ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ସେଣ୍ଟର ଫର ଆଡଭାନ୍ସଡ ସାଇଣ୍ଟିଫିକ୍ ରିସର୍ଚ୍ଚ (ଜେଏନ୍ଏସ୍ଏସ୍ଆର୍) ର ସହଯୋଗୀ ପ୍ରଫେସର କନିଷ୍କ ବିଶ୍ବାସଙ୍କୁ ସମ୍ମାନଜନକ ଶାନ୍ତି ସ୍ବରୁପ ଭଟ୍ଟନାଗର ପୁରସ୍କାର । କଠିନ-ଅଣଜୈବିକ ରସାୟନ ଏବଂ ଥର୍ମୋଲେକ୍ଟ୍ରିକ୍ ଶକ୍ତି ରୂପାନ୍ତର କ୍ଷେତ୍ରରେ ଆବିଷ୍କାର ପାଇଁ ଏହି ପୁରସ୍କାର ପାଇଛନ୍ତି କନିଷ୍କ । JNCASR ହେଉଛି ଭାରତ ସରକାରଙ୍କ ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଏକ ସ୍ବୟଂଶାସିତ ଅନୁଷ୍ଠାନ।
ଅଣଜୈବିକ କଠିନର ଗଠନ ଏବଂ ସମ୍ପତ୍ତି ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଗବେଷଣା କରିଥିଲେ ବିଶ୍ବାସ। ଯାହା ବର୍ଜ୍ୟ ଉତ୍ତାପକୁ ଶକ୍ତିରେ ରୂପାନ୍ତର କରିପାରିବ ଏବଂ ବ୍ୟୟବହୁଳ ପ୍ରଯୁକ୍ତି ବିଦ୍ୟାରେ ପରିଣତ ହେବ । ଏନେଇ ଗତକାଲି(ସେମବାର)ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି। କନିଷ୍କଙ୍କର ଏହି ଅଭିନବ କୌଶଳ ରାସାୟନିକ ବନ୍ଧନ ହାଇରାର୍କି, ଫେରୋଲେକ୍ଟ୍ରିକ୍ ଅସ୍ଥିରତା ଏବଂ ଧାତୁ ଚଲକୋଜେନାଇଡ୍ ନାମକ ରାସାୟନିକ ଥର୍ମୋଲେକ୍ଟ୍ରିକ୍ ଗୁଣକୁ ସଜାଡ଼ିବା ପାଇଁ ସହାୟକ ହୋଇଛି ।
ବିଶ୍ବାସ କୋଲକାତା ହାୱାଡା ନିବାସୀ । ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସି) ରୁ ପିଏଚଡି କରିବା ପୂର୍ବରୁ ଯାଦବପୁର ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନ ଅଧ୍ୟୟନ କରିଥିଲେ। ଶାନ୍ତି ସ୍ବରୁପ ଭଟ୍ଟନାଗର ପୁରସ୍କାର ପାଇଥିବା ୧୧ଜଣଙ୍କ ମଧ୍ୟରେ କନିଷ୍କ ଅନ୍ୟତମ । କ୍ରୋନିକ ରୋଗ ମହାମାରୀ, ଜଟିଳ ଜନସ୍ବାସ୍ଥ୍ୟ ଏବଂ ଗୁଣାତ୍ମକ ଉନ୍ନତି ପଦକ୍ଷେପ କ୍ଷେତ୍ରରେ ତାଙ୍କର ନେତୃତ୍ବ ରହିଛି ।
@IANS