିବାକୁ ଅନୁରୋଧ କରିଥିବା ରାଜନାଥ ସିଂ କହିଛନ୍ତି ।
@ANI