ETV Bharat / bharat

ଜାନୁଆରୀରେ JEE ମେନ୍ ଏଣ୍ଟ୍ରାନ୍ସ, ଏଥର ଓଡିଆରେ ପରୀକ୍ଷା

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି । ଦୁଇଟି ସେସନରେ ପରୀକ୍ଷା ହେବ । ଅଧିକ ପଢନ୍ତୁ

author img

By

Published : Dec 16, 2022, 9:34 AM IST

Updated : Dec 16, 2022, 9:49 AM IST

ଜାନୁଆରୀରେ ଜେଇଇ ମେନ୍ ଏଣ୍ଟ୍ରାନ୍ସ, 13ଟି ଭାଷାରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି । ଦୁଇଟି ସେସନରେ ପରୀକ୍ଷା ହେବ । 2023 ଜାନୁଆରୀ 24 ରୁ 31 ଯାଏ ପ୍ରଥମ ସେସନ ପରୀକ୍ଷା ଚାଲିବ । ଜାନୁଆରୀ 26 ତାରିଖକୁ ବାଦ ଦିଆଯାଇଛି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଦ୍ବାରା ତାରିଖ ଘୋଷଣା ହୋଇଛି । ଦ୍ବିତୀୟ ସେସନ ଏପ୍ରିଲରେ ଅନୁଷ୍ଠିତ ହେବ । ଡିସେମ୍ବର 15ରୁ ଜାନୁଆରୀ 12 ତାରିଖ ଯାଏ ଆବେଦନର ତାରିଖ ଧାର୍ଯ୍ୟ କରାଯାଇଛି ।

ଜାନୁଆରୀରେ JEE ମେନ୍ ଏଣ୍ଟ୍ରାନ୍ସ
ଜାନୁଆରୀରେ JEE ମେନ୍ ଏଣ୍ଟ୍ରାନ୍ସ

ଏ ବର୍ଷ ଓଡ଼ିଆ ଭାଷାରେ ଜେଇଇ ମେନ୍ ପରୀକ୍ଷା ହେବ । ଓଡ଼ିଆ ଭାଷାକୁ ମିଶାଇ ମୋଟ ୧୩ଟି ଭାଷାରେ ପରୀକ୍ଷା ହେବ । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ଼, ମାଲାୟଲମ୍, ମରାଠି, ପଞ୍ଜୀବ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ଏହି ପ୍ରବେଶିକା ପରୀକ୍ଷା ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି ।

ଏକାଡେମିକ ସେସନ 2023-24 ପାଇଁ ଦୁଇଟି ସେସନରେ ଜେଇଇ ମେନ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆ ହୋଇଛି । ପ୍ରଥମ ସେସନ ଜାନୁଆରୀ ଓ ଦ୍ବିତୀୟ ସେସନ ଏପ୍ରିଲ ମାସରେ ଅନୁଷ୍ଠିତ ହେବା ନେଇ ଏନଟିଏର ନିର୍ଦ୍ଦେଶକ ସାଧନା ପାରସାର ସୂଚନା ଦେଇଛନ୍ତି । 13ଟି ଭାଷାରେ ପରୀକ୍ଷା ହେବ । ପ୍ରଥମ ସେସନରେ ପରୀକ୍ଷାର୍ଥୀଙ୍କ ପାଇଁ ଚୟନ ବ୍ୟବସ୍ଥା ରହିଛି । ଜାନୁଆରୀ ଦ୍ବିତୀୟ ସପ୍ତାହରେ ପରୀକ୍ଷା କେନ୍ଦ୍ର ଘୋଷଣା କରି ଦିଆଯିବ । ତୃତୀୟ ସପ୍ତାହରେ ଆଡମିଟ କାର୍ଡ ଉପଲବ୍ଧ ହେବ । ଅଧିକ ସୂଚନା ପାଇଁ jeemain.nta.nic.in ୱେବସାଇଟ ଯାଇ ପାରିବେ ପରୀକ୍ଷାର୍ଥୀ ।

Last Updated : Dec 16, 2022, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.