ETV Bharat / bharat

ଦିଓ୍ବାଲିରୁ ଜିଓ 5G, 2023 ସୁଦ୍ଧା ସମଗ୍ର ଦେଶକୁ ସେବା ଦେବ ରିଲିଆନ୍ସ

author img

By

Published : Aug 29, 2022, 4:26 PM IST

Updated : Aug 29, 2022, 9:42 PM IST

ଦିଓ୍ବାଲି ସୁଦ୍ଧା ଦେଶରେ 5G ସେବା ଯୋଗାଇବା ଆରମ୍ଭ କରିବ ରିଲିଆନ୍ସ (Reliance to launch Jio 5G)। ଆଜି କମ୍ପାନୀର 45ତମ ସାଧାରଣ ବୈଠକରେ ସେୟାରହୋଲ୍ଡରଙ୍କୁ ସମ୍ବୋଧିତ କରି ଘୋଷଣା କଲେ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ । 18 ମାସରେ ସାରା ଦେଶକୁ ସେବା ଯୋଗାଇବ ଜିଓ 5G । ଅଧିକ ପଢନ୍ତୁ

ଦିଓ୍ବାଲିରୁ ଜିଓ 5ଜି, 2023 ସୁଦ୍ଧା ସମଗ୍ର ଦେଶକୁ ସେବା ଦେବ ରିଲିଆନ୍ସ

ମୁମ୍ବାଇ: ଦେଶରେ ଖୁବଶୀଘ୍ର 5G ସେବା ଆରମ୍ଭ ହେବା ନେଇ ଆଶା କରାଯାଉଥିବାବେଳେ, ଏନେଇ ବଡ ଘୋଷଣା କରିଛି ଅଗ୍ରଣୀ ଟେଲିକମ କମ୍ପାନୀ ‘ରିଲିଆନ୍ସ’ । ଚଳିତ ଦିଓ୍ବାଲିରୁ ଦେଶରେ ହାଇସ୍ପିଡ 5G ସେବା ଯୋଗାଇବା ଆରମ୍ଭ କରିବ ରିଲିଆନ୍ସ (Reliance to launch Jio 5 G)। 2023 ସୁଦ୍ଧା ସମଗ୍ର ଦେଶକୁ 5G ଟେଲିକମ ସେବା ସହ ଯୋଡିବା ନେଇ କମ୍ପାନୀ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏନେଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୟାରହୋଲ୍ଡରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରିଲିଆନ୍ସ ମୁଖ୍ୟ ମୁକେଶ ଅମ୍ବାନୀ (Reliance chairman Mukesh Ambani)।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର 45ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ଅମ୍ବାନୀ ଘୋଷଣା କରିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି । ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ସମସ୍ତ ସ୍ଥାନକୁ ସମ୍ପ୍ରସାରଣ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଆସନ୍ତା ବର୍ଷ (2023) ଡିସେମ୍ବର ସୁଦ୍ଧା ଦେଶର ସମସ୍ତ ତହସିଲ ଓ ବ୍ଲକରେ ସୁପରଫାଷ୍ଟ 5G ସେବା ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟ ଆଜିକୁ ଠିକ 18 ମାସ ବ୍ୟବଧାନ ମଧ୍ୟରେ ସାରିବା ନେଇ ମିଶନ ରହିଥିବା ସଂସ୍ଥା ମୁଖ୍ୟ ଅମ୍ବାନୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Reliance AGM 2022, ରିଲାଏନ୍ସ ବାର୍ଷିକ ବୈଠକ ଉପରେ ସମସ୍ତଙ୍କ ନଜର, ଜାଣନ୍ତୁ କାହିଁକି

ଦେଶର ବୃହତ୍ତମ ଟେଲିକମ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆଜି ତାର 45ତମ ବାର୍ଷିକ ସାଧାରଣ ବୈଠକ ଜାରି ରଖିଛି (Annual General Meeting) । କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର 45ତମ ବାର୍ଷିକ ବୈଠକ (45th AGM of Reliance Industries)କୁ ସମ୍ବୋଧିତ କରିଛନ୍ତି । କମ୍ପାନୀର ସେୟାରହୋଲ୍ଡରଙ୍କୁ ସେ 5G ସେବା ମିଶନ ସମ୍ପର୍କରେ ଅବଗତ କରିବା ସହ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଛନ୍ତି ।

ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଦେଶରେ 5G ସେବା ଆରମ୍ଭକୁ ଗୁରୁତ୍ବ ଦେଇ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ଖୁବଶୀଘ୍ର ଦେଶରେ 5G ସେବା ମିଳିବାକୁ ଯାଉଥିବା କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ । ଏହାରି ମଧ୍ୟରେ ରିଲିଆନ୍ସର ଏହି ବଡ ଘୋଷଣା ଦେଶରେ ଖୁବଶୀଘ୍ର 5G ସେବାକୁ ଆହୁରି ଉଜ୍ଜଳ କରିଛି ।

Last Updated : Aug 29, 2022, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.