ETV Bharat / bharat

ପିଅନ୍ତୁ ‘ଜିଗରଥଣ୍ତା’, ରୁହନ୍ତୁ କୁଲ୍‌ କୁଲ୍‌ - ତାମିଲନାଡୁ ଜିଗରଥଣ୍ଡା

ଦେଖିବାକୁ ଯେତିକି ଡିଲିସିୟସ ତା ଠାରୁ ଅଧିକ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଏହି ସଫ୍ଟ ଡ୍ରିଙ୍କ । ଆଃ ! ଏହାର ସ୍ବାଦ ଦିଲ ଆଉ ଜିଗରକୁ କରିଦିଏ ବିଭୋର । ଆନନ୍ଦ ନିଅନ୍ତୁ, ମଦୁରାଇ ଫେମସ କୋଲ୍ଡଡ୍ରିଙ୍କ ‘ଜିଗରଥଣ୍ତା’ ର ..

ପିଅନ୍ତୁ ‘ଜିଗରଥଣ୍ତା’,  ରୁହନ୍ତୁ  କୁଲ କୁଲ
ପିଅନ୍ତୁ ‘ଜିଗରଥଣ୍ତା’, ରୁହନ୍ତୁ କୁଲ କୁଲ
author img

By

Published : Jun 4, 2021, 10:33 PM IST

ମଦୁରାଇ: ତାମିଲନାଡୁର ସବୁ ସହର ମଧ୍ୟରେ ମଦୁରାଇର ପରିଚୟ ସ୍ବତନ୍ତ୍ର । ଏହାର ପାରମ୍ପାରିକ ତତ୍ତ୍ବରେ ରହିଛି ଆପଣାର ସ୍ବାଦ.. ଆଉ ଏଠାରେ ମିଳୁଥିବା ‘ଜିଗରଥଣ୍ଡା’ ତା ଭିତରୁ ଅନ୍ୟତମ ।

ପିଅନ୍ତୁ ‘ଜିଗରଥଣ୍ତା’, ରୁହନ୍ତୁ କୁଲ କୁଲ

ଯଦିଓ ଏହାର ଉତ୍ପତ୍ତି ମଦୁରାଇରୁ ହୋଇନି ହେଲେ ଟେମ୍ପଲ ସିଟିର ରାଜକୀୟ ପାନୀୟ ପାଲଟିଛି ‘ଜିଗରଥଣ୍ଡା’ । ଏହା ଦେଖିବାକୁ ଯେତିକି ଡିଲିସିୟସ ତା ଠାରୁ ଅଧିକ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଏହି ସଫ୍ଟ ଡ୍ରିଙ୍କ । ଏଇଥିପାଇଁ ତ ଏଠାକାର ପ୍ରତ୍ୟେକ ଲୋକଙ୍କ ପ୍ରିୟ ଡ୍ରିଙ୍କସ ହୋଇଛି ‘ଜିଗରଥଣ୍ଡା’ । ପର୍ଯ୍ୟଟକ ଏହାର ଖାସ ପ୍ରଂଶସକ ହୋଇଥିଲା ବେଳେ ଏହାକୁ ମନ ଭରି ପିଇବା ସହ ସାଥିରେ ନେବାକୁ ଆଦୌ ଭୁଲନ୍ତିନାହିଁ ।

ଏଠାକାର ସ୍ଥାନୀୟ ଲୋକଙ୍କ ନିୟମିତ ସ୍ବାଦିଷ୍ଟ ପାନୀୟ ଇଚ୍ଛାକୁ ମେଣ୍ଟାଇଆସୁଛି ‘ଜିଗରଥଣ୍ଡା’ । ଏହି ଥଣ୍ଡାର ପ୍ରାଚୀନ ସ୍ବାଦକୁ ଅନୁଭବ କରିବାକୁ କିଛି ପୁରୁଣା ଦୋକାନ ରହିଅଛି ।

ଯଦି ‘ଜିଗରଥଣ୍ଡା’ର ନାମକରଣ ଦେଖିବା , ତେବେ ଏହା ହିନ୍ଦି ଶବ୍ଦରୁ ଆସିଛି । ଜିଗର ଅର୍ଥ କଲିଜା ଆଉ ଥଣ୍ଡା ଅର୍ଥାତ ଶୀତଳ । ତତ୍କାଳ ମଦୁରାଇରେ ଇସଲାମିକ ରାଜା ଏହି ହୃଦୟସ୍ପର୍ଶୀ ‘ଜିଗରଥଣ୍ଡା’କୁ ପରିଚୟ ଦେଇଥିଲେ । ହୃଦୟର ରାଜା ଆଲାଉଦ୍ଦିନ ଖିଲିଜଙ୍କ ସେନାପତି ମଲିକ କପୁର ସର୍ବପ୍ରଥମେ 1311 ଖ୍ରୀଷ୍ଟାବ୍ଦରେ ମଦୁରାଇ ଉପରେ ଆକ୍ରମଣ କରିଥିଲା । ଏହା ପରେ ମହମ୍ମଦ ବିନ ତୋଗଲକ 1318 ଖ୍ରୀଷ୍ଟାବ୍ଦରେ ମଦୁରାଇକୁ ଆଟାକ କରି ନିଜ ପ୍ରତିନିଧିଙ୍କୁ ଶାସନ ଗାଦିରେ ବସାଇଥିଲା । ଆଉ 1335 ଖ୍ରୀଷ୍ଟାବ୍ଦରେ ମଦୁରାଇର ସୁଲତାନ ଭାବେ ନିଜକୁ କରିଥିଲା ଘୋଷିତ । ଏହି ସୁଲତାନ ରାଜାଙ୍କ ମାଧ୍ୟମରେ କ୍ଲାସିକ ଜିଗରଥଣ୍ଡା ସହରକୁ ଆସିଲା ।

ସୁଲତାନ ବଂଶକୁ ପରବର୍ତ୍ତୀ ସମୟରେ ଉପାଡି ଫୋପାଡିଥିଲା ନାୟକ ସାମ୍ରାଜ୍ୟ । କିନ୍ତୁ ‘ଜିଗରଥଣ୍ଡା’ ଚାହିଦା କେବେ ବି କମିନି । ଏହି ପାନୀୟ କ୍ଷୀରର ସର, ବାଦାମ ଅଠାର ମିଶ୍ରଣରେ ପ୍ରସ୍ତୁତ । କୁହାଯାଏ କି ଜିଗରଥଣ୍ଡାକୁ ପ୍ରସ୍ତୁତ କରିବା ପାଇଁ ନାୟକ ପ୍ୟାଲେସରେ ସ୍ବତନ୍ତ୍ର ସେଫଙ୍କୁ ନିଯୁକ୍ତ କରାଯାଇଥିଲା । ନାୟକ ରାଜବଂଶ ଶାସନ କାଳରେ ଏହି ପାନୀୟର ବିକାଶ ହୋଇଥିଲା । ସେପର୍ଯ୍ୟନ୍ତ ଏହା ବାଦାମ ଗୁଣ୍ଡ ସହିତ କ୍ଷୀର କ୍ରିମର ଥିଲା ମିଶ୍ରଣ । ହେଲେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଆମେରିକୀୟ ମାନେ ଆଇସ ଟ୍ରେଡ ଆରମ୍ଭ ପରେ ଏହି ଡିଲିସିୟସ ଡ୍ରିଙ୍କସ ହେଲା ଥଣ୍ଡା ଥଣ୍ଡା କୁଲ କୁଲ ।

ପୁରାତନ କାଳେ ଜିଗରଥଣ୍ଡା କେବଳ ରାଜକୀୟ ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ସୀମିତ ଥିଲା । କିନ୍ତୁ ବିଂଶ ଶତାବ୍ଦୀ ପରେ ଏହି ପରମ୍ପରା ବଦଳିଲା । ମଦୁରାଇ ରାସ୍ତାକୁ ଆସିଗଲା ଜିଗରଥଣ୍ଡା । ଆଉ ସେବେଠୁ ମଦୁରାଇବାସୀଙ୍କ ମନ-ମସ୍ତିକକୁ ଆରାମ ଦେଉଛି ଏହି ଟେଷ୍ଟି କୋଲଡ୍ରିଙ୍କସ ।

ଜିଗରଥଣ୍ଡା କେବଳ ଥଣ୍ଡା ପାନୀୟ ନୁହେଁ , ବରଂ ପୁଷ୍ଟିକର ମଧ୍ୟ । କ୍ଷୀରର ସର , ବାଦାମ ଅଠା , ଚିନି ଶିରା , କ୍ଷୀର ଆଇସକ୍ରିମ ଓ କିଛି ବରଫର ସମାନ ଅନୁପାତ ମିଶ୍ରଣରେ ପ୍ରସ୍ତୁତ ହୁଏ ଏହି ରାଜକୀୟ ପାନୀୟ । ବାଦାମ ଅଠା ଶରୀରର ଗରମକୁ ନିୟନ୍ତ୍ରଣ କରୁଥିବା ବେଳେ କ୍ଷୀରର ତତ୍ବ କ୍ୟାଲିସିୟମ ଯୋଗାଇ ପୋଷଣ ବଢାଇଥାଏ ।

ବଜାରରେ ମିଳୁଥିବା ସୋଢାଯୁକ୍ତ ଥଣ୍ଡା ପାନୀୟ ହାନିକାରକ ହୋଇପାରେ । କିନ୍ତୁ ଜିଗରଥଣ୍ଡା ସ୍ବାସ୍ଥ୍ୟବାନ ଅଟେ । ଏହା ଶରୀରର ଗରମକୁ କମ କରିଥାଏ । ଏଠାକାର ଦୋକାନ ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଜିଗରଥଣ୍ଡା ପରଷୁଛନ୍ତି । ମୁଁ ଜାଣିଛି ଆମ ପରିବାର ଏତେ ସମୟରି ନିୟମିତ ଗ୍ରାହକଙ୍କ ମଧ୍ୟରେ ରହିଆସିଛି ବୋଲି କହିଛନ୍ତି ଜଣେ ଗ୍ରାହକ ।

ଏକ କାଚ ଗ୍ଲାସରେ ଛୋଟିଆ ଚାମଚ ସହ ଦିଆଯାଉଥିବା ପାନୀୟ ନିଶ୍ଚିତ ଭାବେ ଆଖି ପାଇଁ ଆକର୍ଷଣୀୟ । ଆଉ ଯେତେବେଳେ ଏହାକୁ ଚାମଚରେ ଭରି ପାଟିକୁ ନେବା ଆରମ୍ଭ କରିବେ, ମିଠା ବହଳ ଆଇସକ୍ରିମ ପାଟିରେ ମିଳେଇଯିବ । ଆଃ ! ଏ ସ୍ବାଦ ଦିଲ ଆଉ ଜିଗରକୁ ବିଭୋର କରିଦିଏ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.