ETV Bharat / bharat

ପବିତ୍ର ବଡଦିନ: ଖାଁ ଖାଁ ଚର୍ଚ୍ଚ, ଘରେ ଘରେ ଆନନ୍ଦ ଉଲ୍ଲାସ

ଆଜି ହେଉଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଏହାକୁ ପବିତ୍ର ବଡଦିନ ଭାବରେ ପାଳନ କରାଯାଏ । ଏହି ଦିନ ଖାସକରି ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକଙ୍କ ଠାରେ ବେଶ ଚଳଚଞ୍ଚଳ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରାଷ୍ଟମାସ ବା ବଡଦିନ ଉତ୍ସବ ପାଳନ କରାଯାଏ। ଅଧିକ ପଢନ୍ତୁ...

author img

By

Published : Dec 25, 2020, 6:57 AM IST

jesus christ birthday
ଆଜି ହେଉଛି ପବିତ୍ର ବଡ ଦିନ

ହାଇଦ୍ରାବାଦ: ଆଜି ହେଉଛି ପବିତ୍ର ବଡ ଦିନ । ମଧ୍ୟରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଆଉ ଏହିଦିନକୁ ଖାସକରି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଠାରେ ବେଶ ଚଳଚଞ୍ଚଳ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରାଷ୍ଟମାସ ବା ବଡଦିନ ଉତ୍ସବ ପାଳନ କରାଯାଏ।

ବଡଦିନ ହେଉଚି ଖୁସି ଏବଂ ପ୍ରେମର ପ୍ରତୀକ । ବଡଦିନକୁ ନେଇ ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏହାକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ରଙ୍ଗ ବେରଙ୍ଗର ଆଲୋକ ଏବଂ ବିଭିନ୍ନ ସାଜସଜ୍ଜା ସାମଗ୍ରୀରେ ଘରକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି । ଚର୍ଚ୍ଚରେ ଯାଇ ସାମୁହିକ ପ୍ରାର୍ଥନା କରି ପରସ୍ପର ପ୍ରତି ଭାଇଚାରାର ବାର୍ତ୍ତା ଦେଇଥାନ୍ତି । ଏହି ଦିନରେ ପ୍ରାର୍ଥନା କରି ବେଶ ଖୁସି ଅନୁଭବ କରିଥାନ୍ତି । ପ୍ରାର୍ଥନା ହୃଦୟରୁ ବାହାରି ଇଶ୍ବରଙ୍କ ନିକଟରେ ପହଞ୍ଚିଥାଏ ଏବଂ ଇଶ୍ବରଙ୍କ ସହ ଆମକୁ ଯୋଡିଥାଏ । ଏଥିପାଇଁ କୌଣସି ବିଶେଷ ପ୍ରକ୍ରିୟାର ଆବଶ୍ୟକତା ପଡିନଥାଏ। କିନ୍ତୁ ପ୍ରାର୍ଥନା ମନର ଭାବ ଓ ସଙ୍ଗୀତରେ କରିବା ଦ୍ବାରା ଏହା ତୁରନ୍ତ ପ୍ରଭାବଶାଳୀ ହୋଇଥାଏ। ଖ୍ରୀଷ୍ଟମାସ ପୂର୍ବ ଦିନ ମଧ୍ୟରାତ୍ରିରେ କରାଯାଉଥିବା ପ୍ରାର୍ଥନାକୁ ପ୍ରଭୁ ଯିଶୁଖ୍ରୀଷ୍ଟ ସ୍ବୀକାର କରିଥାଆନ୍ତି। ଜୀବନରେ ପ୍ରେମ ପ୍ରାପ୍ତି ପାଇଁ ପ୍ରାର୍ଥନା କରିବା ଉଚିତ।

ବଡ ଦିନରେ ସମଗ୍ର ବିଶ୍ବରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଥାଏ । ଯୀଶୁଖ୍ରୀଷ୍ଚଙ୍କ ଜନ୍ମସ୍ଥାନ ଜେରୁଜେଲମରୁ ଆରମ୍ଭ କରି ପୋପ ବେନେଡିକ୍ଟଙ୍କ ଭାଟିକାନ ସିଟି ସବୁଠି ପ୍ରଭୁ ଯୀଶୁଙ୍କୁ ପ୍ରେମ ବାର୍ତ୍ତା ଦେଖିବାକୁ ମିଳେ । ଏହି ଦିନରେ ଲୋକମାନେ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି କେବଳ ବଡଦିନ ପାଳନ କରିବା ପାଇଁ ବିଭିନ୍ନ ପ୍ରକାରର ଆୟୋଜନ ମଧ୍ୟ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.