ETV Bharat / bharat

ସ୍ବାମୀକୁ ହତ୍ୟା କରି 5ଦିନ ଘରେ ମୃତଦେହ ରଖିଲା ସ୍ତ୍ରୀ

author img

By

Published : Mar 10, 2023, 9:30 PM IST

Updated : Mar 11, 2023, 9:17 AM IST

ସ୍ବାମୀକୁ ହତ୍ୟା କଲା ମେଣ୍ଟାଲ ସ୍ତ୍ରୀ । ହତ୍ୟା ପରେ ସ୍ବାମୀର ମୃତଦେହ ସହ ଗୋଟିଏ ଘରେ ରହିଥିଲା 5 ଦିନ । ଅଧିକ ପଢ଼ନ୍ତୁ

ସ୍ବାମୀକୁ ହତ୍ୟା କଲା ମାନସିକ ବିକାର ଗ୍ରସ୍ତ ସ୍ତ୍ରୀ

ରାଞ୍ଚି: ସ୍ବାମୀକୁ ହତ୍ୟା କଲା ମାନସିକ ବିକାର ଗ୍ରସ୍ତ ସ୍ତ୍ରୀ । ହତ୍ୟା ପରେ ସ୍ବାମୀର ମୃତଦେହ ସହ ଗୋଟିଏ ଘରେ ରହିଥିଲା 5 ଦିନ । ମୃତଶରୀରରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହେବାପରେ ସ୍ଥାନୀୟ ଲୋକ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସ୍ତ୍ରୀକୁ ଆଟକ ରଖିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଜାମସେଦପୁର ଉଲିଡି ପୋଲିସ ଷ୍ଟେସନ ନିକଟରେ ।

ପୋଲିସର ସୂଚନା ଅନୁଯାୟୀ, ଏକ ମାନସିକ ବିକାର ଗ୍ରସ୍ତ ମହିଳା ନିଜ ସ୍ବାମୀକୁ ହତ୍ୟା କରିଥିବା ପୋଲିସ ସୂଚନା ପାଇଥିଲା। ମୃତଶରୀରରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟଲୋକ ଆମକୁ ସୂଚନା ଦେଇଥିବା କହିଛନ୍ତି ପୋଲିସ ଅଧିକାରୀ । ପରେ ପୋଲିସ ଅଧିକାରୀମାନେ ଦୁର୍ଗନ୍ଧ ବାହାର ଘର ନିକଟରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ମୃତ ବ୍ୟକ୍ତିଙ୍କ ନାମ ଅମରନାଥ ସିଂ ନାମକ ବୋଲି ଜଣାପଡିଥିବା ବେଳେ ସେ ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ । ତେବେ ଅମରନାଥ ସିଂ ନିଜ ପରିବାର ସହ ସୁଭାଷ କଲୋନୀର ରହୁଥିଲେ ।

ମୃତକଙ୍କ ପଡୋଶୀଙ୍କ ସୂଚନାନୁଯାୟୀ, ଘରୁ ଦୁର୍ଗନ୍ଧ ବାହାରିବା ପରେ ସେ ତାଙ୍କ ପଡୋଶୀ ଅମରନାଥଙ୍କୁ ଦୁର୍ଗନ୍ଧର କାରଣ ପଚାରିବା ପାଇଁ ଯାଇଥିଲେ । ମାତ୍ର ଅମରନାଥଙ୍କ ପତ୍ନୀ ମିରା ତାଙ୍କ ସହ ଝଗଡା କରିବା ସହ ତାଙ୍କୁ ମାରିବା ପାଇଁ ଗୋଡାଇଥିଲେ। ଏହାପରେ ସେ ଅମରନାଥଙ୍କ ପୁଅକୁ ଘଟଣା ସମ୍ପର୍କରେ କହିଥିଲେ । ମାତ୍ର ଅଭିଯୁକ୍ତ ପଡୋଶୀମାନେ ଘରେ ନପଶି ପାରିବା ପାଇଁ ଘରକୁ ବିଦ୍ୟୁତକରଣ କରିଦେଇଥିଲେ । ସ୍ଥାନୀୟ ଲୋକମାନେ ଟ୍ରାନ୍ସଫର୍ମରୁ ବିଦ୍ୟୁତ ସଂଯୋଗ କାଟ କରିବା ପରେ ଘର ମଧ୍ୟରେ ପ୍ରବେଶ କରିଥିଲେ। ଘରେ ଅଧା ଜଳା ଅବସ୍ଥାରେ ଅମରନାଥଙ୍କ ଶରୀର ପଡିଥିବା ଦେଖିବାକୁ ପାଇଥିଲେ ପଡୋଶୀ ଏବଂ ଅମରନାଥଙ୍କ ପୁଅ । ତେବେ ପିତାଙ୍କ ମୃତଦେହ ଦେଖି ସେ ତୁରନ୍ତ ପୋଲିସକୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ମିରାକୁ ଅଟକ ରଖିବା ସହ ମୃତଦେହକୁ ପୋଷ୍ଟର୍ମଟମ ପାଇଁ ଏମ୍‌ସିଏମ୍‌ ହସ୍ପିଟାଲକୁ ପଠାଇଥିଲେ। ତେବେ ସ୍ଥାନୀୟ ଲୋକ କହିଛନ୍ତି ଗତ 5 ଦିନ ଧରି ଅମରନାଥଙ୍କୁ ନଦେଖିବା କାରଣରୁ ସେ କୌଣସି ଅଘଟଣ ଘଟିଥିବା ନେଇ ସନ୍ଦେହ ପ୍ରକଟ କରିଥିଲେ । ମିରାଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ସେ ତାଙ୍କ ପତିଙ୍କ ସହ ସର୍ବଦା କଳି କରୁଥିବା ସ୍ଥାନୀୟ ଲୋକ କହିଛନ୍ତି। ତେବେ ପୋଲିସ ଏକ ମର୍ଡର କେସ ଫାଇଲ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2023, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.