ETV Bharat / bharat

ଜୁଲାଇରେ ହେବ JEE Main 2021 ପରୀକ୍ଷା

author img

By

Published : Jun 23, 2021, 5:28 PM IST

ଆସନ୍ତା ମାସ ଅର୍ଥାତ ଜୁଲାଇରେ ହେବ ଜେଇଇ ମେନର ଅବଶିଷ୍ଟ ପରୀକ୍ଷା । ଏନେଇ ଘୋଷଣା କରିଛି ଜଏଣ୍ଟ ଏଣ୍ଟ୍ରାନ୍ସ ବୋର୍ଡ । ଅଧିକ ପଢନ୍ତୁ...

ଜୁଲାଇରେ ହେବ JEE Main 2021 ପରୀକ୍ଷା
ଜୁଲାଇରେ ହେବ JEE Main 2021 ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ ପରୀକ୍ଷା ଆଶାୟୀ ଛାତ୍ରଛାତ୍ରୀ ପାଇଁ ଖୁସି ଖବର । ଆସନ୍ତା ମାସ ଅର୍ଥାତ ଜୁଲାଇରେ ହୋଇପାରେ ଜେଇଇ ମେନର ଅବଶିଷ୍ଟ ପରୀକ୍ଷା । ଏନେଇ ଘୋଷଣା କରିଛି ଜଏଣ୍ଟ ଏଣ୍ଟ୍ରାନ୍ସ ବୋର୍ଡ ।

ଅଗଷ୍ଟରେ ଘୋଷଣା ହେବ ଜେଇଇ ମେନ ପରୀକ୍ଷା ଫଳାଫଳ । ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏହି ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଦୀର୍ଘ ଦିନରୁ ପରୀକ୍ଷା ଆୟୋଜନ ନେଇ ଚାଲିଥିଲା ବିଚାର ବିମର୍ଶ ।

ଚଳିତଥର 174 କେନ୍ଦ୍ରରେ ଆୟୋଜିତ ହେବାକୁ ଯାଉଥିବା ଜେଇଇ ମେନ ପରୀକ୍ଷାରେ ସାମିଲ ହେବେ 92,695 ଛାତ୍ରଛାତ୍ରୀ । ଜଏଣ୍ଟ ଏଣ୍ଟ୍ରନ୍ସ ବୋର୍ଡ ଅନୁଯାୟୀ, ରେଜଲ୍ଟ ଘୋଷିତ ହେବା ପରେ 3ଟି ପର୍ଯ୍ୟାୟରେ ପୁରା ହେବ କାଉନସିଲିଙ୍ଗ । ଏହି ପ୍ରକ୍ରିୟା 15 ସେପ୍ଟେମ୍ବର ସୁଦ୍ଧା ପୁରା କରିବାକୁ ଯୋଜନା ରଖାଯାଇଛି ।

ଏହାପୂର୍ବରୁ ଏହି ପରୀକ୍ଷା ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ କୋରୋନା ଦ୍ବିତୀୟ ଲହରୀ ଓ ଲକଡାଉନ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । କୋରୋନା ସଂକ୍ରମଣ ବୃଦ୍ଧି ହେତୁ JEE ଓ NEET ସମେତ ଅନେକ ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚାଇଥିଲେ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.