ETV Bharat / bharat

ପୋଲିସ ହ୍ୟାଣ୍ଡକପ୍‌ରେ ଟପ୍‌ ନକ୍ସଲ, ମୁଣ୍ଡ ଉପରେ ଥିଲା 15 ଲକ୍ଷର ପୁରସ୍କାର - ଝାଡଖଣ୍ତ ପୋଲିସ

ଝାଡଖଣ୍ତ ପୋଲିସ ଓ ସିଆରପିଏଫ ଯବାନଙ୍କୁ ବଡ ସଫଳତା । ହାର୍ଡକୋର ନକ୍ସଲ ରମେଶ ଗଞ୍ଜୁ ଆକା ଆଜାଦକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଜଣେ ନକ୍ସଲ ଗିରଫ ; ମୁଣ୍ତ ଉପରେ ଥିଲା ୧୫ ଲକ୍ଷର ପୁରସ୍କାର ରାଶି

author img

By

Published : Aug 20, 2021, 7:58 AM IST

ରାଞ୍ଚି: ଝାଡଖଣ୍ତ ପୋଲିସ ଓ ସିଆରପିଏଫ ଯବାନଙ୍କୁ ସଫଳତା । ହାର୍ଡକୋର ନକ୍ସଲ ରମେଶ ଗଞ୍ଜୁ ଆକା ଆଜାଦକୁ ଗିରଫ କରାଯାଇଛି । ତାଙ୍କ ମୁଣ୍ତ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏନେଇ ଛାଡଖଣ୍ତ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ପୋଲିସ ଓ ସିଆରପିଏଫଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିଲା ମାଓ ଦମନ ଅଭିଯାନ । ରମେଶ ନିଜ ସମ୍ପର୍କୀୟଙ୍କୁ ଦେଖା କରିବା ପାଇଁ ସେହି ଅଞ୍ଚଳକୁ ଆସିଥିଲେ । ଏହି ସମୟରେ ତାଙ୍କୁ କାବୁ କରି ନେଇଥିଲେ ସୁରକ୍ଷାକର୍ମୀ । ତା ନାଁରେ ଝାଡଖଣ୍ତ ଓ ବିହାର ଥାନାରେ ୪୫ରୁ ଅଧିକ ମାମଲା ରହିଛି । ଗତ ୨୦ରୁ ୩୦ ବର୍ଷ ମଧ୍ୟରେ ରମେଶ ୩୦ ଜଣରୁ ଅଧିକ ପୋଲିସଙ୍କୁ ହତ୍ୟା କରିଥିହା ରେକର୍ଡ ମଧ୍ୟ ରହିଛି ।

କେବଳ ସେତିକି ନୁହଁ, ସେ ଲ୍ୟାଣ୍ତ ମାଇନ ଲଗାଇବାରେ ଧୁରନ୍ଦର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଦୀର୍ଘ ଦିନ ଧରି ପୋଲିସ ଓ ସୁରକ୍ଷା ବାହିନୀଙ୍କ ଆଖିରେ ଧୂଳି ଦେଇ ବିଭିନ୍ନ ଅଘଟଣ ଘଟାଉଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.