ETV Bharat / bharat

ପ୍ରକାଶ ପାଇଲା JEE-Advanced ରେଜଲ୍ଟ, ମ୍ରିଦୁଲ ଅଗ୍ରୱାଲ ଟପ୍ପର - ଜେଇଇ ଆଡଭାନ୍ସ ରେଜଲ୍ଟ

ପ୍ରକାଶ ପାଇଲା JEE-Advanced ରେଜଲ୍ଟ । ଦିଲ୍ଲୀ ଆଇଆଇଟିର ମ୍ରିଦୁଲ ଅଗ୍ରୱାଲ ଟପ୍ପର । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା JEE-Advanced ରେଜଲ୍ଟ
ପ୍ରକାଶ ପାଇଲା JEE-Advanced ରେଜଲ୍ଟ
author img

By

Published : Oct 15, 2021, 1:01 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE-Advanced ରେଜଲ୍ଟ । ଆଜି(ଶୁକ୍ରବାର) ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ରେଜଲ୍ଟ ଘୋଷଣା କରିଛି । ଦିଲ୍ଲୀ ଆଇଆଇଟିର ମ୍ରିଦୁଲ ଅଗ୍ରୱାଲ ଟପ୍ପର ହୋଇଛନ୍ତି । ପରୀକ୍ଷାରେ ସେ ୩୬୦ ମାର୍କରୁ ୩୪୮ ମାର୍କ ରଖ୍ ଟପ୍ କରିଛନ୍ତି । ସେହିପରି ଦିଲ୍ଲୀର କାବ୍ୟା ଚୋପ୍ରା ମଧ୍ୟ ମହିଳା ବର୍ଗରେ ଶୀର୍ଷ ସ୍ଥାନରେ ଅଛନ୍ତି । ୩୬୦ ମାର୍କରୁ ତାଙ୍କର ୨୮୬ ରହିଛି ।

NTA ଅନୁଯାୟୀ, ଚଳିତ ବର୍ଷ 1,41,699ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କୁ ମଧ୍ୟରୁ 41,862ଜଣ କୃତକାର୍ଯ୍ୟ ହୋଇଛନ୍ତି । କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ 6,452 ଜଣ ଛାତ୍ରୀ ରହିଛନ୍ତି ।

ଗତ ଅକ୍ଟୋବର ୩ ତାରିଖରେ JEE-Advanced ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗତ ମେ ମାସରେ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ସ୍ଥିତିରେ ସୁଧାର ଆସିବା ପରେ NTA ପରୀକ୍ଷା ଆୟୋଜିତ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.