ETV Bharat / bharat

ଉଚ୍ଚତା ପାଇଁ ଚର୍ଚ୍ଚାରେ ଯବାନ, ସେଲ୍ଫି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ - ଉଚ୍ଚତା ପାଇଁ ଚର୍ଚ୍ଚାରେ ଭାରତୀୟ ଯବାନ

ଉଚ୍ଚତା ପାଇଁ ଚର୍ଚ୍ଚାରେ ଯବାନ, ସେଲ୍ଫି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ । ତେଲେଙ୍ଗାନାର କୋଥାଗୁଡେମ୍ ଜିଲ୍ଲାର ଭଦ୍ରଦ୍ରୀରେ ନିୟୋଜିତ ଭାରତୀୟ ସେନାର ଜଣେ ଉଚ୍ଚତା ବିଶିଷ୍ଟ ଯବାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଉଚ୍ଚତା ପାଇଁ ଚର୍ଚ୍ଚାରେ ଯବାନ, ସେଲ୍ଫି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ
ଉଚ୍ଚତା ପାଇଁ ଚର୍ଚ୍ଚାରେ ଯବାନ, ସେଲ୍ଫି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହଉଚ୍ଚତା ପାଇଁ ଚର୍ଚ୍ଚାରେ ଯବାନ, ସେଲ୍ଫି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ
author img

By

Published : Jul 26, 2022, 10:58 PM IST

ହାଇଦ୍ରାବାଦ: ସାଧାରଣତ ଭାରତୀୟଙ୍କ ଉଚ୍ଚତା 5 ରୁ 6 ଫୁଟ ମଧ୍ୟରେ ରହିଥାଏ । କିନ୍ତୁ ଆପଣ କେବେ 7.5 ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ? ତେଲେଙ୍ଗାନାର କୋଥାଗୁଡେମ୍ ଜିଲ୍ଲାର ଭଦ୍ରଦ୍ରୀରେ ନିୟୋଜିତ ଭାରତୀୟ ସେନାର ଜଣେ ଉଚ୍ଚତା ବିଶିଷ୍ଟ ଯବାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଜଣେ ଆର୍ମୀ ଯବାନ ଶୈଳ (Sail) ଙ୍କୁ ନେଇ ଏବେ ଚର୍ଚ୍ଚା।

ଉଚ୍ଚତା ପାଇଁ ଚର୍ଚ୍ଚାରେ ଯବାନ, ସେଲ୍ଫି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ

ତାଙ୍କର ଏହି ଉଚ୍ଚତା କାରଣରୁ ତାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । କେବଳ ଦେଖିବା ନୁହେଁ, ସ୍ମାର୍ଟ ଫୋନ ଯୁଗରେ ଲୋକେ ଶୈଳଙ୍କ ସହ ସେଲ୍ଫି ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ସ୍ଥାନୀୟ ଗ୍ରମବାସୀ ଯବାନ ଶୈଳଙ୍କ ସହ ଫଟୋ ଉଠାଇ ପୋଷ୍ଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ 7.5 ଫୁଟ ଉଚ୍ଚତା ବିଶିଷ୍ଟ ଶୈଳ ନିଜର ଲମ୍ବା ଉଚ୍ଚତା ପାଇଁ ଭିଡରେ ମଧ୍ୟ ବାରି ହୋଇପଡିବା ସହ ଖୁବ ଦୂରରୁ ମଧ୍ୟ ସହଜରେ ନଜର ଆସୁଛନ୍ତି । ଶୈଳ ଭାରତୀୟ ସେନାରେ ଜଣେ ଯବାନ ଭାବେ ଏବେ କାଶ୍ମୀରରେ କାର୍ଯ୍ୟରତ ଥିଲେ । ତେଲେଙ୍ଗାନା ବନ୍ୟାରେ ତାଙ୍କୁ ନିୟୋଜିତ କରାଯାଇଥିବାରୁ ସେ ଏବେ ତେଲେଙ୍ଗାନା ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.