ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜୀ(IIT)ରେ ଆଡମିଶନ ପାଇଁ ଘୋଷଣା ହୋଇଛି ଜେଇଇ ଆଡଭନ୍ସ (JEE Advanced) ପରୀକ୍ଷା ତାରିଖ । ୩ ଅକ୍ଟୋବରରେ ହେବ ଆଇଆଇଟି ଜେଇଇ ଆଡଭାନ୍ସ ।
କୋଭିଡ ପ୍ରୋଟୋକଲ ପାଳନ କରି ଅନୁଷ୍ଠିତ ହେବ ଜେଇଇ ଆଡଭନ୍ସ ପରୀକ୍ଷା । ଏହି ପରୀକ୍ଷାର ଆୟୋଜନ ଦାୟିତ୍ବ ନେଇଛି ଆଇଆଇଟି ଖଡଗପୁର । ନିକଟରେ ମହାମାରୀ କୋରୋନା କାରଣରୁ ଘୁଞ୍ଚିଥିଲା ପରୀକ୍ଷା ।
-
JEE (Advanced) 2021 examination for admission in #IITs will be held on the 3rd October, 2021. The examination will be conducted adhering to all Covid-protocols.@DG_NTA @PIBHRD @EduMinOfIndia @IITKgp @PMOIndia
— Dharmendra Pradhan (@dpradhanbjp) July 26, 2021 " class="align-text-top noRightClick twitterSection" data="
">JEE (Advanced) 2021 examination for admission in #IITs will be held on the 3rd October, 2021. The examination will be conducted adhering to all Covid-protocols.@DG_NTA @PIBHRD @EduMinOfIndia @IITKgp @PMOIndia
— Dharmendra Pradhan (@dpradhanbjp) July 26, 2021JEE (Advanced) 2021 examination for admission in #IITs will be held on the 3rd October, 2021. The examination will be conducted adhering to all Covid-protocols.@DG_NTA @PIBHRD @EduMinOfIndia @IITKgp @PMOIndia
— Dharmendra Pradhan (@dpradhanbjp) July 26, 2021
ପରୀକ୍ଷା ବିବରଣୀ ବାବଦରେ ଅଧିକ ସୂଚନା ପାଇଁ ଇଚ୍ଛୁକ ପରୀକ୍ଷାର୍ଥୀ ଅଫିସିଆଲ ୱେବସାଇଟ( jeeadv.nic.in )ରେ ଚେକ୍ କରିପାରିବେ । ଦେଶରେ କୋରୋନା ଭାଇରସ ସଂକ୍ରମଣ କାରଣରୁ ପ୍ରଥମେ ୨୫ ଜୁନରେ ପରୀକ୍ଷା ସ୍ଥଗିତ ଘୋଷଣା କରାଯାଇଥିଲା । ଜେଇଇ ମେନ୍ସ ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା ପାଇଁ ଆଇଆଇଟି ଖଡଗପୁର ୩ ଜଣିଆ କମିଟି ଗଠନ କରାଯାଇଥିଲା । ଜେଇଇ ଆଡଭାନ୍ସ ପରୀକ୍ଷାକୁ ପ୍ରଥମେ ୩ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।
ଜେଇଇ ଆଡଭାନ୍ସର ଦୁଇଟି ପେରର ପରୀକ୍ଷା ହେବ । ଏହି ଦୁଇଟି ପେରର ତିନି ଘଣ୍ଟା ଅବଧି ରହିଛି । ପରୀକ୍ଷାର୍ଥୀମାନେ ଉଭୟ ପରୀକ୍ଷାରେ ହାଜର ହେବା ବାଧ୍ୟତାମୂଳକ ଅଟେ । ପରୀକ୍ଷାର୍ଥୀ ବର୍ଷରେ ଦୁଇଥରରୁ ଅଧିକ ପରୀକ୍ଷା ପାଇଁ ହାଜର ହୋଇପାରିବେ ନାହିଁ । ଜେଇଇ ଆଡଭାନ୍ସ ପରୀକ୍ଷାର ଅନଲାଇନ ରେଜିଷ୍ଟ୍ରେସନ 5 ସେପ୍ଟେମ୍ବର 2020ରୁ ଆରମ୍ଭ ହୋଇଥିଲା ।