ETV Bharat / bharat

ପୁଣି ଚର୍ଚ୍ଚାରେ ଜମ୍ମୁ କାଶ୍ମୀର; ଗୃହମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପ-ରାଜ୍ୟପାଳ - ଗୃହମନ୍ତ୍ରୀ ଶାହା

ଜାମ୍ମୁ କାଶ୍ମୀର ବିକାଶ କାମରେ ମହାମାରୀ କରୋନା ଏବେ ସାଜିଛି ପ୍ରତିବନ୍ଧକ । ଏପରି ସ୍ଥିତିରେ ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ଜମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନା ।

ପୁଣି ଚର୍ଚ୍ଚାରେ ଜମ୍ମୁ କାଶ୍ମୀର; ଗୃହମନ୍ତ୍ରୀ ଶାହାଙ୍କୁ ସାକ୍ଷାତ କଲେ ଉପ-ରାଜ୍ୟପାଳ

author img

By

Published : Jun 18, 2021, 6:03 PM IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଧାରା 370 ଓ 35 (କ) ଉଚ୍ଛେଦକୁ ପାଖାପାଖି 2 ବର୍ଷ ହେବାକୁ ଯାଉଛି । ଏହାରି ମଧ୍ୟରେ ଉଭୟ ଜାମ୍ମୁ କାଶ୍ମୀର ଓ ଲଦାଖରେ ଦୃତ ବେଗରେ ବିକାଶ କାର୍ଯ୍ୟ ଜାରି ରହିଛି ବୋଲି କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି । ସେପଟେ ବିରୋଧୀ ଏବେ ବି ଜାମ୍ମୁ କାଶ୍ମୀରର ବିକାଶ ଓ ସେଠାକାର ଲୋକଙ୍କ ସମସ୍ୟା ନେଇ ସରକାରଙ୍କୁ ସୁଯୋଗ ପାଇଲେ ସମାଲୋଚନା କରୁଛନ୍ତି ।

  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଜମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ହେଉଛି ଆଲୋଚନା । ସୀମାପାର ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ପାଇଛି ସ୍ଥାନ । @AmitShah @AmitShahOffice @manojsinha_ #ManojSinha pic.twitter.com/lszYtRx5cj

    — ETVBharat Odisha (@ETVBharatOD) June 18, 2021 " class="align-text-top noRightClick twitterSection" data=" ">
ଅନ୍ୟପଟେ ବିକାଶ କାମରେ ମହାମାରୀ କରୋନା ଏବେ ସାଜିଛି ପ୍ରତିବନ୍ଧକ । ଏପରି ସ୍ଥିତିରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ଜମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନା । ବୈଠକରେ ଗୃହମନ୍ତ୍ରଣାଳୟର ଅଧିକାରୀ ଓ ଜମ୍ମୁ କାଶ୍ମୀରର ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ଜମ୍ମୁ କାଶ୍ମୀରେ ଚାଲିଥିବା ବିକାଶ ମୂଳକ ପ୍ରକଳ୍ପର ସମୀକ୍ଷା ହୋଇଛି । ଏହାସହ ଆଗାମୀ ଦିନରେ ହେବାକୁ ଥିବା ନୂଆ ପ୍ରକଳ୍ପ ବିଷୟରେ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଉପ-ରାଜ୍ୟପାଳ ।
ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯାଉଛନ୍ତି

ସେହିପରି ବୈଠକରେ ଗୁରୁତ୍ବପୂର୍ଣ୍ଣ ଅମରନାଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଆମ ଦିଲ୍ଲୀ ସମ୍ବାଦଦାତାଙ୍କ ସୂତ୍ରରୁ ସୂଚନା ମିଳିଛି । ଏହାବାଦ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ସୁରକ୍ଷା ଓ ବାଣିଜ୍ୟ ସମ୍ପର୍କରେ ମଧ୍ୟ ଏକ ଭିଜନ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ସେହିଭଳି ମହାମାରୀ ମୁକାବିଲା ଟିକାକରଣ, ଦୁର୍ଗମ ଅଞ୍ଚଳର ବିକାଶ ସହ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କୁ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି ଉପ-ରାଜ୍ୟପାଳ ମନୋଜ ସିହ୍ନା । ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ଅନୁସାରେ ଅନ୍ୟ ଏକ ବୈଠକରେ ଜାମ୍ମୁ କାଶ୍ମୀର ସହ ଜଡିତ ସମସ୍ତ ପ୍ରଶାସନିକ ଅଧିକାରୀ ମୁଖ୍ୟଙ୍କ ବୈଠକ ମଧ୍ୟ କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ବୈଠକରେ ଜାମ୍ମୁ କାଶ୍ମୀର ଡିଜିପି, NSA ଡୋଭାଲ, ଗୃହ ସଚିବ, ଆଇବି ମୁଖ୍ୟ, ର’ମୁଖ୍ୟ ସିଆରପିଏଫ ଡିଜିଙ୍କ ସମେତ ଏକାଧିକ ସୁରକ୍ଷା ଏଜେନ୍ସୀର ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚାରେ ଜାମ୍ମୁ କାଶ୍ମୀର ।ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.